କଟକ ଡବଲ ମର୍ଡର ଘଟଣାରେ ମୁଖ୍ୟ ଅଭିଯୁକ୍ତ ଗିରଫ
କଟକ : କଟକ ବେଲେଶ୍ୱର ଡବଲ ମର୍ଡର ଘଟଣାରେ ପୋଲିସ୍କୁ ସଫଳତା । ୫ ବର୍ଷ ପରେ ହତ୍ୟାକାଣ୍ଡର ଖୁଲାସା କରିଛି ପୋଲିସ । ଘଟଣାରେ ପୋଲିସ ହେପାଜତରେ ଥିବା ତିନି ଅଭିଯୁକ୍ତ ସୂଚନା ମିଳିଛି । ସେମାନଙ୍କ ମଧ୍ୟରୁ ଘରେ କାମ କରୁଥିବା ମହିଳା ଓ ତାଙ୍କ ସ୍ଵାମୀଙ୍କ ସଂପୃକ୍ତି ଥିବା ସୂଚନା। ଅନ୍ୟ ଅଭିଯୁକ୍ତଙ୍କ ସଂପୃକ୍ତି ନେଇ ପୋଲିସ କରୁଛି ଖୋଳତାଡ଼ । ବକେୟା ଟଙ୍କା ମଗାକୁ କେନ୍ଦ୍ର କରି ହତ୍ୟା କାଣ୍ଡ ଘଟିଥିବା […]
କଟକ : କଟକ ବେଲେଶ୍ୱର ଡବଲ ମର୍ଡର ଘଟଣାରେ ପୋଲିସ୍କୁ ସଫଳତା । ୫ ବର୍ଷ ପରେ ହତ୍ୟାକାଣ୍ଡର ଖୁଲାସା କରିଛି ପୋଲିସ । ଘଟଣାରେ ପୋଲିସ ହେପାଜତରେ ଥିବା ତିନି ଅଭିଯୁକ୍ତ ସୂଚନା ମିଳିଛି । ସେମାନଙ୍କ ମଧ୍ୟରୁ ଘରେ କାମ କରୁଥିବା ମହିଳା ଓ ତାଙ୍କ ସ୍ଵାମୀଙ୍କ ସଂପୃକ୍ତି ଥିବା ସୂଚନା। ଅନ୍ୟ ଅଭିଯୁକ୍ତଙ୍କ ସଂପୃକ୍ତି ନେଇ ପୋଲିସ କରୁଛି ଖୋଳତାଡ଼ । ବକେୟା ଟଙ୍କା ମଗାକୁ କେନ୍ଦ୍ର କରି ହତ୍ୟା କାଣ୍ଡ ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି ।
ସୂଚନାନୁସାରେ, ୨୦୧୯ ଡିସେମ୍ବର ୧୨ ସଂଧ୍ୟା ସମୟରେ କଟକର ମଧୁପାଟଣା ଥାନା ବେଲେଶ୍ୱରରେ ଘରେ ଥିବା ବୃଦ୍ଧ ଦମ୍ପତ୍ତି ଶ୍ରୀନାଥ ସାମଲ ଓ ତାଙ୍କ ପତ୍ନୀ ବିଦୁଲତା ସାମଲଙ୍କୁ ନିର୍ମମ ଭାବେ ହତ୍ୟା କରିଥିଲେ ଦୁର୍ବୁତ୍ତ । ଘର ଭିତରୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ମୃତଦେହ ଉଦ୍ଧାର କରାଯାଇଥିଲା । ଟଙ୍କା ଲୁଟ୍ ଉଦ୍ଦେଶ୍ୟରେ କେହି ହତ୍ୟା କରିଥିବା ସନ୍ଦେହ କରାଯାଉଥିଲା ।
ବୃଦ୍ଧ ଦମ୍ପତିଙ୍କର ୫ ଝିଅ ଓ ଜଣେ ପୁଅ ବାହାରେ ରହୁଥିବାବେଳେ ବୃଦ୍ଧି ଦମ୍ପତି ଘରେ ଥିଲେ । ତେବେ ପିଲାମାନେ ଫୋନ କରିବାରୁ ବାପା ମା’ ଉଠାଇ ନଥିଲେ । ଏ ସମ୍ପର୍କରେ ପିଲାମାନେ ପଡୋଶୀଙ୍କୁ ଜଣାଇଥିଲେ । ପଡୋଶୀ ଘଟଣାସ୍ଥଳକୁ ଯାଇ ଘର କବାଟ ଖୋଲାଥିବା ଦେଖିଥିଲେ । ଆଉ ଭିତରେ ପଡିଥିଲା ମୃତଦେହ ।
ଏହି ଘଟଣାରେ ଘଟଣାକୁ ଦୀର୍ଘ ବର୍ଷ ବିତିଯାଇଥିଲେ ସୁଦ୍ଧା ମୁଖ୍ୟ ଅଭିଯୁକ୍ତଙ୍କ ଧରାପଡ଼ିନଥିଲା । ଅପରାଧୀକୁ ଧରିବାରେ ବିଫଳ ହେବା ପରେ ଘଟଣାର ତଦନ୍ତ କ୍ରାଇମବ୍ରାଞ୍ଚ କିମ୍ବା ସିବିଆଇ ଦ୍ୱାରା କରାଯାଉ ବୋଲି ତତ୍କାଳୀନ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରିଥିଲେ ପରିବାର ଲୋକେ ।
ପରେ ହତ୍ୟା ଘଟଣାରେ ପୋଲିସର ତଦନ୍ତ ଗୁରୁତ୍ୱପୂର୍ଣ୍ଣ ମୋଡରେ ପହଞ୍ଚିଥିଲା । ହତ୍ୟାକାଣ୍ଡରେ ସଂପୃକ୍ତ ଜଣେ ଅଭିଯୁକ୍ତ ଅଟକ ଥିବାବେଳେ ଅନ୍ୟ ଦୁଇ ଅଭିଯୁକ୍ତ କଟକ କମିସନରେଟ୍ ପୋଲିସ ଅଞ୍ଚଳର ବୋଲି ସୁରାକ ମିଳିଥିଲା । ଏହି ଘଟଣାରେ ସଂପୃକ୍ତ ଅନ୍ୟ ଦୁଇ ଅଭିଯୁକ୍ତଙ୍କୁ ଧରିବା ପାଇଁ କଟକ ସହର ଭିତରେ ଓ ଏହାର ଆଖପାଖରେ ପୋଲିସ ତାର ତଦନ୍ତକୁ ଜାରି ରଖିଥିଲା ।




