ମାଲକାନଗିରି : ଏକାଧିକ ସରକାରୀ ବାବୁଙ୍କ ଘରେ ଭିଜିଲାନ୍ସ ଚଢ଼ାଉ
ମାଲକାନଗିରି : ଭିଜିଲାନ୍ସ ଜାଲରେ ଏକା ଥରକେ ୪ ଜଣ ସରକାରୀ ବାବୁ । ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ମାଲକାନଗିରି ଜଳସମ୍ପଦ ଉପନିର୍ଦେଶକ ଶାନ୍ତନୁ ମହାପାତ୍ରଙ୍କ ଘରେ ଚାଲିଛି ଚଢ଼ାଉ । ଆଜି ସକାଳୁ ଶାନ୍ତନୁ ମହାପାତ୍ରଙ୍କ ମାଲକାନଗିରି, ଜୟପୁର ଏବଂ ଭୁବନେଶ୍ୱର ଘର ସମେତ ୭ ଟି ସ୍ଥାନ ଏକକାଳୀନ ଚଢାଉ କରୁଛି ଭିଜିଲାନ୍ସ ଟିମ୍ । ଶାନ୍ତନୁଙ୍କ କଟକ ବାଲିସାହିରେ ଥିବା ପୈତୃକ ଘର, ଭୁବନେଶ୍ୱର ହାଡସିଂ ବୋର୍ଡ କଲୋନୀ ଓ ଭୀମଟାଙ୍ଗୀରେ […]
ମାଲକାନଗିରି : ଭିଜିଲାନ୍ସ ଜାଲରେ ଏକା ଥରକେ ୪ ଜଣ ସରକାରୀ ବାବୁ । ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ମାଲକାନଗିରି ଜଳସମ୍ପଦ ଉପନିର୍ଦେଶକ ଶାନ୍ତନୁ ମହାପାତ୍ରଙ୍କ ଘରେ ଚାଲିଛି ଚଢ଼ାଉ । ଆଜି ସକାଳୁ ଶାନ୍ତନୁ ମହାପାତ୍ରଙ୍କ ମାଲକାନଗିରି, ଜୟପୁର ଏବଂ ଭୁବନେଶ୍ୱର ଘର ସମେତ ୭ ଟି ସ୍ଥାନ ଏକକାଳୀନ ଚଢାଉ କରୁଛି ଭିଜିଲାନ୍ସ ଟିମ୍ ।
ଶାନ୍ତନୁଙ୍କ କଟକ ବାଲିସାହିରେ ଥିବା ପୈତୃକ ଘର, ଭୁବନେଶ୍ୱର ହାଡସିଂ ବୋର୍ଡ କଲୋନୀ ଓ ଭୀମଟାଙ୍ଗୀରେ ଥିବା ଘର,କୋରାପୁଟ ଜିଲ୍ଲା ଜୟପୁରରେ ଥିବା ଘର ସମେତ ମାଲକାନଗିରିରେ ଚଢ଼ାଉ କରାଯାଇଛି ।
ଚଢ଼ାଉ ବେଳେ ଜୟପୁର ବାସଭବନରୁ ବିଡ଼ା ବିଡ଼ା ଟଙ୍କା ପାଇଛି ଭିଜିଲାନ୍ସ। ଠାବ ହୋଇଥିବା ଟଙ୍କା ପ୍ରାୟ ଦେଢ କୋଟି ହେବ ବୋଲି ସୂଚନା ମିଳିଛି। ଜବତ ହୋଇଥିବା ଟଙ୍କା ଦେଖି ଜଳକା ହୋଇଛନ୍ତି ଭିଜିଲାନ୍ସ ଅଧିକାରୀ।
ଅନ୍ୟପଟେ,ମାଲକାନଗିରି ଜିଲ୍ଲାର ସହକାରୀ କୃଷି ଯନ୍ତ୍ରୀ ମୋହନ ମଣ୍ଡଳ, ଡାଟା ଏଣ୍ଟ୍ରି ଅପରେଟର ବିଶ୍ବଜିତ ମଣ୍ଡଳ ଓ କଣ୍ଟ୍ରାକ୍ଚୁଆଲ ଷ୍ଟାଫ ଅମିୟକାନ୍ତ ସାହୁଙ୍କ ଘରେ ମଧ୍ୟ ଚାଲିଛି ଭିଜିଲାନ୍ସ ଚଢାଉ । ଏହି ଚଢାଉରେ ୨ ଜଣ ଅତିରିକ୍ତ ଏସ୍ପି, ୪ ଜଣ ଡିଏସ୍ପି, ୧୦ ଜଣ ଇନିସ୍ପେକ୍ଟର, ୬ ଜଣ ଏଏସ୍ଆଇଙ୍କ ସମେତ ସହାୟକ କର୍ମିଚାରୀ ସାମିଲ ହୋଇଛନ୍ତି ।ବର୍ତ୍ତମାନ ସୁଦ୍ଧା ଭିଜିଲାନ୍ସ ଚଢ଼ାଉ ଜାରି ରହିଥିବାବେଳେ ସର୍ବମୋଟ ସମ୍ପତ୍ତିର ଆକଳନ କରାଯାଇ ପାରିନାହିଁ I




