ମାହାଙ୍ଗା ନାବାଳିକା ମୃତ୍ୟୁ ମାମଲା,ଜାମିନ ପାଇଲେ ଶରତ ନାୟକ
ମାହାଙ୍ଗା : ମାହାଙ୍ଗା ନାବାଳିକା ମୃତ୍ୟୁ ଘଟଣାରେ ମୁଖ୍ୟ ସୂତ୍ରଧର ତଥା ବିଜେଡିର ନିଲମ୍ବିତ ନେତା ଶରତ ନାୟକଙ୍କୁ ଜାମିନ I ଗାହଟଣାଟି ୨ ମାସ ତଳେ ଘଟିଥିଲା I ଶରତ ନାୟକଙ୍କର ଏକ ଅଡିଓ ଭାଇରାଲ ହେବା ପରେ ଘଟଣା ସମ୍ପର୍କରେ ଜଣା ପଡିଥିଲା । ସେ ମାମଲାକୁ ରଫାଦଫା କରିବା ନେଇ ଜନୈକ ବ୍ୟକ୍ତିଙ୍କ ଠାରୁ ଅର୍ଥ ଦାବି କରୁଥିବା ଶୁଣାଯାଇଥିଲା I ଘଟନାନୁସାରେ,ଗତ ଜୁନ ୧୮ ତାରିଖରେ ମାହାଙ୍ଗା ସ୍କୁଲ ରେ ଦଶମ […]
ମାହାଙ୍ଗା : ମାହାଙ୍ଗା ନାବାଳିକା ମୃତ୍ୟୁ ଘଟଣାରେ ମୁଖ୍ୟ ସୂତ୍ରଧର ତଥା ବିଜେଡିର ନିଲମ୍ବିତ ନେତା ଶରତ ନାୟକଙ୍କୁ ଜାମିନ I ଗାହଟଣାଟି ୨ ମାସ ତଳେ ଘଟିଥିଲା I ଶରତ ନାୟକଙ୍କର ଏକ ଅଡିଓ ଭାଇରାଲ ହେବା ପରେ ଘଟଣା ସମ୍ପର୍କରେ ଜଣା ପଡିଥିଲା । ସେ ମାମଲାକୁ ରଫାଦଫା କରିବା ନେଇ ଜନୈକ ବ୍ୟକ୍ତିଙ୍କ ଠାରୁ ଅର୍ଥ ଦାବି କରୁଥିବା ଶୁଣାଯାଇଥିଲା I
ଘଟନାନୁସାରେ,ଗତ ଜୁନ ୧୮ ତାରିଖରେ ମାହାଙ୍ଗା ସ୍କୁଲ ରେ ଦଶମ ଶ୍ରେଣୀରେ ପଢୁଥିବା ନାବାଳିକାଙ୍କର ସନ୍ଦିଗ୍ଧ ଅବସ୍ଥାରେ ମୃତ୍ୟୁ ଘଟିଥିଲା । ତେବେ ଗତ ଅଗଷ୍ଟ ମାସରେ ଅର୍ଥାତ୍ ତାଙ୍କ ମୃତ୍ୟୁର ୨ ମାସ ପରେ ଏହି ଘଟଣାକୁ ନେଇ ଏକ ଅଡିଓ ଭାଇରାଲ ହୋଇଥିଲା।
ଭାଇରାଲ ହୋଇଥିବା ଅଡିଓରେ ନିଲମ୍ବିତ ବିଜେଡି ନେତା ଶରତ ନାୟକ ଓ ନାବାଳିକା ପଢ଼ୁଥିବା ସ୍କୁଲର ଖେଳ ଶିକ୍ଷକ ଅନୁପମ ରାୟଙ୍କ ମା’ଙ୍କ ମଧ୍ୟରେ ହୋଇଥିବା ବାର୍ତ୍ତାଳପ ରହିଥିଲା। ଏଥିରେ ଶରତ ନାୟକ ଅନୁପମ ରାୟଙ୍କ ମା’ଙ୍କୁ ଶରତ ନାୟକ ୭୦ ହଜାର ଟଙ୍କା ମାଗୁଥିବାର ଶୁଣାଯାଉଥିଲା I
ଏହି ଘଟଣାର ଖୋଳତାଡ଼ ପରେ ନାବାଳିକା ମୃତ୍ୟୁ ଘଟଣାର ସମ୍ପୃକ୍ତି ନେଇ ଶରତ ନାୟକଙ୍କ ସହିତ ଖେଳ ଶିକ୍ଷକ ଅନୁପମ ରାୟ ଙ୍କୁ ମଧ୍ୟ ଗିରଫ କରାଯାଇଥିଲା । ତେବେ ଏହି ଘଟଣାରେ ଶରତ ନାୟକଙ୍କ ସମ୍ପୃକ୍ତି ଥିବା ନେଇ ଅଡିଓ ଭାଇରାଲ ହେବା ପରେ ତାଙ୍କୁ ବିଜେଡିର ପ୍ରାଥମିକ ସଦସ୍ୟତାରୁ ନିଲମ୍ବିତ କରାଯାଇଥିଲା।




