ଶିକାରୀ ବିଛାଇଥିବା ବିଦ୍ୟୁତ ତାର ଲାଗି ବ୍ୟକ୍ତିଙ୍କ ମୃତ୍ୟୁ: ୫ ମାସ ପରେ କଙ୍କାଳ ଉଦ୍ଧାର
କାମାକ୍ଷାନଗର: ବାରହା ପାଇଁ ଶିକାରୀ ବସାଇଥିଲେ ଫାଶ I ବାରହା ଫାଶରେ ପଡି ଚାଲିଗଲା ବ୍ୟକ୍ତିଙ୍କ ଜୀବନ I ଘଟଣା ଆଜିକୁ ୭ ମାସ ପୂର୍ବରୁ ଘଟିଲା I ବର୍ତ୍ତମାନ ଏହି ଘଟଣାର ପର୍ଦାଫାଶ ହୋଇଥିବା ବେଳେ,ଅଭିଯୁକ୍ତ ନିଜେ ହିଁ କଥାଟିକୁ ପ୍ରଘଟ କରିଥିବା ପ୍ରକାଶ I ଘଟନାନୁସାରେ,ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ସାନ୍ଦା ଫାଣ୍ଡି ବାଲିପସି ଗାଁର ସନାତନ ବେହେରା ଗତ ସେପ୍ଟେମ୍ବର ମାସରୁ ନିଖୋଜ ଥିଲେ I ସେ ଶୌଚ ପାଇଁ ଯାଇଥିବା ବେଳେ,ଆଉ […]
କାମାକ୍ଷାନଗର: ବାରହା ପାଇଁ ଶିକାରୀ ବସାଇଥିଲେ ଫାଶ I ବାରହା ଫାଶରେ ପଡି ଚାଲିଗଲା ବ୍ୟକ୍ତିଙ୍କ ଜୀବନ I ଘଟଣା ଆଜିକୁ ୭ ମାସ ପୂର୍ବରୁ ଘଟିଲା I ବର୍ତ୍ତମାନ ଏହି ଘଟଣାର ପର୍ଦାଫାଶ ହୋଇଥିବା ବେଳେ,ଅଭିଯୁକ୍ତ ନିଜେ ହିଁ କଥାଟିକୁ ପ୍ରଘଟ କରିଥିବା ପ୍ରକାଶ I
ଘଟନାନୁସାରେ,ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ସାନ୍ଦା ଫାଣ୍ଡି ବାଲିପସି ଗାଁର ସନାତନ ବେହେରା ଗତ ସେପ୍ଟେମ୍ବର ମାସରୁ ନିଖୋଜ ଥିଲେ I ସେ ଶୌଚ ପାଇଁ ଯାଇଥିବା ବେଳେ,ଆଉ ଘରକୁ ଫେରି ନଥିଲେ I ଏନେଇ ସ୍ତ୍ରୀ ରୀନା ବେହେରା ଥାନାରେ ଏତଲା ଦେଇଥିଲେ I ଏହାପରେ ସେ ପୁଣି ସରପଞ୍ଚଙ୍କ ନିକଟରେ ଏ ସମ୍ପର୍କରେ ଅଭିଯୋଗ କରିଥିଲେ I ତେବେ ସେହି ସମୟରେ ଜଣେ ଅଭିଯୁକ୍ତ ରୀନା ଙ୍କୁ କହିଥିଲେ ‘କାହିଁକି ଖୋଜ ଖୋଜି କରୁଛୁ,ଆମେ ତାକୁ ମାରି ପୋତି ଦେଇଛୁ ‘ ଏହାପରେ ପତ୍ନୀ ରୀନା ବେହେରା ପୁଣି ଥାନାରେ ଅଭିଯୋଗ କଲେ ଆଉ ଅଭିଯୋଗ ଆଧାରରେ ମାମଲା ହୋଇଛି। ଆଉ ଏଥିରେ ସମ୍ପୃକ୍ତ ଥିବା ୩ଜଣଙ୍କ ମଧ୍ୟରୁ ୨ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ସଞ୍ଜୟ ଦେହୁରୀ ଓ ପିଲୁ ସେଠୀ । ଅଭିଯୁକ୍ତ ଙ୍କ ବୟାନ ଅନୁଯାୟୀ ସେମାନେ ବାରହା ଶିକାର ପାଇଁ ଜଙ୍ଗଲରେ ବିଦ୍ୟୁତ ତାର ବିଛାଇ ଥିଲେ I କିନ୍ତୁ ସେହି ତାରରେ ଭୁଲରେ ସନାତନ ଲାଖି ଯାଇଥିଲେ I ଏହା ଦେଖି ଶିକାରୀମାନେ ଡରି ଯାଇ ତାଙ୍କୁ ଜଙ୍ଗଲରେ ମାଟି ଖୋଲି ପୋତି ଦେଇଥିଲେ I ଏହା ପ୍ରାୟ ୭ମାସ ତଳର ଘଟଣା ଥିଲା।
ଆଜି ପୁଲିସ ସାଇଣ୍ଟିଫିକ ଟିମ ଓ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ତାଙ୍କୁ ପୋତା ଯାଇଥିବା ଜାଗାରୁ ମାଟି ଖୋଳି ବାହାର କରାଯାଇଥିଲା। ତାଙ୍କର ହାଡ଼ କଙ୍କାଳ ବାହାରିଥିଲା। ଘଟଣା ସ୍ଥଳକୁ ଗିରଫ ଅଭିଯୁକ୍ତଙ୍କୁ ନେଇ ଘଟଣା କିପରି ହୋଇଥିଲା ପୁଲିସ ଦେଖିଲା । ଅଭିଯୁକ୍ତମାନଙ୍କୁ କଠୋର ଦଣ୍ଡ ଦେବାକୁ ପତ୍ନୀ ଓ ପୁଅ ଦାବି କରିଛନ୍ତି। ଏହା ଉପରେ ଅଧିକ ତଦନ୍ତ ଚାଲୁଥିବା କାମାକ୍ଷାନଗର ଏସଡିପିଓ ରଂଜନ କୁମାର ଦେ ସୂଚନା ଦେଇଛନ୍ତି।




