ହଜିଗଲା ମମତା,ନିଜ ୮ ମାସର ଶିଶୁକୁ ବିକ୍ରି କଲା ମା’

ମୟୁରଭଞ୍ଜ : ମୟୁରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନା ଅନ୍ତର୍ଗତ କୁଆମରା ଗାଁରେ ଘଟିଛି ଏକ ଅଭବନୀୟ ଘଟଣା I ନିଜ ଜନ୍ମ କଲା ୮ ମାସର ଝିଅକୁ ବିକି ଦେଇଛି ମା’ I ସ୍ବାମୀଙ୍କ ଅନୁପସ୍ଥିତିରେ ଶିଶୁ କନ୍ୟାକୁ ବିକି ଦେଇଛି ମା’ । ତେବେ ନିଜ ଦ୍ଵିତୀୟ ସନ୍ତାନଟି ଝିଅ ହେବାରୁ ମା’ ଏଇଭଳି କାଣ୍ଡ କରିଥିବା ଜଣା ପଡିଛି I ଏହି ମାମଲାରେ ପୁଲିସ ଛାନ୍‌ଭିନ୍‌ କରି ଶିଶୁକୁ ଉଦ୍ଧାର କରିବା ସହ ମା […]

Samaya Live Picture
Published On

ମୟୁରଭଞ୍ଜ : ମୟୁରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନା ଅନ୍ତର୍ଗତ କୁଆମରା ଗାଁରେ ଘଟିଛି ଏକ ଅଭବନୀୟ ଘଟଣା I ନିଜ ଜନ୍ମ କଲା ୮ ମାସର ଝିଅକୁ ବିକି ଦେଇଛି ମା’ I ସ୍ବାମୀଙ୍କ ଅନୁପସ୍ଥିତିରେ ଶିଶୁ କନ୍ୟାକୁ ବିକି ଦେଇଛି ମା’ । ତେବେ ନିଜ ଦ୍ଵିତୀୟ ସନ୍ତାନଟି ଝିଅ ହେବାରୁ ମା’ ଏଇଭଳି କାଣ୍ଡ କରିଥିବା ଜଣା ପଡିଛି I ଏହି ମାମଲାରେ ପୁଲିସ ଛାନ୍‌ଭିନ୍‌ କରି ଶିଶୁକୁ ଉଦ୍ଧାର କରିବା ସହ ମା ଓ ୪ ଜଣଙ୍କୁ ଗିରଫ କରିଛି।

ସୂଚନାନୁସାରେ,ଖୁଣ୍ଟା ଥାନା ମହୁଲିଆ ଗ୍ରାମର ସ୍ୱାମୀ ମୁସୁ ମୁର୍ମୁ ଓ ସ୍ତ୍ରୀ କର୍ମୀ ମୁର୍ମୁ I ସ୍ୱାମୀ ମୁସୁ ମୁର୍ମୁ ତାମିଲନାଡୁରେ କାମ କରନ୍ତି I ଉଭୟଙ୍କର ୨ୟ ସନ୍ତାନଟି ମଧ୍ୟ ଝିଅ ହୋଇଥିଲା I ସ୍ୱାମୀ ତାମିଲନାଡୁକୁ କାମ କରିବାକୁ ଯାଇ ଥିବାବେଳେ ପତ୍ନୀ କାର୍ମି (୨୫) ମାସକ ତଳେ ନିଜ ଶିଶୁକନ୍ୟାକୁ ସେହି ଗ୍ରାମର ମାହି ମୁର୍ମୁ (୫୦)ଙ୍କ ମଧ୍ୟସ୍ଥିରେ ବିପ୍ରଚରଣପୁର ଗ୍ରାମର ଫୁଲମଣି ମାରାଣ୍ଡି ଓ ଅଖିଳ ମାରାଣ୍ଡିଙ୍କୁ ବିକି ଦେଇଥିଲେ। ହେଲେ ଏ ସମ୍ପର୍କରେ କୌଣସି ସୁରାକ ପାଇନଥିଲେ ମୁସୁ। ସପ୍ତାହ ତଳେ ସେ ଘରକୁ ଫେରିବା ପରେ ତାଙ୍କ ସ୍ତ୍ରୀ ବାପ ଘରକୁ ପଳାଇଥିଲେ I ମୁସୁ ସେଠାରେ ପହଂଚି ଝିଅ କଥା ପଚାଇଥିଲେ ଇ ତେବେ ଶିଶୁ କନ୍ୟାକୁ ବିପ୍ରଚରଣଙ୍କୁ ବିକ୍ରି କରିଦେଇଥିବା ଜାଣିବାକୁ ପାଇଥିଲେ I ଏ ନେଇ ଖୁଣ୍ଟା ଥାନାରେ ଅଭିଯୋଗ କରିବା ପରେ ପୁଲିସ ୧୭୮/୨୩ରେ ମାମଲା ରୁଜୁ କରି ଅଭିଯୁକ୍ତ କାର୍ମି, ଫୁଲମଣି, ଅଖିଳ ଓ ମାହିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଉଦ୍ଧାର ଶିଶୁକନ୍ୟାକୁ ମୁସୁଙ୍କ ଜିମା ଦେଇଛି ପୁଲିସ।

Tags: