ଡ୍ରାଇଭର ବେଶରେ ଆସି ୧୦ ଲକ୍ଷ ଲୁଟ
ସୁନ୍ଦରଗଡ଼ : ଡ୍ରାଇଭର ବେଶରେ ଆସି ୧୦ ଲକ୍ଷ ଲୁଟିନେଲେ ୫ ଲୁଟେରା I ଏହି ୫ ଲୁଟେରା ପରିବହନ ସଂସ୍ଥାର ଏକ ଅଫିସରେ ପଶି ବନ୍ଧୁକ ମୁନରେ ୧୦ ଲକ୍ଷ ଟଙ୍କା ଲୁଟିନେଇଥିବା ସୂଚନା ମିଳିଛି I ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲା ଲାଇକେରାରେ I ଲୁଟ ଘଟଣାର ଚିତ୍ର ସିସିଟିଭିରେ କାଏଦ ହୋଇଛି I ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତିରେ ୫ଜଣ ଲୁଟେରା ସୁନ୍ଦରଗଡ ଜିଲ୍ଲା ଟେନସା ଫାଣ୍ଡି ଅଧିନସ୍ଥ ରାଇକେଲାର ଗୀତାରାଣୀ […]
ସୁନ୍ଦରଗଡ଼ : ଡ୍ରାଇଭର ବେଶରେ ଆସି ୧୦ ଲକ୍ଷ ଲୁଟିନେଲେ ୫ ଲୁଟେରା I ଏହି ୫ ଲୁଟେରା ପରିବହନ ସଂସ୍ଥାର ଏକ ଅଫିସରେ ପଶି ବନ୍ଧୁକ ମୁନରେ ୧୦ ଲକ୍ଷ ଟଙ୍କା ଲୁଟିନେଇଥିବା ସୂଚନା ମିଳିଛି I ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲା ଲାଇକେରାରେ I ଲୁଟ ଘଟଣାର ଚିତ୍ର ସିସିଟିଭିରେ କାଏଦ ହୋଇଛି I
ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତିରେ ୫ଜଣ ଲୁଟେରା ସୁନ୍ଦରଗଡ ଜିଲ୍ଲା ଟେନସା ଫାଣ୍ଡି ଅଧିନସ୍ଥ ରାଇକେଲାର ଗୀତାରାଣୀ ମହାନ୍ତି ମାଇନ୍ସ ନିକଟରେ ଥିବା ପରିବହନ ସଂସ୍ଥା କ୍ରାକର ଇଣ୍ଡିଆ ପ୍ରାଇଭେଟ୍ ମାଇନିଂ ଲିମିଟେଡ୍ ରେ ପଶିଥିଲେ । ଅଫିସରେ ଥିବା ଦୁଇ ଜଣ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ଭୟଭୀତ କରାଇଥିଲେ। ଏହାପରେ ପରେ ଅଫିସରୁ ୧୦ ଲକ୍ଷ ଟଙ୍କା ଲୁଟି ନେଇ ଚମ୍ପଟ ମାରିଥିଲେ। ସିସିଟିଭି ଫୁଟେଜ ଆଧାରରେ ପୋଲିସ ତଦନ୍ତ ଚଳାଇଛି I




