ମନରେଗା କାମରେ ଶିଶୁ ଶ୍ରମିକ ନିୟୋଜିତ ,ପ୍ରଶାସନ ସାଜିଛି ନିରବଦ୍ରଷ୍ଟା

ସମୟ ଲାଇଭ,୪/୫(ରାଜ୍ ଗୁପ୍ତା): “ସଭିଏଁ ପଢନ୍ତୁ ସଭିଏଁ ବଢନ୍ତୁ” ସରକାରଙ୍କ ଏହି ନିୟମକୁ ଫୁ କରି ମୟୁରଭଞ୍ଜ ଜିଲ୍ଲା ସାରସକଣା ବ୍ଲକ ଉମାଦେଇପୁର ପଂଚାୟତରେ ଶିଶୁମାନଙ୍କୁ କାମରେ ନିୟୋଜିତ କରାଯାଇଥିବା ଅଭିଯୋଗ ହୋଇଛି | ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ଅଧୀନରେ ନେଦାଭାଡି ପୋଖରୀ ପୁନରୁଦ୍ଧାର କାର୍ଯ୍ୟରେ ଛୋଟ ଛୋଟ ପିଲାମାନେ କାମ କରୁଥିବା ଦେଖିବାକୁ ମିଳିଛି । ଯେଉଁ ବୟସରେ ପିଲାମାନେ ବହି ଖାତା ଧରି ପାଠ ପଢିବା କଥା ସେହି ବୟସରେ […]

Samaya Live Picture
Published On

ସମୟ ଲାଇଭ,୪/୫(ରାଜ୍ ଗୁପ୍ତା): “ସଭିଏଁ ପଢନ୍ତୁ ସଭିଏଁ ବଢନ୍ତୁ” ସରକାରଙ୍କ ଏହି ନିୟମକୁ ଫୁ କରି ମୟୁରଭଞ୍ଜ ଜିଲ୍ଲା ସାରସକଣା ବ୍ଲକ ଉମାଦେଇପୁର ପଂଚାୟତରେ ଶିଶୁମାନଙ୍କୁ କାମରେ ନିୟୋଜିତ କରାଯାଇଥିବା ଅଭିଯୋଗ ହୋଇଛି |

ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ଅଧୀନରେ ନେଦାଭାଡି ପୋଖରୀ ପୁନରୁଦ୍ଧାର କାର୍ଯ୍ୟରେ ଛୋଟ ଛୋଟ ପିଲାମାନେ କାମ କରୁଥିବା ଦେଖିବାକୁ ମିଳିଛି । ଯେଉଁ ବୟସରେ ପିଲାମାନେ ବହି ଖାତା ଧରି ପାଠ ପଢିବା କଥା ସେହି ବୟସରେ ସେମାନଙ୍କ ହାତରେ କୋଦାଳ ଧରାଇବା କେତେ ଦୂର ଯଥାର୍ଥ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

କରୋନା ପାଇଁ ସରକାର ନିର୍ମାଣ କାର୍ଯ୍ୟ ଏବଂ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ଲୋକଙ୍କ ରୋଜଗାର ପାଇଁ ଦୂରତା ରକ୍ଷା କରି କାମ କରିବାକୁ ନିର୍ଦ୍ଦେଶ ଦେବା ପରେ ମଧ୍ୟ ଏହାକୁ ଅଣଦେଖା କରାଯିବା ସହିତ ଶିଶୁ ଶ୍ରମିକଙ୍କୁ ଏଥିରେ ନିୟୋଜିତ କରାଯାଇଥିବାର ଦେଖାଯାଇଛି । ଏନେଇ ପଂଚାୟତର ଜିପିଟିଏଙ୍କୁ ପଚାରିବାରୁ ସେ କହିଥିଲେ ଯେ ସେହି ଶିଶୁମାନଙ୍କ ବାପା ଏବଂ ମା ସେଠାରେ କାମ କରୁଥିଲେ , ଗାଇ ଗୋରୁ ଆସିବାରୁ ସେମାନେ ଗାଇଗୋରୁ ପଛରେ ଯିବାରୁ ସେହି ଶିଶୁମାନେ କାମରେ ନିୟୋଜିତ ହୋଇଥିଲେ ।

ମାତ୍ର ପ୍ରଶ୍ନ ଉଠୁଛି ଶିଶୁ ଶ୍ରମିକମାନଙ୍କୁ କାମରେ ନିୟୋଜନ କରିବା ପୂର୍ବରୁ ତାଙ୍କ ଭବିଷ୍ୟତ କଥା ଚିନ୍ତା ନକରି କାମରେ କିଭଳି ନିୟୋଜିତ କରାଗଲା । ୧୯୮୬ ମସିହାରେ ଶିଶୁ ଓ କିଶୋର ଆଇନ ପ୍ରଣୟନ କରାଯାଇଥିଲେ ମଧ୍ୟ ଏହାର ଉଲଙ୍ଘନ କରାଯାଉଛି । ତେବେ ପ୍ରଶାସନ ଏନେଇ କେଉଁ ପଦକ୍ଷେପ ନେଉଛନ୍ତି ତାହା ଉପରେ ସମସ୍ତଙ୍କ ନଜର |

Tags: