ବ୍ୟାଙ୍କ ରୁ ଲୁଟିନେଲେ କୋଟିଏ ଟଙ୍କାର ସୁନା ଓ ଟଙ୍କା

ଢେଙ୍କାନାଳ : ବ୍ୟାଙ୍କ ରୁ ଲୁଟିନେଲେ କୋଟିଏ ଟଙ୍କାର ସୁନା ସହିତ ଟଙ୍କା I ଘଟଣା ଘଟିଛି ଢେଙ୍କାନାଳ ଜିଲା କାମାକ୍ଷାନଗର ମହାବିରୋଡ ସ୍ଥିତ ଓଡିଶା ଗ୍ରାମ୍ୟ ବ୍ୟାଙ୍କରେ I ଆହି ଅପରାହ୍ନ ପ୍ରାୟ ୨ଟା ‍ବେଳେ ଦୁର୍ବୃତ୍ତମାନେ ଯୋଜନାବଦ୍ଧ ଭାବେ ବ୍ୟାଙ୍କ ଆଗରେ ପହଞ୍ଚି ଥିଲେ। ସେତିକିବେଳେ ମଧ୍ୟାହ୍ନ ବିରତି ଥିବାରୁ ବ୍ୟାଙ୍କରେ କର୍ମଚାରୀ ଓ ଗ୍ରାହକ ସଂଖ୍ୟା କମ୍ ଥିଲା। ଏହି ସୁଯୋଗରେ ଦୁର୍ବୃତ୍ତମାନେ ବ୍ୟାଙ୍କ ଭିତରେ ପଶି ବ୍ୟାଙ୍କ କର୍ମଚାରୀ ଓ ଲୋକମାନଙ୍କ […]

Samaya Live Picture
Published On

ଢେଙ୍କାନାଳ : ବ୍ୟାଙ୍କ ରୁ ଲୁଟିନେଲେ କୋଟିଏ ଟଙ୍କାର ସୁନା ସହିତ ଟଙ୍କା I ଘଟଣା ଘଟିଛି ଢେଙ୍କାନାଳ ଜିଲା କାମାକ୍ଷାନଗର ମହାବିରୋଡ ସ୍ଥିତ ଓଡିଶା ଗ୍ରାମ୍ୟ ବ୍ୟାଙ୍କରେ I ଆହି ଅପରାହ୍ନ ପ୍ରାୟ ୨ଟା ‍ବେଳେ ଦୁର୍ବୃତ୍ତମାନେ ଯୋଜନାବଦ୍ଧ ଭାବେ ବ୍ୟାଙ୍କ ଆଗରେ ପହଞ୍ଚି ଥିଲେ। ସେତିକିବେଳେ ମଧ୍ୟାହ୍ନ ବିରତି ଥିବାରୁ ବ୍ୟାଙ୍କରେ କର୍ମଚାରୀ ଓ ଗ୍ରାହକ ସଂଖ୍ୟା କମ୍ ଥିଲା। ଏହି ସୁଯୋଗରେ ଦୁର୍ବୃତ୍ତମାନେ ବ୍ୟାଙ୍କ ଭିତରେ ପଶି ବ୍ୟାଙ୍କ କର୍ମଚାରୀ ଓ ଲୋକମାନଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଫାଙ୍କା ଗୁଳି ଚାଳନା କରିଥିଲେ। ଏହାପରେ ଷ୍ଟ୍ରଙ୍ଗ ରୁମ୍ ଓ କ୍ୟାସ କାଉଣ୍ଟର ଚାବି ହାତେଇବା ପରେ ବ୍ୟାଙ୍କରୁ ୧ କୋଟିରୁ ଅଧିକ ମୂଲ୍ୟର ସୁନା ଅଳଙ୍କାର ଓ ୫ ଲକ୍ଷ ନଗଦ ଟଙ୍କା ଲୁଟ୍‌‌ କରିନେଇଥିଲେ ।

ଲୁଟ୍ ହୋଇଥିବା ସୁନା ଅଳଙ୍କାରଗୁଡ଼ିକ ପ୍ରାୟ ୫ ଶହଟି ପ୍ୟାକେଟରେ ୪ଟି ଟ୍ରଙ୍କରେ ଥିଲା। ସମ୍ପୂର୍ଣ୍ଣ ୪ଟି ଟ୍ରଙ୍କକୁ ଦୁର୍ବୃତ୍ତମାନେ ଉଠାଇ ନେଇଥିବା ମହାବିରୋଡ଼ ଓଡିଶା ଗ୍ରାମ୍ୟ ବ୍ୟାଙ୍କ ଶାଖାର ମ୍ୟାନେଜର ଅନୁରାଗ ପଟ୍ଟନାୟକ ସୂଚନା ଦେଇଛନ୍ତି। ୪ ଜଣ ଦୁର୍ବୁର୍ତ୍ତ ୨ଟି ପଲସର ବାଇକ୍‌‌ରେ ଆସିଥିବା ଜଣାପଡିଛି I ତେଣୁ ଏତଲା ପରେ ପୁଲିସ ଦୁର୍ବୃତ୍ତମାନଙ୍କୁ ଧରିବା ନିମନ୍ତେ ୨ଟି ଟିମ୍ ଗଠନ କରି ଚଢ଼ାଉ ଆରମ୍ଭ କରିଦେଇଛି । ବ୍ୟାଙ୍କର ସିସିଟିଭି ଫୁଟେଜ୍‌କୁ ଆଧାର କରି ଦୁର୍ବୃତ୍ତମାନଙ୍କୁ ଚିହ୍ନଟ କରିବାକୁ ମଧ୍ୟ ପ୍ରୟାଶ ହୋଇଛି। ବ୍ୟାଙ୍କରେ ପର୍ଯ୍ୟପ୍ତ ସୁରକ୍ଷା ବ୍ୟବସ୍ଥା ନ ଥିବାରୁ ଦୁର୍ବୃତ୍ତମାନେ ଏତବଡ଼ ଅଘଟଣ ଘଟାଇଛି।

Tags: