ପାର୍ବଣ ବେଳେ ମନ୍ଦିରରୁ ସୁନା ଅଳଙ୍କାର ସହ ମୂର୍ତ୍ତି ଲୁଟ

ଖୋର୍ଦ୍ଧା : ଠାକୁରଙ୍କୁ ବି ଛାଡିଲେନି ଲୁଟେରା । ଅଳଙ୍କାର ସହିତ ମୂର୍ତିଙ୍କୁ ବି ଚୋରି କରି ନେଇଗଲେ I ପାର୍ବଣ ବେଳେ ଗୋଟିଏ ରାତିରେ ଦୁଇଟି ମନ୍ଦିରରେ ହୋଇଛି ଲୁଟ । ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ଥାନା ତ୍ରିବେଣୀ ତୀର୍ଥ ବେଲେଶ୍ୱର ମନ୍ଦିର ଓ ଦିୱାନି ପାଟଣା ଦୁଲ୍ଲା ଦେବୀ ମନ୍ଦିରରେ ଚୋରି ହୋଇଥିବା ମନ୍ଦିର ପୂଜକ ଅଭିଯୋଗ କରିଛନ୍ତି। ଗତକାଲି ରାତିରେ ଚୋରମାନେ ତ୍ରିବେଣୀ ତୀର୍ଥରେ ଥିବା ବେଲେଶ୍ୱର ମନ୍ଦିରର ତାଲା ଭାଙ୍ଗି ଭିତରେ […]

Samaya Live Picture
Published On

ଖୋର୍ଦ୍ଧା : ଠାକୁରଙ୍କୁ ବି ଛାଡିଲେନି ଲୁଟେରା । ଅଳଙ୍କାର ସହିତ ମୂର୍ତିଙ୍କୁ ବି ଚୋରି କରି ନେଇଗଲେ I ପାର୍ବଣ ବେଳେ ଗୋଟିଏ ରାତିରେ ଦୁଇଟି ମନ୍ଦିରରେ ହୋଇଛି ଲୁଟ । ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ଥାନା ତ୍ରିବେଣୀ ତୀର୍ଥ ବେଲେଶ୍ୱର ମନ୍ଦିର ଓ ଦିୱାନି ପାଟଣା ଦୁଲ୍ଲା ଦେବୀ ମନ୍ଦିରରେ ଚୋରି ହୋଇଥିବା ମନ୍ଦିର ପୂଜକ ଅଭିଯୋଗ କରିଛନ୍ତି।

ଗତକାଲି ରାତିରେ ଚୋରମାନେ ତ୍ରିବେଣୀ ତୀର୍ଥରେ ଥିବା ବେଲେଶ୍ୱର ମନ୍ଦିରର ତାଲା ଭାଙ୍ଗି ଭିତରେ ପଶି ମନ୍ଦିରରୁ ଅଷ୍ଟଧାତୁ ସର୍ପ, ପିତ୍ତଳ ସର୍ପ, ଶିବ ପାର୍ବତୀଙ୍କ ରୂପା ସୁନା ମକୁଟ, ସୁନା ଆଖି, ଚିତା ଓ ଅନ୍ୟ ଅଳଙ୍କାର ଲୁଟି ନେଇ ଯାଇଥିବାବେଳେ ଦିୱାନି ପାଟଣା ଗାଁର ଅଧିଷ୍ଠାତ୍ରୀ ଦୁଲ୍ଲାଦେବୀଙ୍କ ଅଳଙ୍କାର ସହିତ ଅନ୍ୟ ମୂର୍ତ୍ତିକୁ ଲୁଟି ନେଇଛନ୍ତି ଚୋର । ଗ୍ରାମବାସୀ ଜଣେ ଚୋରକୁ କାବୁ କରିଥିବା ବେଳେ ଅନ୍ୟମାନେ ଚମ୍ପଟ ମାରିଛନ୍ତି ।

Tags: