୩୦୩ କିଲୋ ଗଞ୍ଜେଇ ସହ ଧରାପଡିଲା ମାଫିଆ
କନ୍ଧମାଳ : ନିଶା ମାଫିଆଙ୍କ ବିରୋଧରେ ସ୍ପେଶାଲ ଡ୍ରାଇଭ । ଶୂନ୍ୟ ସହନଶୀଳତା ନୀତି ଉପରେ ଜୋର ଦେଲା ଏସଟିଏଫ୍ । ଚଢାଉ ବେଳେ ଧରାପଡିଲା ଗଞ୍ଜେଇ ଡିଲର କିଙ୍ଗପିନ୍ । କନ୍ଧମାଳ ଟିକାବାଲିର କିଶୋର ଚନ୍ଦ୍ର ମଲିକଙ୍କୁ ଗିରଫ କଲା ପୋଲିସ । ଜବତ ହୋଇଛି ୩୦୩ କିଲୋ ଗଞ୍ଜେଇ । ଏନଡିପିଏସ ଆକ୍ଟରେ ଅଭିଯୁକ୍ତକୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି । ସେହିପରି ୨୦୨୨ରୁ ଏଯାବତ ୭୪ କେଜି ବ୍ରାଉନସୁଗାର ଏବଂ ୧୨୦ […]
କନ୍ଧମାଳ : ନିଶା ମାଫିଆଙ୍କ ବିରୋଧରେ ସ୍ପେଶାଲ ଡ୍ରାଇଭ । ଶୂନ୍ୟ ସହନଶୀଳତା ନୀତି ଉପରେ ଜୋର ଦେଲା ଏସଟିଏଫ୍ । ଚଢାଉ ବେଳେ ଧରାପଡିଲା ଗଞ୍ଜେଇ ଡିଲର କିଙ୍ଗପିନ୍ । କନ୍ଧମାଳ ଟିକାବାଲିର କିଶୋର ଚନ୍ଦ୍ର ମଲିକଙ୍କୁ ଗିରଫ କଲା ପୋଲିସ । ଜବତ ହୋଇଛି ୩୦୩ କିଲୋ ଗଞ୍ଜେଇ । ଏନଡିପିଏସ ଆକ୍ଟରେ ଅଭିଯୁକ୍ତକୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି । ସେହିପରି ୨୦୨୨ରୁ ଏଯାବତ ୭୪ କେଜି ବ୍ରାଉନସୁଗାର ଏବଂ ୧୨୦ କ୍ୱିଂଟାଲ ଗଞ୍ଜେଇ ଜବତ ହୋଇଥିବା ଏସଟିଏଫ୍ କହିଛି । ସେହିପରି ୨୦୨୦ରୁ ଆଜି ମଧ୍ୟରେ ୧୮୬ ନିଶା ମାଫିଆ ଗିରଫ ହୋଇଛନ୍ତି ।
ଅନ୍ୟପଟେ ୪୦ ଏକର ଗଞ୍ଜେଇ ଚାଷ ନଷ୍ଟ କରିଛି ମାଛକୁଣ୍ଡ ପୁଲିସ। ଗଞ୍ଜେଇ ଗଛ ଅମଳ ସମୟ ପୂର୍ବରୁ ମାଛକୁଣ୍ଡ ପୋଲିସ ଦଣ୍ଡାବାଡ଼ି, ଗେଲା ଗୁଡା, ଚାପାଡି ଗ୍ରାମ ନିକଟ ଅଞ୍ଚଳରୁ ଗଞ୍ଜେଇଚାଷ ନଷ୍ଟ କରିଛି। କୋରାପୁଟ ପୁଲିସ ଡି ବି ଏଫ, ବନବିଭାଗ ସ୍ଥାନୀୟ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ୪୦ ଏକର ଜାଗାରୁ ୪୮ ହଜାରରୁ ଉର୍ଦ୍ଧ ଗଞ୍ଜେଇ ଗଛ ନଷ୍ଟ କରିଛି ପୁଲିସ। ଏହାସହ ଡ୍ରୋନ ସାହାଯ୍ୟରେ ଗଞ୍ଜେଇ ଚାଷ କରାଯାଉଥିବା ଅଞ୍ଚଳକୁ ଚିହ୍ନଟ କରାଯିବାକୁ ପଦକ୍ଷପ ନେଇଛି ପୁଲିସ ।




