ରାଜଧାନୀ ଉପକଣ୍ଠରେ ଆତଙ୍କ: ଯୁବକଙ୍କ ଗୋଡ଼କୁ ହାଣିବା ପରେ ଗୁଳି ଚଳାଇଲେ ଆତତାୟୀ
ଭୁବନେଶ୍ୱର:ରାଜଧାନୀ ଉପକଣ୍ଠରେ ଚାଞ୍ଚଲ୍ୟ ଖେଳିଯାଇଛି।ଯୁବକଙ୍କ ଗୋଡ଼କୁ ହାଣିବା ପରେ ଗୁଳି ଚଳାଇଲେ ଆତତାୟୀ।କଳା ସ୍କୋରପିଓ ଆଣି ନଦୀ ମୁହାଣରେ ହାଣି ପକେଇଲେ।ଗୋଡ଼କୁ ଗୁଳି କରିଥିବା ନେଇ ସୂଚନା ମିଳିଛି। ଅପହରଣ କରି ଆକ୍ରମଣ କରିଥିବା ସନ୍ଦେହ କରାଯାଉଛି।ମଞ୍ଚେଶ୍ୱର ବରିମୁଣ୍ଡ କୁଆଖାଇ ନଦୀ ପଠା ଘଟିଛି ଘଟଣା ଆହତ ଯୁବକକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଛି। ଘଟଣା ସ୍ଥଳରେ ନନ୍ଦନକାନନ ଥାନା ପୋଲିସପହଂଚି ତଦନ୍ତ କରିଛି। ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଛି ଆହତଙ୍କ ବୟସ ୪୫ରୁ ୫୦ବର୍ଷ। ପୋଲିସ ଘଟଣାସ୍ଥଳରେ […]
ଭୁବନେଶ୍ୱର:ରାଜଧାନୀ ଉପକଣ୍ଠରେ ଚାଞ୍ଚଲ୍ୟ ଖେଳିଯାଇଛି।ଯୁବକଙ୍କ ଗୋଡ଼କୁ ହାଣିବା ପରେ ଗୁଳି ଚଳାଇଲେ ଆତତାୟୀ।କଳା ସ୍କୋରପିଓ ଆଣି ନଦୀ ମୁହାଣରେ ହାଣି ପକେଇଲେ।ଗୋଡ଼କୁ ଗୁଳି କରିଥିବା ନେଇ ସୂଚନା ମିଳିଛି। ଅପହରଣ କରି ଆକ୍ରମଣ କରିଥିବା ସନ୍ଦେହ କରାଯାଉଛି।ମଞ୍ଚେଶ୍ୱର ବରିମୁଣ୍ଡ କୁଆଖାଇ ନଦୀ ପଠା ଘଟିଛି ଘଟଣା ଆହତ ଯୁବକକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଛି। ଘଟଣା ସ୍ଥଳରେ ନନ୍ଦନକାନନ ଥାନା ପୋଲିସପହଂଚି ତଦନ୍ତ କରିଛି।
ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଛି ଆହତଙ୍କ ବୟସ ୪୫ରୁ ୫୦ବର୍ଷ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ସେଠାରୁ ଉଦ୍ଧାର କରି ଚିକିତ୍ସା ପାଇଁ ନିଆଯାଇଥିଲା। ପୂର୍ବ ଶତ୍ରୁତାରୁ ଏଭଳି ଆକ୍ରମଣ ହୋଇଥିବା ପ୍ରାଥମିକ ତଦନ୍ତ ରୁ ଜଣାପଡିଛି। ଆହତଙ୍କୁ କଟକ SCB କୁ ସ୍ଥାନାନ୍ତର କରାଯାଇଛି। ଏ ଘଟଣାରେ ACP ଜୋନ ୬, ନନ୍ଦନ କାନନ ଥାନା ଅଧିକାରୀ ତଦନ୍ତ କରୁଛନ୍ତି।




