ଦୁଷ୍କର୍ମ ହତ୍ୟାକାରୀଙ୍କୁ ଆଜୀବନ ଜେଲ
ଯାଜପୁର : ନାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗରେ ଅଭିଯୁକ୍ତକୁ ଆଜୀବନ ଜେଲ । ୩୫ ଜଣ ସାକ୍ଷୀଙ୍କ ବୟାନକୁ ଆଧାର କରି ଯାଜପୁର ସ୍ଵତନ୍ତ୍ର ପୋସ୍କୋ କୋର୍ଟ -୨ ଅଭିଯୁକ୍ତ ସେକ୍ ମୋହିତକୁ ଆଜୀବନ କାରାଦଣ୍ଡ ରାୟ ଶୁଣାଇଛନ୍ତି । ଏହାସହ ୧୦ ହଜାର ଟଙ୍କା ଜରିମାନା ଶୁଣାଇଛନ୍ତି କୋର୍ଟ । ଜରିମାନା ଅନାଦେୟ ହେଲେ ଅଧିକ ୬ ମାସ ଜେଲଦଣ୍ଡ ପ୍ରଦାନ କରିଛନ୍ତି । ୨୦୧୬ ମସିହାରେ ଅଭିଯୁକ୍ତ ଯାଜପୁର ରୋଡ ଥାନା ପାନାସିୟା […]
ଯାଜପୁର : ନାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗରେ ଅଭିଯୁକ୍ତକୁ ଆଜୀବନ ଜେଲ । ୩୫ ଜଣ ସାକ୍ଷୀଙ୍କ ବୟାନକୁ ଆଧାର କରି ଯାଜପୁର ସ୍ଵତନ୍ତ୍ର ପୋସ୍କୋ କୋର୍ଟ -୨ ଅଭିଯୁକ୍ତ ସେକ୍ ମୋହିତକୁ ଆଜୀବନ କାରାଦଣ୍ଡ ରାୟ ଶୁଣାଇଛନ୍ତି । ଏହାସହ ୧୦ ହଜାର ଟଙ୍କା ଜରିମାନା ଶୁଣାଇଛନ୍ତି କୋର୍ଟ । ଜରିମାନା ଅନାଦେୟ ହେଲେ ଅଧିକ ୬ ମାସ ଜେଲଦଣ୍ଡ ପ୍ରଦାନ କରିଛନ୍ତି । ୨୦୧୬ ମସିହାରେ ଅଭିଯୁକ୍ତ ଯାଜପୁର ରୋଡ ଥାନା ପାନାସିୟା ଅଂଚଳର ଜଣେ ୫ ବର୍ଷର ନାବାଳିକାକୁ ଦୁଷ୍କର୍ମ ସହ ହତ୍ୟା କରି ରେଳ ଲାଇନରେ ଫିଙ୍ଗିଦେଇଥିଲା ।
ସୂଚନାନୁସାରେ,ଅଭିଯୁକ୍ତ ସେକ୍ ମୋହିତ ବାଲେଶ୍ଵର ଅଞ୍ଚଳରୁ ଆସି ଯାଜପୁର ରୋଡ୍ ଥାନା ପନାସିୟା ଅଞ୍ଚଳରେ କବାଡ଼ିଆ ବ୍ୟବସାୟ କରୁଥିଲା । ଗତ ୨୦୧୬ ମସିହାରେ ଜଣେ ୫ ବର୍ଷର ଆଦିବାସୀ ନାବାଳିକା କିଛି କାଚ ବୋତଲ ସଂଗ୍ରହ କରି ଯାଜପୁର ରୋଡ ସ୍ଥିତ ଫେରୋକ୍ରମ ପ୍ଲାଣ୍ଟ ପାଖ କବାଡ଼ିଆ ଦୋକାନକୁ ବିକ୍ରି କରିବାକୁ ଯାଇଥିଲେ। ଏହି ସମୟରେ ଅଭିଯୁକ୍ତ ନାବାଳିକାକୁ ଏକୁଟିଆ ଦେଖି ପାଶବିକ ଅତ୍ୟାଚାର କରିବା ସହ ହତ୍ୟା କରି ମୃତ ଦେହକୁ ଅଖାରେ ଭର୍ତି କରି ଯାଜପୁର ରୋଡ ସ୍ଥିତ ରେଲଲାଇନରେ ଫୋପାଡ଼ି ଦେଇଥିଲା । ଘଟଣା ସମ୍ପର୍କରେ ଜାଣିବା ପରେ ନାବାଳିକାର ମା’ ଥାନାରେ ଅଭିଯୋଗ କରିଥିଲେ। ପରବର୍ତ୍ତୀ ସମୟରେ ଯାଜପୁର ରୋଡ଼୍ ପୋଲିସ ତଦନ୍ତ କରି ଅଭିଯୁକ୍ତକୁ ଗିରଫ କରିଥିଲା । ଏହି ଘଟଣାରେ ଆଜି ଯାଜପୁର ଅତିରିକ୍ତ ଜ଼ିଲ୍ଲା ଓ ଦୌରା ଜଜ ବିଜୟ କୁମାର ଜେନା ୩୫ ଜଣ ସାକ୍ଷୀଙ୍କ ସାକ୍ଷ୍ୟ ଆଧାରରେ ଅଭିଯୁକ୍ତ ସେକ ମୋହିତକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିବା ସହ ଦଶହଜାର ଟଙ୍କା ଜରିମାନା ଓ ଅନାଦେୟ ହେଲେ ୬ ମାସ ଜେଲଦଣ୍ଡ ପ୍ରଦାନ କରିଛନ୍ତି । ଏଥି ସହିତ ଆଇନ ସେବା ପ୍ରାଧିକରଣକୁ ପୀଡ଼ିତା ପରିବାରକୁ ୫ ଲକ୍ଷ ସହାୟତା ଦେବାକୁ ନିର୍ଦ୍ଦେଶ ଦେଇଥିବା ସରକାରୀ ଓକିଲ ସୂଚନା ଦେଇଛନ୍ତି ।




