ବାରଙ୍ଗ ପାରିବାରିକ କଳହ ଘଟଣା: ବୋହୁ ପରେ ଚାଲିଗଲା ପୁଅର ଜୀବନ
କଟକ:ବାରଙ୍ଗରେ ରାକ୍ଷସ ବାପା ପୁଅ ଓ ବୋହୁଙ୍କୁ ନିଆଁ ଲଗେଇ ପୋଡି ମାରିବା ଘଟଣା। ବୋହୁ ପରେ ପୁଅର ଜୀବନ ଚାଲିଗଲା। ଚିକିତ୍ସାଧୀନ ଅବସ୍ଥାରେ ପୁଅ ଦୀନବନ୍ଧୁର ମୃତ୍ୟୁ ହୋଇଛି।କଟକ ଏସସିବି ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଲା ପୁଅ ଦୀନବନ୍ଧୁ। ଗତ ଶନିବାର ଦିନ ବାରଙ୍ଗ ବାରସିଂଗା ଗାଁରେ ଜହ୍ଲାଦ ବାପା ଗୋବର୍ଦ୍ଧନ ରାଉତ ତାଙ୍କ ପୁଅ ଓ ବୋହୁକୁ ପେଟ୍ରୋଲ ଢ଼ାଳି ନିଆଁ ଲଗେଇ ପୋଡିମାରିବା ଉଦ୍ୟମ କରିଥିଲା। ରବିବାର ଦିନ ବୋହୁ ସସ୍ମିତା […]
କଟକ:ବାରଙ୍ଗରେ ରାକ୍ଷସ ବାପା ପୁଅ ଓ ବୋହୁଙ୍କୁ ନିଆଁ ଲଗେଇ ପୋଡି ମାରିବା ଘଟଣା। ବୋହୁ ପରେ ପୁଅର ଜୀବନ ଚାଲିଗଲା। ଚିକିତ୍ସାଧୀନ ଅବସ୍ଥାରେ ପୁଅ ଦୀନବନ୍ଧୁର ମୃତ୍ୟୁ ହୋଇଛି।କଟକ ଏସସିବି ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଲା ପୁଅ ଦୀନବନ୍ଧୁ। ଗତ ଶନିବାର ଦିନ ବାରଙ୍ଗ ବାରସିଂଗା ଗାଁରେ ଜହ୍ଲାଦ ବାପା ଗୋବର୍ଦ୍ଧନ ରାଉତ ତାଙ୍କ ପୁଅ ଓ ବୋହୁକୁ ପେଟ୍ରୋଲ ଢ଼ାଳି ନିଆଁ ଲଗେଇ ପୋଡିମାରିବା ଉଦ୍ୟମ କରିଥିଲା। ରବିବାର ଦିନ ବୋହୁ ସସ୍ମିତା ରାଉତଙ୍କ ମୃତ୍ୟୁ ଘଟିଥିବା ବେଳେ ଆଜି ଭୋରରୁ ପୁଅ ଦୀନବନ୍ଧୁ ଙ୍କ ମୃତ୍ୟୁ ହୋଇଛି। ଅଭିଯୁକ୍ତ ବାପା ଗୋବର୍ଦ୍ଧନ ରାଉତଙ୍କୁ ପୋଲିସ ଗିରଫ କରିଛି।
ଏହି ଘଟଣାରେ ପ୍ରଥମେ ବୋହୁର ମୃତ୍ୟୁ ହୋଇଥିଲା ଏଵେ ପୁଅ ଦୀନବନ୍ଧୁର ମୃତ୍ୟୁ ହୋଇଛି। ଟଙ୍କା ପାଇଁ ପୁଅ ବୋହୁଙ୍କୁ ପେଟ୍ରୋଲ ଢାଳି ନିଆଁ ଲଗେଇ ଦେଇଥିଲା ଅଭିଯୁକ୍ତ ଗୋବର୍ଦ୍ଧନ।




