ସୀମାନ୍ତରେ ମାଓ-ଯବାନ ଗୁଳି ବିନିମୟ

ଛତିଶଗଡ଼ : ଓଡ଼ିଶା- ଛତିଶଗଡ଼ ସୀମାରେ ଗୁଳି ବିିନିମୟ । ଛତିଶଗଡ଼ ମୈନପୁର କୁଲିଆରି ଘାଟ ଜଙ୍ଗଲରେ ଚାଲିଛି ବଡ଼ ଧରଣର ସର୍ଚ୍ଚ ଅପରେଶନ୍ । ଏସଓଜି, ସିଆର୍ପିଏଫ୍ ପକ୍ଷରୁ ମିଳିତ ଅପରେଶନ୍ ଜାରି ରହିଛି । ମାଓବାଦୀଙ୍କ ଶିବିର ଥିବା ନେଇ ଗୋଇନ୍ଦା ସୂଚନା ମିଳିବା ପରେ ଯବାନଙ୍କ ପକ୍ଷରୁ ରବିବାର ରାତିରୁ ସର୍ଚ୍ଚ ଅପରେଶନ୍ ଆରମ୍ଭ ହୋଇଥିଲା । ବର୍ତ୍ତମାନ ସୁଦ୍ଧା ପ୍ରାଣହାନୀ ନେଇ କୌଣସି ସୂଚନା ମିଳିପାରିନାହିଁ । ଓଡିଶା ନୂଆପଡ଼ା ଜିଲ୍ଲା […]

Samaya Live Picture
Published On

ଛତିଶଗଡ଼ : ଓଡ଼ିଶା- ଛତିଶଗଡ଼ ସୀମାରେ ଗୁଳି ବିିନିମୟ । ଛତିଶଗଡ଼ ମୈନପୁର କୁଲିଆରି ଘାଟ ଜଙ୍ଗଲରେ ଚାଲିଛି ବଡ଼ ଧରଣର ସର୍ଚ୍ଚ ଅପରେଶନ୍ । ଏସଓଜି, ସିଆର୍ପିଏଫ୍ ପକ୍ଷରୁ ମିଳିତ ଅପରେଶନ୍ ଜାରି ରହିଛି । ମାଓବାଦୀଙ୍କ ଶିବିର ଥିବା ନେଇ ଗୋଇନ୍ଦା ସୂଚନା ମିଳିବା ପରେ ଯବାନଙ୍କ ପକ୍ଷରୁ ରବିବାର ରାତିରୁ ସର୍ଚ୍ଚ ଅପରେଶନ୍ ଆରମ୍ଭ ହୋଇଥିଲା । ବର୍ତ୍ତମାନ ସୁଦ୍ଧା ପ୍ରାଣହାନୀ ନେଇ କୌଣସି ସୂଚନା ମିଳିପାରିନାହିଁ । ଓଡିଶା ନୂଆପଡ଼ା ଜିଲ୍ଲା ସୀମାରୁ ପ୍ରାୟ ସାଢ଼େ ୫ କିଲୋମିଟର ଦୂରରେ ରହିଛି କୁଲିଆରୀ ସଂରକ୍ଷିତ ଜଙ୍ଗଲ ।

ଗରିଆ ବନ୍ଧ ଜିଲ୍ଲା ମେଇନପୁରି ପୋଲିସ ଷ୍ଟେସନ ଅଞ୍ଚଳରେ ରହିଛି ଏହି ସଂରକ୍ଷିତ ଜଙ୍ଗଲ । ଅପରେସନ ବେଳେ ଆଜି ସକାଳ ୮.୩୦ରେ ନକ୍ସଲ ଓ ସୁରକ୍ଷା କର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ଆରମ୍ଭ ହୋଇଥିଲା । ଏବେ ବି ଅପରେସନ ଜାରି ରହିଛି ।

ନୂଆପଡ଼ା ଜିଲ୍ଲା ଓ ଛତିଶଗଡ଼ ଗରିଆବନ୍ଧ ଜିଲ୍ଲାର ସୀମାନ୍ତ ଅଞ୍ଚଳରେ ଓଡିଶା ଓ ଛତିଶଗଡ଼ ପୋଲିସ ଏବଂ ସିଆପିଏଫ ଯବାନଙ୍କ ମିଳିତ ଆନ୍ତଃରାଜ୍ୟ ଅଭିଯାନ ଆରମ୍ଭ ହୋଇଥିବା ସୂଚନା ଦେଇଛନ୍ତି ପୋଲିସ ଡିଜି। ଏହି ଜଙ୍ଗଲରେ ବହୁ ସଂଖ୍ୟାରେ ମାଓବାଦୀ ଲୁଚି ରହିଥିବା ଗୁଇନ୍ଦା ସୂଚନା ମିଳିବା ପରେ ମିଳିତ ଅପରେସନ ଆରମ୍ଭ ହୋଇଥିଲା ।

Tags: