ଫାଙ୍କା ଗୁଳିଚାଳନା କରି ବ୍ୟବସାୟୀଙ୍କ ଠାରୁ ଲୁଟ
କଟକ : ଦିନ ଦ୍ବିପହରେ କଟକ ଜଗତପୁର ଅଂଚଳରେ ଫାଙ୍କା ଗୁଳିକରି ଲୁଟ କଲେ ଦୁର୍ବୁତ୍ତ I ମତ୍ତଗଜପୁର ଲେବୁଲକ୍ରସିଂ ନିକଟରେ ଜଣେ ବ୍ୟବସାୟୀଙ୍କ ଉପରକୁ ଫାଙ୍କା ଗୁଳିଚାଳନା କରି ଟଙ୍କା ଓ ସୁନା ଲୁଟ କରିଥିବା ଜଣା ପଡିଛି I ୩ଟି ବାଇକରେ ୫ରୁ ୬ ଦୁର୍ବୃତ୍ତ ଆସି ଲୁଟ୍ କରିଥିବା ଅଭିଯୋଗ ହୋଇଛି I ହାଟସାହି ଅଞ୍ଚଳର ସୁନା ବ୍ୟବସାୟୀ ବିକାଶ ପାତ୍ରଙ୍କ ଠାରୁ ଏହି ଲୁଟ୍ ହୋଇଛି। ଦୁର୍ବୃତ୍ତମାନେ ଫାଙ୍କା ଗୁଳି ଚଳାଇ […]
କଟକ : ଦିନ ଦ୍ବିପହରେ କଟକ ଜଗତପୁର ଅଂଚଳରେ ଫାଙ୍କା ଗୁଳିକରି ଲୁଟ କଲେ ଦୁର୍ବୁତ୍ତ I ମତ୍ତଗଜପୁର ଲେବୁଲକ୍ରସିଂ ନିକଟରେ ଜଣେ ବ୍ୟବସାୟୀଙ୍କ ଉପରକୁ ଫାଙ୍କା ଗୁଳିଚାଳନା କରି ଟଙ୍କା ଓ ସୁନା ଲୁଟ କରିଥିବା ଜଣା ପଡିଛି I ୩ଟି ବାଇକରେ ୫ରୁ ୬ ଦୁର୍ବୃତ୍ତ ଆସି ଲୁଟ୍ କରିଥିବା ଅଭିଯୋଗ ହୋଇଛି I ହାଟସାହି ଅଞ୍ଚଳର ସୁନା ବ୍ୟବସାୟୀ ବିକାଶ ପାତ୍ରଙ୍କ ଠାରୁ ଏହି ଲୁଟ୍ ହୋଇଛି। ଦୁର୍ବୃତ୍ତମାନେ ଫାଙ୍କା ଗୁଳି ଚଳାଇ ବ୍ୟବସାୟୀଙ୍କ ଠାରୁୁ ସୁନା ଅଳଙ୍କାର ସହ ଟଙ୍କା ଲୁଟ୍ କରିଛନ୍ତି। ୩ଟି ବାଇକ୍ରେ ୫ ରୁ ୬ ଦୁର୍ବୃତ୍ତ ଆସି ଏହି ଲୁଟ୍ କରିଥିବା ନେଇ ଅଭିଯୋଗ ହୋଇଛି। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଲୋକେ ଏକାଠି ହୋଇଥିଲେ ମଧ୍ୟ ଲୁଟେରା ଫେରାର ହୋଇ ଯାଇଛନ୍ତି। ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତେବେ ଦୁର୍ବୁତ୍ତ ମାନେ ସମସ୍ତେ ହେଲ୍ମେଟ ପିନ୍ଧିଥିବାରୁ ଏପର୍ଯ୍ୟନ୍ତ କେହି ଚିହ୍ନଟ ହୋଇପାରି ନାହାନ୍ତି I




