ମାହାଙ୍ଗା ଡବଲ ମର୍ଡର ଘଟଣା : କୋର୍ଟରେ ହାଜର ହେବାକୁ ପ୍ରତାପ ଜେନାଙ୍କୁ ହେବ ସମନ୍
କଟକ : ମାହାଙ୍ଗା ଡବଲ ମର୍ଡର ଘଟଣାରେ ବିଧାୟକ ପ୍ରତାପ ଜେନାଙ୍କୁ ସମନ I ସ୍ପେଶାଲ୍ ମେସେଞ୍ଜର୍ ଜରିଆରେ ସମନ କଲେ ସାଲେପୁର ଜେଏମଏଫସି କୋର୍ଟ । ଅକ୍ଟୋବର ୩୧ ରେ ହାଜର ହେବାକୁ ନିର୍ଦ୍ଦେଶ । ସାଲେପୁର ପ୍ରଥମ ଶ୍ରେଣୀ ବିଚାରବିଭାଗୀୟ ମାଜିଷ୍ଟ୍ରେଟ (ଜେଏମ୍ଏଫ୍ସି) ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି। ଅଭିଯୋଗକାରୀ ରଣଜିତ ବରାଳଙ୍କ ତରଫରୁ ଦାୟର ଆବେଦନକୁ ଅଦାଲତ ଗ୍ରହଣ କରିବା ସହିତ ଏଥି ପାଇଁ ଆବଶ୍ୟକ ଅର୍ଥ ଜମା କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଶ୍ରୀ […]
କଟକ : ମାହାଙ୍ଗା ଡବଲ ମର୍ଡର ଘଟଣାରେ ବିଧାୟକ ପ୍ରତାପ ଜେନାଙ୍କୁ ସମନ I ସ୍ପେଶାଲ୍ ମେସେଞ୍ଜର୍ ଜରିଆରେ ସମନ କଲେ ସାଲେପୁର ଜେଏମଏଫସି କୋର୍ଟ । ଅକ୍ଟୋବର ୩୧ ରେ ହାଜର ହେବାକୁ ନିର୍ଦ୍ଦେଶ । ସାଲେପୁର ପ୍ରଥମ ଶ୍ରେଣୀ ବିଚାରବିଭାଗୀୟ ମାଜିଷ୍ଟ୍ରେଟ (ଜେଏମ୍ଏଫ୍ସି) ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି।
ଅଭିଯୋଗକାରୀ ରଣଜିତ ବରାଳଙ୍କ ତରଫରୁ ଦାୟର ଆବେଦନକୁ ଅଦାଲତ ଗ୍ରହଣ କରିବା ସହିତ ଏଥି ପାଇଁ ଆବଶ୍ୟକ ଅର୍ଥ ଜମା କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଶ୍ରୀ ବରାଳଙ୍କ ତରଫରୁ ଏ ବାବଦ ଅର୍ଥ ଜମା କରାଯିବା ସହିତ ସମନ ଜାରି ପାଇଁ ଆବଶ୍ୟକ ନଥିପତ୍ର (ରିକ୍ୟୁଜାଇଟ୍ସ) ଦାଖଲ କରାଯାଇଥିଲା। ଏହାପରେ ଅଦାଲତ ସ୍ବତନ୍ତ୍ର ମେସେଞ୍ଜରଙ୍କ ମାଧ୍ୟମରେ ଶ୍ରୀ ଜେନାଙ୍କୁ ନୋଟିସ୍ ଜାରି ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ପ୍ରତାପ ଜେନାଙ୍କ ବିରୋଧରେ ଆଇପିସିର ଦଫା ୩୦୨ରେ ମାମଲା ହୋଇଛି। ତାଙ୍କ ନାଁରେ ମାମଲା ଚାଲୁ ରଖିବାକୁ ଗତମାସରେ ନିର୍ଦ୍ଦେଶ ଦେଇଥିଲେ ସାଲେପୁର ଜେଏମ୍ଏଫସି କୋର୍ଟ।
ସୂଚନାନୁସାରେ, ୨୦୨୧ ଜାନୁଆରି ୨ ରେ ବିଜେପି ନେତା କୁଳମଣି ବରାଳ ଓ ତାଙ୍କ ସହଯୋଗୀ ଦିବ୍ୟସିଂହ ବରାଳଙ୍କୁ ହତ୍ୟା କରାଯାଇଥିଲା I ଏହି ମାମଲାର ତଦନ୍ତ ମାହାଙ୍ଗା ପୁଲିସ କରୁଥିଲା। ମୃତକଙ୍କ ପରିବାର ଲୋକେ ସେମାନଙ୍କ ଏତଲାରେ ସିଧାସଳଖ ବିଧାୟକ ତଥା ତତ୍କାଳୀନ ଆଇନ ଓ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନାଙ୍କ ନାଁ ଉଲ୍ଲେଖ କରିଥିଲେ। ଘଟଣାର ତଦନ୍ତ କରି ପୁଲିସ ଯେଉଁ ଚାର୍ଜସିଟ ଦାଖଲ କରିଥିଲା ସେଥରୁ ତତ୍କାଳୀନ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନାଙ୍କ ନାଁ କାଟି ଦିଆଯାଇଥିଲା । ପୁଲିସର ଚାର୍ଜସିଟ ବିରୋଧରେ ଏତଲାକାରୀ ରମାକାନ୍ତ ବରାଳଙ୍କ ପକ୍ଷରୁ ପ୍ରୋଟେଷ୍ଟ ପିଟିସନ ସାଲେପୁର ଜେଏମଏଫସି ଅଦାଲତରେ ଦାଖଲ ହୋଇଥିଲା। ଅଦାଲତ ପିଟିସନର ଶୁଣାଣି କରି ଘଟଣାର ସାନି ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଘଟଣାର ତ୍ବରିତ ତଦନ୍ତ କରି ରିପୋର୍ଟ ଦାଖଲ ପାଇଁ ମାହାଙ୍ଗା ଥାନା ଆଇଆଇସିଙ୍କୁ ଅଦାଲତ ନିର୍ଦ୍ଦେଶ ଦେଇଥିଲେ।
ତେବେ ଏହି ଘଟଣାରେ ଏବେସୁଦ୍ଧା ଚୁପ୍ ରହିଛି ବିଜେଡି। ପ୍ରତାପ ଜେନାଙ୍କ ବିରୋଧରେ କୌଣସି ବି କାର୍ଯ୍ୟାନୁଷ୍ଠାନ ନେଇନି ଦଳ। ଏହା ବିଜେଡିର ଅହିଂସା ଉପରେ ଥିବା ଆସ୍ଥା ଉପରେ ପ୍ରଶ୍ନଚିହ୍ନ ସୃଷ୍ଟି କରିଛି।




