ମଣପୁରମ ଗୋଲ୍ଡ ଡକାୟତି ଘଟଣା, ଗୋୖହାଟୀରୁ ଧରାପଡିଲା ମୁଖ୍ୟ ଅଭିଯୁକ୍ତ

ସମ୍ବଲପୁର : ସମ୍ବଲପୁର ମଣପୁରମ ଗୋଲ୍ଡ ଡକାୟତି ଘଟଣାରେ ମୁଖ୍ୟ ଅଭିଯୁକ୍ତ ଗିରଫ । ଗୁଆହାଟୀରୁ ଅଭିଯୁକ୍ତ ଉତ୍ତମ ପାଶୱାନକୁ ଗିରଫ କରିଛି ପୋଲିସ । ଆଜି ଉତ୍ତମକୁ କୋର୍ଟଚାଲାଣ କରାଯିବ । ଅଧିକ ପଚରାଉଚରା ପାଇଁ ୭ ଦିନିଆ ରିମାଣ୍ଡରେ ଆଣିବାକୁ ଆବେଦନ କରାଯିବ ବୋଲି ଆଇଜି ହିମାଂଶୁ ଲାଲ ସୂଚନା ଦେଇଛନ୍ତି । ଡକାୟତି ଦିନ ଉତ୍ତମ ନିଜେ ସୁନା ବ୍ୟାଗ ଧରି ବାଇକରେ ବସି ଫେରାର ହୋଇଯାଇଥିଲା । ଦୀର୍ଘ ୧ ମାସ […]

ମଣପୁରମ ଗୋଲ୍ଡ ଡକାୟତି ଘଟଣା, ଗୋୖହାଟୀରୁ ଧରାପଡିଲା ମୁଖ୍ୟ ଅଭିଯୁକ୍ତ
Samaya Live Picture
Published On

ସମ୍ବଲପୁର : ସମ୍ବଲପୁର ମଣପୁରମ ଗୋଲ୍ଡ ଡକାୟତି ଘଟଣାରେ ମୁଖ୍ୟ ଅଭିଯୁକ୍ତ ଗିରଫ । ଗୁଆହାଟୀରୁ ଅଭିଯୁକ୍ତ ଉତ୍ତମ ପାଶୱାନକୁ ଗିରଫ କରିଛି ପୋଲିସ । ଆଜି ଉତ୍ତମକୁ କୋର୍ଟଚାଲାଣ କରାଯିବ । ଅଧିକ ପଚରାଉଚରା ପାଇଁ ୭ ଦିନିଆ ରିମାଣ୍ଡରେ ଆଣିବାକୁ ଆବେଦନ କରାଯିବ ବୋଲି ଆଇଜି ହିମାଂଶୁ ଲାଲ ସୂଚନା ଦେଇଛନ୍ତି । ଡକାୟତି ଦିନ ଉତ୍ତମ ନିଜେ ସୁନା ବ୍ୟାଗ ଧରି ବାଇକରେ ବସି ଫେରାର ହୋଇଯାଇଥିଲା । ଦୀର୍ଘ ୧ ମାସ ପରେ ଉତ୍ତମକୁ ପୋଲିସର ସ୍ବତନ୍ତ୍ର ଟିମ୍ ଗିରଫ କରିଛି ।

ସୂଚନା ଅନୁସାରେ ଜାନୁଆରୀ ୩ ତାରିଖ ଦିନ ୧୦ଟାରେ ବୁଢ଼ାରାଜା ସ୍ଥିତ ମଣପୁରମ ଗୋଲ୍ଡ ଫାଇନାନ୍ସରୁ ଡକାୟତି ହୋଇଥିଲା । ୬ ରୁ ୭ ଜଣ ହେଲମେଟ ପିନ୍ଧା ଡକାୟତ ଆସି ବନ୍ଧୁକ ମୁନରେ କମ୍ପାନୀର କର୍ମଚାରୀଙ୍କୁ ଧମକ ଦେଇ ୩୦ କେଜି ସୁନା ଓ ନଗଦ ୪ ଲକ୍ଷ ଟଙ୍କା ଚୋରି କରି ନେଇଥିବା ଅଭିଯୋଗ ହୋଇଥିଲା । ତେବେ ଏହି ଘଟଣାରେ ଅନ୍ୟ ୨ ଜଣଙ୍କୁ ଗିରଫ କରିଛି ଅଇଁଠାପାଲି ଥାନା ପୁଲିସ। ଅଭିଯୁକ୍ତ ଡକାୟତ ବିହାର ହାଜିପୁରର ପଙ୍କଜ ପାଶୱାନ (୨୬)କୁ ପଶ୍ଚିମବଙ୍ଗର ହୁଗୁଳି ଜିଲ୍ଲା ଏବଂ ତାର ସମ୍ପର୍କୀୟ ଭାଇ ଅଜୟ ପାଶୱାନକୁ ସମ୍ବଲପୁର ଠେଲକୁଲି ଅଞ୍ଚଳରୁ ଗିରଫ କରାଯାଇଥିବା ଏସ୍‌ଡିପିଓ ତୋଫାନ ବାଗ ସୂଚନା ଦେଇଛନ୍ତି। ସେମାନଙ୍କ ବିରୋଧରେ ଡକାୟତି ସହିତ ବେଆଇନ ଅସ୍ତ୍ର କାରବାର ମାମଲା ରୁଜୁ କରାଯାଇଛି। ତେବେ ବର୍ତ୍ତମାନ ସୁଦ୍ଧା ଲୁଟ୍‌ ହୋଇଥିବା ୨୮ରୁ ଅଧିକ କେଜି ସୁନା ଏବଂ ନଗଦ ୪.୮୧ ଲକ୍ଷ ଟଙ୍କା ଉଦ୍ଧାର କରାଯାଇପାରି ନାହିଁ।

Tags: