ନିର୍ବାଚନ ପୂର୍ବରୁ ଲାଗିଲା ମାଓ ପୋଷ୍ଟର

କୋଇଡା : ନିର୍ବାଚନ ପୂର୍ବରୁ ଓଡିଶା ଝାରଖଣ୍ଡ ସୀମାନ୍ତରେ ଲାଗିଲା ମାଓ ପୋଷ୍ଟର I କୋଇଡା ବ୍ଲକ କେ. ବଲାଙ୍ଗ ଥାନା ଅନ୍ତର୍ଗତ ଲଙ୍ଗଳକଟା, ରେଞ୍ଜଡା, ସୋୟମ୍ବା ଠାରେ ଲାଗିଛି ମାଓ ପୋଷ୍ଟର। ମାଓ ପୋଷ୍ଟ ଲାଗିଥିବା ଦେଖି ସ୍ଥାନୀୟ ଅଞ୍ଚଳରେ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି। ଖବର ପାଇଁ କେ ବଲାଙ୍ଗ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମାଓ ପୋଷ୍ଟର ଜବତ କରିଛି। ଏପରିକି ଏ ନେଇ ଅଧିକ ତଦନ୍ତ ମଧ୍ୟ ଆରମ୍ଭ କରିଛି ବଲାଙ୍ଗ […]

Samaya Live Picture
Published On

କୋଇଡା : ନିର୍ବାଚନ ପୂର୍ବରୁ ଓଡିଶା ଝାରଖଣ୍ଡ ସୀମାନ୍ତରେ ଲାଗିଲା ମାଓ ପୋଷ୍ଟର I କୋଇଡା ବ୍ଲକ କେ. ବଲାଙ୍ଗ ଥାନା ଅନ୍ତର୍ଗତ ଲଙ୍ଗଳକଟା, ରେଞ୍ଜଡା, ସୋୟମ୍ବା ଠାରେ ଲାଗିଛି ମାଓ ପୋଷ୍ଟର। ମାଓ ପୋଷ୍ଟ ଲାଗିଥିବା ଦେଖି ସ୍ଥାନୀୟ ଅଞ୍ଚଳରେ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି। ଖବର ପାଇଁ କେ ବଲାଙ୍ଗ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମାଓ ପୋଷ୍ଟର ଜବତ କରିଛି। ଏପରିକି ଏ ନେଇ ଅଧିକ ତଦନ୍ତ ମଧ୍ୟ ଆରମ୍ଭ କରିଛି ବଲାଙ୍ଗ ଥାନା ପୋଲିସ।

ସୂଚନା ଅନୁସାରେ, ୨୦୨୪ ସାଧାରଣ ନିର୍ବାଚନକୁ ଆଖିରେ ରଖି ମାଓବାଦୀ ସକ୍ରିୟ ହେବା ଓ ଅଞ୍ଚଳରେ ନିଜ ଅସ୍ତିତ୍ୱ ଜାହିର କରିବାରୁ ପୁଲିସର ସ୍ୱତନ୍ତ୍ର ନଜର ରଖିଥିବା ବେଳେ ବଲାଙ୍ଗ ଥାନା ଅନ୍ତର୍ଗତ ଲଙ୍ଗଳକଟା, ରେଞ୍ଜଡା, ସୋୟମ୍ବା ଠାରେ ମାଓ ପୋଷ୍ଟର ଦେଖିବାକୁ ମିଳିଛି। ତେବେ ଖବର ପାଇଁ କେ ବଲାଙ୍ଗ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମାଓ ପୋଷ୍ଟର ଜବତ କରିଛି। କୋଇଡା ଅଞ୍ଚଳରେ ମାଓବାଦୀଙ୍କ ପ୍ରାଦୁର୍ଭାବ କମିନଥିଲେ ମଧ୍ୟ ମାଓବାଦୀଙ୍କ ଆତଙ୍କ କିଛି କମିଛି। ତେଣୁ କିଛି ସମୟ ପାଇଁ ସ୍ଥାନୀୟ ବାସି ଶାନ୍ତିରେ ଥିବା ବେଳେ ପୁଣି ଲୋକଙ୍କ ମଧ୍ୟରେ ଆତଙ୍କ ଖେଳାଇଛି ମାଓ ପୋଷ୍ଟର।

Tags: