ଅଭୟା ମାମଲାରେ ହାଇକୋର୍ଟ ଗଲେ ମମତା ସରକାର
କୋଲକାତା : ଆରଜି କର ମେଡିକାଲ କଲେଜ ଡାକ୍ତର ଦୁଷ୍କର୍ମ ଓ ହତ୍ୟା ମାମଲା । ତଳ କୋର୍ଟଙ୍କ ଫଇସଲାକୁ ନେଇ ଅସନ୍ତୋଷ ଜାହିର କରିଛନ୍ତି ପଶ୍ଚିମବଙ୍ଗ ସରକାର । ତଳ କୋର୍ଟଙ୍କ ନିଷ୍ପତ୍ତିକୁ ବିରୋଧ କରି ହାଇକୋର୍ଟ ଗଲେ ମମତା ସରକାର । ଗତକାଲି ସେ ସିଆଲଦା କୋର୍ଟଙ୍କ ଶୁଣାଣୀ ନେଇ ଅସନ୍ତୁଷ୍ଟ ପ୍ରକାଶ କରିଥିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ସେ କହିଥିଲେ ଯଦି ମାମଲାର ତଦନ୍ତ କୋଲକାତା ପୁଲିସ କରିଥାନ୍ତା ହୁଏତ […]
କୋଲକାତା : ଆରଜି କର ମେଡିକାଲ କଲେଜ ଡାକ୍ତର ଦୁଷ୍କର୍ମ ଓ ହତ୍ୟା ମାମଲା । ତଳ କୋର୍ଟଙ୍କ ଫଇସଲାକୁ ନେଇ ଅସନ୍ତୋଷ ଜାହିର କରିଛନ୍ତି ପଶ୍ଚିମବଙ୍ଗ ସରକାର । ତଳ କୋର୍ଟଙ୍କ ନିଷ୍ପତ୍ତିକୁ ବିରୋଧ କରି ହାଇକୋର୍ଟ ଗଲେ ମମତା ସରକାର । ଗତକାଲି ସେ ସିଆଲଦା କୋର୍ଟଙ୍କ ଶୁଣାଣୀ ନେଇ ଅସନ୍ତୁଷ୍ଟ ପ୍ରକାଶ କରିଥିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ସେ କହିଥିଲେ ଯଦି ମାମଲାର ତଦନ୍ତ କୋଲକାତା ପୁଲିସ କରିଥାନ୍ତା ହୁଏତ ଦୋଷୀକୁ ଫାଶୀଦଣ୍ଡ ମିଳିଥାନ୍ତା । ଏଥିସହ ଟିଏମସି ମୁଖ୍ୟ କହିଛନ୍ତି ପ୍ରଥମ ଦିନରୁ ହିଁ ଆମେ ଦୋଷୀକୁ ଫାଶୀଦଣ୍ଡ ମିଳୁ ବୋଲି ଦାବି କରିଥିଲୁ କିନ୍ତୁ ସିବିଆଇର ତଦନ୍ତ ସନ୍ତୋଷଜନକ ନଥିଲା ଓ ଆଜି ଦୋଷୀକୁ ଫାଶୀଦଣ୍ଡ ଜାଗାରେ ଆଜୀବନ କାରାଦଣ୍ଡ ମିଳିଛି କହି ଅସନ୍ତୋଷ ପ୍ରକାଶ କରିଥିଲେ ।
ଅନ୍ୟପଟେ ,ଅଭିଯୁକ୍ତ ସଞ୍ଜୟ ରାୟ ଦାବି କରିଛି ଯେ ସେ କିଛି ଭୁଲ କରିନାହିଁ । ଅଦାଲତରେ ଅଭିଯୁକ୍ତ ଏକ ଅଜବ ଯୁକ୍ତି କରି କହିଥିଲ ସଞ୍ଜୟ, ଯେ ସେ କହିଛି- ମୁଁ କିଛି ଭୁଲ୍ କରିନି। ମୁଁ ରୁଦ୍ରାକ୍ଷ ମାଳା ପିନ୍ଧିଛି, ଯଦି କିଛି ଭୁଲ କରିଥାନ୍ତି, ତେବେ ମାଳା ଫାଟି ଯାଇଥାନ୍ତା ।
ସୂଚନାନୁସାରେ,ଗତକାଲି ଆରଜି କର ମେଡିକାଲ କଲେଜ ଡାକ୍ତର ଦୁଷ୍କର୍ମ ଓ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ରାୟଙ୍କୁ ଆଜୀବନ ଦଣ୍ଡାଦେଶ ଆଦେଶ ଦେଇଥିଲେ ସିଆଲଦା ସେସନ୍ସ କୋର୍ଟ । ଏହା ସହ ୫୦ ହଜାର ତାଙ୍କ ଜୋରିମାନା ସହିତ ପଶ୍ଚିମବଙ୍ଗ ସରକାରଙ୍କୁ ୧୭ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ନିର୍ଦେଶ ଦେଇଥିଲେ I ତେବେ ଗତକାଲି କୋର୍ଟଙ୍କ ଫଇସଲାକୁ ବିରୋଧ କରି ଜୁନିୟର ଡାକ୍ତର ଜୋରଦାର ବିକ୍ଷୋଭ ପ୍ରଦର୍ଶନ କରିଥିଲେ । କୋର୍ଟ ବାହାରେ ଶହଶହ ସଂଖ୍ୟକ ଡାକ୍ତର ବିକ୍ଷୋଭ ପ୍ରଦର୍ଶନ କରିଥିଲେ । କୋର୍ଟଙ୍କ ଫଇସଲାରେ ପକ୍ଷପାତିତା ହୋଇଥିବା କହିଛନ୍ତି ବିକ୍ଷୋଭକାରୀ । ପୀଡିତାଙ୍କ ପରିବାରକୁ ୧୭ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ କୋର୍ଟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଯାହାକୁ ଗ୍ରହଣ କରିବେନି ବୋଲି କହିଛନ୍ତି ଅଭୟାଙ୍କ ପରିବାର । ମୃତ ପୀଡିତାଙ୍କ ବାପା କହିଛନ୍ତି ଆମକୁ ଟଙ୍କା ନୁହେଁ ନ୍ୟାୟ ଦରକାର ।




