ମଦ ମାଫିଆଙ୍କ ଆକ୍ରମଣରେ ଅବକାରୀ ଅଧିକାରୀ ଲହୁଲୁହାଣ

କଟକ : ଚଢ଼ାଉ କରିବାକୁ ଯାଇଥିବାବେଳେ,ଅବକାରୀ ଅଧିକାରୀଙ୍କୁ ଆକ୍ରମଣ କଲେ ମଦ ମାଫିଆ I ଖଣ୍ଡାରେ ଆକ୍ରମଣ କରିବା ସହ ସହ ୪ଟି ଅବକାରୀ ଗାଡ଼ି ଭାଙ୍ଗି ଦେଲେ ମାଫିଆ। ଏ ଭଳି ଅଭାବନୀୟ ଘଟଣା ଘଟିଛି କଟକ ଜିଲ୍ଲା ଆଠଗଡ଼ ଖୁଣ୍ଟୁଣୀ ଡାଳୁଆ ଜଙ୍ଗଲରେ I ଘଟଣାରୁ ପ୍ରକାଶ ଖୁଣ୍ଟୁଣୀ ଡାଳୁଆ ଜଙ୍ଗଲରେ ବେଆଇନ ମଦ କାରବାର ଚାଲୁଥିବା ନେଇ ଖୁଣ୍ଟୁଣୀ ଅବକାରୀ ବିଭାଗକୁ ସୂଚନା ମିଳିଥିଲା I ଆଜି ଅବକାରୀ କର୍ମଚାରୀ ମାନେ ୪ […]

Samaya Live Picture
Published On

କଟକ : ଚଢ଼ାଉ କରିବାକୁ ଯାଇଥିବାବେଳେ,ଅବକାରୀ ଅଧିକାରୀଙ୍କୁ ଆକ୍ରମଣ କଲେ ମଦ ମାଫିଆ I ଖଣ୍ଡାରେ ଆକ୍ରମଣ କରିବା ସହ ସହ ୪ଟି ଅବକାରୀ ଗାଡ଼ି ଭାଙ୍ଗି ଦେଲେ ମାଫିଆ। ଏ ଭଳି ଅଭାବନୀୟ ଘଟଣା ଘଟିଛି କଟକ ଜିଲ୍ଲା ଆଠଗଡ଼ ଖୁଣ୍ଟୁଣୀ ଡାଳୁଆ ଜଙ୍ଗଲରେ I

ଘଟଣାରୁ ପ୍ରକାଶ ଖୁଣ୍ଟୁଣୀ ଡାଳୁଆ ଜଙ୍ଗଲରେ ବେଆଇନ ମଦ କାରବାର ଚାଲୁଥିବା ନେଇ ଖୁଣ୍ଟୁଣୀ ଅବକାରୀ ବିଭାଗକୁ ସୂଚନା ମିଳିଥିଲା I ଆଜି ଅବକାରୀ କର୍ମଚାରୀ ମାନେ ୪ ଟି ଗାଡ଼ିରେ ଡାଳୁଆ ଜଙ୍ଗଲକୁ ଚଢ଼ାଉ ପାଇଁ ଯାଇଥିଲେ। ଏହି ସମୟରେ ମାଫିଆ ମାନେ ଅବକାରୀ ଅଧିକାରୀଙ୍କୁ ଅତର୍କିତ ଆକ୍ରମଣ କରି ଖଣ୍ଡାରେ ହାଣିବା ସହିତ ଗାଡି ଗୁଡିକୁ ଭଙ୍ଗାରୁଜା କରିଥିଲେ ଇ ଏହାକୁ ନେଇ ଖୁଣ୍ଟୁଣୀ ଅଂଚଳରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଥିଲା I ଖବର ପାଇ ଘଟଣାସ୍ଥଳରେ ଖୁଣ୍ଟୁଣି ପୋଲିସ ସମେତ ଅବକାରୀ ବିଭାଗର ଅଧିକାରୀ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହିତ ମଦ ମାଫିଆଙ୍କୁ ଧରିବାକୁ ଉଦ୍ୟମ ଜାରି ରଖିଛନ୍ତି I

Tags: