ମ୍ୟାଜିକ୍ ଦର୍ପଣ ରାକେଟ୍ର ପର୍ଦ୍ଦାଫାଶ : ୩ ବଙ୍ଗୀୟ ଯୁବକ ଗିରଫ
ଭୁବନେଶ୍ୱର : ଯାଦୁ ଦର୍ପଣ ବିକ୍ରି ନାଁରେ ବଡ଼ ଧରଣର ଠକେଇ I ଏହି ୩ ଜଣ ଠକଙ୍କୁ ପଶ୍ଚିମବଙ୍ଗରୁ ଗିରଫ କରିଛି ଭୁବନେଶ୍ୱର ନୟାପଲ୍ଲୀ ପୋଲିସ I ସେମାନେ ବିକ୍ରି କରୁଥିବା ଦର୍ପଣଟି ଇଷ୍ଟ ଇଣ୍ଡିଆ କମ୍ପାନୀର ବୋଲି ଦାବି କରୁଥିଲେ I ସୂଚନାନୁସାରେ, ଇଷ୍ଟ ଇଣ୍ଡିଆ କମ୍ପାନୀ ଅମଳର ଯାଦୁ ଦର୍ପଣ କହି ଲୋକଙ୍କୁ ଲକ୍ଷ ଲକ୍ଷ ଟଙ୍କାର ଠକୁ ଥିଲେ ୩ ବଙ୍ଗୀୟ ଯୁବକ I ଏହି ଆଣ୍ଟିକ ମ୍ୟାଜିକ୍ ଦର୍ପଣର କିଛି […]
ଭୁବନେଶ୍ୱର : ଯାଦୁ ଦର୍ପଣ ବିକ୍ରି ନାଁରେ ବଡ଼ ଧରଣର ଠକେଇ I ଏହି ୩ ଜଣ ଠକଙ୍କୁ ପଶ୍ଚିମବଙ୍ଗରୁ ଗିରଫ କରିଛି ଭୁବନେଶ୍ୱର ନୟାପଲ୍ଲୀ ପୋଲିସ I ସେମାନେ ବିକ୍ରି କରୁଥିବା ଦର୍ପଣଟି ଇଷ୍ଟ ଇଣ୍ଡିଆ କମ୍ପାନୀର ବୋଲି ଦାବି କରୁଥିଲେ I
ସୂଚନାନୁସାରେ, ଇଷ୍ଟ ଇଣ୍ଡିଆ କମ୍ପାନୀ ଅମଳର ଯାଦୁ ଦର୍ପଣ କହି ଲୋକଙ୍କୁ ଲକ୍ଷ ଲକ୍ଷ ଟଙ୍କାର ଠକୁ ଥିଲେ ୩ ବଙ୍ଗୀୟ ଯୁବକ I ଏହି ଆଣ୍ଟିକ ମ୍ୟାଜିକ୍ ଦର୍ପଣର କିଛି ବିଶେଷ ଗୁଣ ରହିଛି ଏବଂ ଜଣେ ବ୍ୟକ୍ତି ଏହା ସାମ୍ନାରେ ଛିଡ଼ା ହେଲେ ଉଲଗ୍ନ ଦେଖାଯିବେ I ଆଉ ଦୂରକୁ ଗଲେ ହାଡ଼ ଦେଖିବାକୁ ମିଳିବ I ସେହିପରି ଯଦି କେହି ଆଇନା ନିକଟକୁ ଯାଏ ତେବେ ମଣିଷ ଗାଏବ ହୋଇଯାଏ ବୋଲି କହୁଥିଲେ I ଏ ନେଇ ଭୁବନେଶ୍ୱର ନୟାପଲ୍ଲୀ ଥାନାରେ ୟୁପି କାନପୁପରର ଅବିନାଶ ଶୁକ୍ଳାଙ୍କ ଅଭିଯୋଗ କ୍ରମେ କମିଶନରେଟ୍ ପୋଲିସ ଏହି ତିନି ଠକଙ୍କୁ ପଶ୍ଚିମବଙ୍ଗରୁ ଗିରଫ କରିଛି I ଗିରଫ ପରେ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି ପୋଲିସ I




