କ୍ରିକେଟ ଖେଳରୁ ମହାଭାରତ,ସେନା କର୍ମଚାରୀଙ୍କୁ ହତ୍ୟା

ବ୍ରହ୍ମପୁର : କ୍ରିକେଟ ଖେଳାକୁ ନେଇ ମହାଭାରତ I ସଂଘବଦ୍ଧ ଆକ୍ରମଣରେ ସେନା କର୍ମଚାରୀଙ୍କ ମୃତ୍ୟୁ I କ୍ରିକେଟ ଖେଳ ପରେ ଘରକୁ ଫେରୁଥିବା ବେଳେ ଆକ୍ରମଣର ଶିକାର ହୋଇଥିଲେ ସେନା କର୍ମଚାରୀ ଜେ.ଦିଲେଶ୍ଵର ପାତ୍ର I ସେ ଛୁଟିରେ ଘରକୁ ଆସିଥିବାବେଳେ ଏହି ସଂଘବଦ୍ଧ ଆକ୍ରମଣର ଶିକାର ହୋଇଛନ୍ତି I ଏଭଳି ଏକ ଦୁଃଖଦ ଘଟଣା ଘଟିଛି ଗଞ୍ଜାମ ଛତ୍ରପୁର କାଲିପଲ୍ଲୀ ଗାଁରେ I ଘଟନାନୁସାରେ,ଚମକହାଣ୍ଡି ଥାନା ଅନ୍ତର୍ଗତ କାଲିପଲ୍ଲୀ ଗାଁର ଯବାନ ଡିଲେଶ୍ୱର ପାତ୍ର […]

Samaya Live Picture
Published On

ବ୍ରହ୍ମପୁର : କ୍ରିକେଟ ଖେଳାକୁ ନେଇ ମହାଭାରତ I ସଂଘବଦ୍ଧ ଆକ୍ରମଣରେ ସେନା କର୍ମଚାରୀଙ୍କ ମୃତ୍ୟୁ I କ୍ରିକେଟ ଖେଳ ପରେ ଘରକୁ ଫେରୁଥିବା ବେଳେ ଆକ୍ରମଣର ଶିକାର ହୋଇଥିଲେ ସେନା କର୍ମଚାରୀ ଜେ.ଦିଲେଶ୍ଵର ପାତ୍ର I ସେ ଛୁଟିରେ ଘରକୁ ଆସିଥିବାବେଳେ ଏହି ସଂଘବଦ୍ଧ ଆକ୍ରମଣର ଶିକାର ହୋଇଛନ୍ତି I ଏଭଳି ଏକ ଦୁଃଖଦ ଘଟଣା ଘଟିଛି ଗଞ୍ଜାମ ଛତ୍ରପୁର କାଲିପଲ୍ଲୀ ଗାଁରେ I
ଘଟନାନୁସାରେ,ଚମକହାଣ୍ଡି ଥାନା ଅନ୍ତର୍ଗତ କାଲିପଲ୍ଲୀ ଗାଁର ଯବାନ ଡିଲେଶ୍ୱର ପାତ୍ର ଛୁଟି କଟିବାକୁ ଘରକୁ ଆସିଥିଲେ । ଗତ ରବିବାର କ୍ରିକେଟ ମ୍ୟାଚ ଦେଖିବାକୁ ସାଙ୍ଗମାନଙ୍କ ସହ ଗୋପାଳପୁର ଯାଇଥିଲେ । ସେଠାରେ କୌଣସି କାରଣକୁ ନେଇ ଅନ୍ୟ ଗାଁର ପିଲାମାନଙ୍କ ସହ ଝଗଡ଼ା ହୋଇଥିଲା । ସ୍ଥାନୀୟ ଲୋକଙ୍କ ବୁଝାସୁଝା ପରେ ପରିସ୍ଥିତି ଶାନ୍ତ ପଡିଥିଲା । ଖେଳ ସରିବା ପରେ ଡିଲେଶ୍ୱର ଘରକୁ ଫେରୁଥିଲେ । ଏହି ସମୟରେ ଚମକହାଣ୍ଡି ଥାନା ହରିପୁର ଛକରେ ଝଗଡା ହୋଇଥିବା ପିଲାମାନେ ତାଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ କରିଥିଲେ । ଧାରୁଆ ଅସ୍ତ୍ରରେ ଆକ୍ରମଣ କରିବାରୁ ଡିଲେଶ୍ୱରଙ୍କ ମୁଣ୍ଡ,କାନ ଏବଂ ଛାତିରେ ଗଭୀର ଆଘାତ ଲାଗିଥିଲା I ଦିଲେଶ୍ଵର ଅଚେତ ହୋଇ ତଳେ ପଡିଯାଇଥିଲେ I ପରିବାର ଲୋକେ ଖବର ପାଇ ତାଙ୍କୁ ପ୍ରଥମେ ବ୍ରହ୍ମପୁର ବଡ଼ ମେଡିକାଲ ଏବଂ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ସେଠାରୁ ଭୁବନେଶ୍ୱରର ଏକ ଘରୋଇ ମେଡିକାଲକୁ ସ୍ଥାନାନ୍ତର କରିଥିଲେ I ତେବେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ବୁଧୁବାର ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ଘଟିଥିଲା I ଦିଲେଶ୍ଵରଙ୍କ ମୃତ୍ୟୁରେ ସାରା କାଲିପଲ୍ଲୀ ଗାଁରେ ଶୋକର ଛାୟା ଖେଳିଯାଇଛି I ପରିବାର ଲୋକଙ୍କ ଅଭିଯୋଗ ପରେ ଚମାଖଣ୍ଡି ପୁଲିିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

Tags: