ମାହାଙ୍ଗା ଡବଲ ମର୍ଡର,ରାଜ୍ୟ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ଜବାବ ତଲବ
ଭୁବନେଶ୍ୱର : ମାହାଙ୍ଗା ଡବଲ ମର୍ଡର ଘଟଣା ,ବଢ଼ିଲା ବରିଷ୍ଠ ନେତା ତଥା ପୂର୍ବତନ ବିଜେଡି ବିଧାୟକ ପ୍ରତାପ ଜେନାଙ୍କ ଆଡୁଆ । ୪ ସପ୍ତାହ ମଧ୍ୟରେ ଜବାବ ରଖିବାକୁ ରାଜ୍ୟ ସରକାରଙ୍କୁ ନିର୍ଦେଶ ଦେଲେ ସୁପ୍ରିମ କୋର୍ଟ । ପୂର୍ବତନ ମନ୍ତ୍ରୀ ଘଟଣାରେ ସମ୍ପୃକ୍ତି ଥିବାବେଳେ ତାଙ୍କୁ କ୍ଲିନଚିଟ ଦେଇଥିଲେ ହାଇକୋର୍ଟ । ଏହାକୁ ଚାଲେଞ୍ଜ କରି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ମୃତ କୁଳମଣି ବରାଳଙ୍କ ପୁଅ ରଂଜିତ ବରାଳ । ମାଳାକୁ ବିଚାର ପୈଁଗ୍ରହଣ […]
ଭୁବନେଶ୍ୱର : ମାହାଙ୍ଗା ଡବଲ ମର୍ଡର ଘଟଣା ,ବଢ଼ିଲା ବରିଷ୍ଠ ନେତା ତଥା ପୂର୍ବତନ ବିଜେଡି ବିଧାୟକ ପ୍ରତାପ ଜେନାଙ୍କ ଆଡୁଆ । ୪ ସପ୍ତାହ ମଧ୍ୟରେ ଜବାବ ରଖିବାକୁ ରାଜ୍ୟ ସରକାରଙ୍କୁ ନିର୍ଦେଶ ଦେଲେ ସୁପ୍ରିମ କୋର୍ଟ । ପୂର୍ବତନ ମନ୍ତ୍ରୀ ଘଟଣାରେ ସମ୍ପୃକ୍ତି ଥିବାବେଳେ ତାଙ୍କୁ କ୍ଲିନଚିଟ ଦେଇଥିଲେ ହାଇକୋର୍ଟ । ଏହାକୁ ଚାଲେଞ୍ଜ କରି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ମୃତ କୁଳମଣି ବରାଳଙ୍କ ପୁଅ ରଂଜିତ ବରାଳ । ମାଳାକୁ ବିଚାର ପୈଁଗ୍ରହଣ କରି ଏହି ନିର୍ଦେଶ ଦେଇଛନ୍ତି ସୁପ୍ରିମ କୋର୍ଟ ।
ଭୁବନେଶ୍ୱର : ମାହାଙ୍ଗା ଡବଲ ମର୍ଡର ଘଟଣା ,ବଢ଼ିଲା ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନାଙ୍କ ଆଡୁଆ । ୪ ସପ୍ତାହ ମଧ୍ୟରେ ଜବାବ ରଖିବାକୁ ରାଜ୍ୟ ସରକାରଙ୍କୁ ନିର୍ଦେଶ ଦେଲେ ସୁପ୍ରିମ କୋର୍ଟ । ପୂର୍ବତନ ମନ୍ତ୍ରୀ ଘଟଣାରେ ସମ୍ପୃକ୍ତି ଥିବାବେଳେ ତାଙ୍କୁ କ୍ଲିନଚିଟ ଦେଇଥିଲେ ହାଇକୋର୍ଟ । ଏହି ଘଟଣାପାରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ମୃତ କୁଳମଣି ବରାଳଙ୍କ ପୁଅ ରଂଜିତ ବରାଳ । ମାଳାକୁ ବିଚାର ପୈଁଗ୍ରହଣ କରି ଏହି ନିର୍ଦେଶ ଦେଇଛନ୍ତି ସୁପ୍ରିମ କୋର୍ଟ ।
ସୂଚନାନୁସାରେ,୨୦୨୧ ଜାନୁଆରୀ ୨ ମାସରେ ବିଜେପି ନେତା କୁଳମଣି ବରାଳ ଓ ତାଙ୍କ ସାଥି ଦିବ୍ୟସିଂହ ବରାଳଙ୍କୁ କଟକ ଜିଲ୍ଲା ମାହାଙ୍ଗା ନିକଟରେ ନିର୍ମମ ଭାବେ ହତ୍ୟା କରାଯାଇଥିଲା । ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଅର୍ଥରାଶୀରେ ବିଜେଡି ନେତାମାନେ ଦୁର୍ନୀତି କରୁଥିବା ଅଭିଯୋଗ କରିବାପରେ ଉଭୟଙ୍କୁ ହତ୍ୟା କରାଯାଇଥିଲା । ଏହି ଘଟଣାରେ ପୋଲିସ ୧୨ ଜଣଙ୍କୁ ଗିରଫ କରିଥିଲା ପୁଲିସ । ଏମାନଙ୍କ ମଧ୍ୟରେ ବିଜେଡି ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନାଙ୍କ ସମ୍ପୃକ୍ତି ଥିବା ଜଣାପଡିଥିଲା I ହେଲେ ପରବର୍ତ୍ତୀ ସମୟରେ ପ୍ରତାପ ଜେନାଙ୍କ ନାମ ଚାର୍ଜସିଟରୁ ବାଦ ପଡିଥିଲା ।
୨୦୨୪, ଅଗଷ୍ଟ ୨୮ ତାରିଖରେ ଏହି ମାମଲାରେ ସାଲେପୁର ଅତିରିକ୍ତ ଜିଲ୍ଲା ଅଦାଲତ ଶୁଣାଣି କରି ୯ ଜଣ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ । ଏହା ସହିତ ଜଣଙ୍କୁ ପ୍ରମାଣ ଅଭାବରୁ ନିର୍ଦୋଷରେ ଖଲାସ କରିଥିଲେ । ସାଲେପୁର କୋର୍ଟରେ ଥିବା ମାମଲାରୁ ହାଇକୋର୍ଟ ଖାରଜ କରିଥିଲେ । ମାହାଙ୍ଗା ଡବଲ ମର୍ଡର ଘଟଣାରେ ପ୍ରତାପ ଜେନା ୧୩ ନମ୍ବର ମୁଦାଲା ଥିଲେ ।
ପ୍ରଥମେ ଏହି ମାମଲାରେ ତାଙ୍କ ନାଁ ନ ଥିଲା । ପରେ ସାଲେପୁର କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ପ୍ରତାପଙ୍କ ନାଁକୁ ଯୋଡ଼ା ଯାଇଥିଲା । ଯାହାକୁ ବିରୋଧ କରି ପ୍ରତାପ ଜେନା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ମାତ୍ର ଉପର କୋର୍ଟ ପ୍ରତାପଙ୍କ ଆବେଦନକୁ ଗ୍ରହଣ କରିବା ସହିତ ତଳ କୋର୍ଟଙ୍କ ମାମଲାକୁ ଖାରଜ କରିଛନ୍ତି ।




