ସିଆରପିଏଫ ଜବାନଙ୍କ ଦ୍ୱାରା ନୂଆପଡାରେ ମାଓ କ୍ୟାମ୍ପ ଠାବ
ନୂଆପଡା : ନିର୍ବାଚନ ପୂର୍ବରୁ ସୀମାନ୍ତରେ ମାଓ ମୁକାବିଲା ପାଇଁ କୁମ୍ବିଂ ଅପରେସନକୁ ଜୋରଦାର କରାଯାଇଛି I ଏହି ସମୟରେ ନୂଆପଡା ଠାରେ ମାଓ କୟାମପି ଠାବ କରାଯାଇଥିବା ସୂଚନା ମିଳିଛି I ପାଟଦରହା ସଂରକ୍ଷିତ ଜଙ୍ଗଲରେ ପୋଲିସ ଏବଂ ସିଆରପିଏଫ ଜବାନଙ୍କ ଦ୍ୱାରା କୁମ୍ବି ଅପରେସନ ବେଲେ ଏହି ମାଓ କ୍ୟାମ୍ପ ଠାବ ହୋଇଥିଲା। ମାଓ କ୍ୟାମ୍ପରେ ବହୁ ପରିମାଣର ମାଓ ସାମଗ୍ରୀ ସହ ବିଭିନ୍ନ ପ୍ରକାର ଔଷଧ ଜବତ କରିଛି ପୋଲିସ। ସୂଚନାନୁସାରେ, ନୂଆପଡ଼ାରେ […]
ନୂଆପଡା : ନିର୍ବାଚନ ପୂର୍ବରୁ ସୀମାନ୍ତରେ ମାଓ ମୁକାବିଲା ପାଇଁ କୁମ୍ବିଂ ଅପରେସନକୁ ଜୋରଦାର କରାଯାଇଛି I ଏହି ସମୟରେ ନୂଆପଡା ଠାରେ ମାଓ କୟାମପି ଠାବ କରାଯାଇଥିବା ସୂଚନା ମିଳିଛି I ପାଟଦରହା ସଂରକ୍ଷିତ ଜଙ୍ଗଲରେ ପୋଲିସ ଏବଂ ସିଆରପିଏଫ ଜବାନଙ୍କ ଦ୍ୱାରା କୁମ୍ବି ଅପରେସନ ବେଲେ ଏହି ମାଓ କ୍ୟାମ୍ପ ଠାବ ହୋଇଥିଲା। ମାଓ କ୍ୟାମ୍ପରେ ବହୁ ପରିମାଣର ମାଓ ସାମଗ୍ରୀ ସହ ବିଭିନ୍ନ ପ୍ରକାର ଔଷଧ ଜବତ କରିଛି ପୋଲିସ।
ସୂଚନାନୁସାରେ, ନୂଆପଡ଼ାରେ ମାଓବାଦୀ ମାନେ ଆସୁଥିବା ନେଇ ପୋଲିସ ବିଶେଷ ସୂତ୍ରରୁ ଖବର ପାଇଥିଲା। ଏହାପରେ ପାଟଦରହା ସଂରକ୍ଷିତ ଜଙ୍ଗଲରେ ପୋଲିସ ଏବଂ ସିଆରପିଏଫ ଜବାନଙ୍କ ଦ୍ୱାରା କୁମ୍ବି ଅପରେସନ କରାଯାଇଥିଲା। ଏହାପରେ ବୋଡ଼େନ ଥାନା କାଟଫାର ଗାଁ ନିକଟରେ ଏହି ମାଓ କ୍ୟାମ୍ପ ଠାବ କରାଯାଇଥିଲା। ସେଠାରୁ ବହୁ ପରିମାଣରେ ମାଓ ସାମଗ୍ରୀ ସହ ବିଭିନ୍ନ ପ୍ରକାର ଔଷଧ ଜବତ କରିଛି ପୋଲିସ। ତେବେ ଅପରେସନ ସମୟରେ ସେଠାରେ କୌଣସି ମାଓବାଦୀ ନଥିଲେ । ତେଣୁ ଏ ନେଇ ପୋଲିସ ଅଧିକ ତଦନ୍ତ ଆରମ୍ଭ କରିବା ସହିତ ଅନ୍ୟ ସ୍ଥାନ ମାନଙ୍କରେ ମଧ୍ୟ କୁମ୍ବିଂ ଅପରେସନ ଜାରି ରଖିଛି ।




