ପାଇଖାନା ଟାଙ୍କିରୁ ମିଳିଲା ସୁରାକ

ଭୁବନେଶ୍ୱର : ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ଙ୍କ ଗୁଳିକାଣ୍ଡ ସମ୍ପର୍କରେ କ୍ରାଇମବ୍ରାଞ୍ଚ ହାତରେ ଲାଗିଲା ବଡ଼ ସୁରାକ I ପାଇଖାନା ଟାଙ୍କିରୁ ମିଳିଲା ଗୋପାଳ ର ହାତଲେଖା I ଗତକାଲି ରାତିରୁ ଝାରସୁଗୁଡ଼ା ଏୟାରପୋର୍ଟ ଥାନା ସ୍ୱରେଜ୍‌ ଟ୍ୟାଙ୍କ୍‌ରୁ ଏହି ତଥ୍ୟ ଖୋଜା ଯାଉଥିବା ବେଳେ ଆଜି ପୋଲିସ୍‌ ହାତରେ ଲାଗିଛି ବଡ଼ ସୁରାକ । ମନ୍ତ୍ରୀ ନବ ଦାସଙ୍କ ହତ୍ୟାର ୫ ଦିନ ପରେ ଅଭିଯୁକ୍ତ ଗୋପାଳ ଦାସର ହାତଲେଖା ପାଇଛନ୍ତି ତଦନ୍ତକାରୀ ଅଧିକାରୀ […]

Samaya Live Picture
Published On

ଭୁବନେଶ୍ୱର : ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ଙ୍କ ଗୁଳିକାଣ୍ଡ ସମ୍ପର୍କରେ କ୍ରାଇମବ୍ରାଞ୍ଚ ହାତରେ ଲାଗିଲା ବଡ଼ ସୁରାକ I ପାଇଖାନା ଟାଙ୍କିରୁ ମିଳିଲା ଗୋପାଳ ର ହାତଲେଖା I ଗତକାଲି ରାତିରୁ ଝାରସୁଗୁଡ଼ା ଏୟାରପୋର୍ଟ ଥାନା ସ୍ୱରେଜ୍‌ ଟ୍ୟାଙ୍କ୍‌ରୁ ଏହି ତଥ୍ୟ ଖୋଜା ଯାଉଥିବା ବେଳେ ଆଜି ପୋଲିସ୍‌ ହାତରେ ଲାଗିଛି ବଡ଼ ସୁରାକ । ମନ୍ତ୍ରୀ ନବ ଦାସଙ୍କ ହତ୍ୟାର ୫ ଦିନ ପରେ ଅଭିଯୁକ୍ତ ଗୋପାଳ ଦାସର ହାତଲେଖା ପାଇଛନ୍ତି ତଦନ୍ତକାରୀ ଅଧିକାରୀ ।

ସୂଚନାନୁସାରେ ଗତ ବୁଧୁବାର ଦିନଠାରୁ ହତ୍ୟାକାରୀ ଗୋପାଳ ଦାସ କୁ ୪ ଦିନିଆ ରିମାଣ୍ଡରେ ନେଇ କ୍ରାଇମବ୍ରାଞ୍ଚ କରୁଛି ମାରାଥନ ଜେରା I ଗୋପାଳ ଦାସର ସୂଚନାନୁସାରେ ନବ ଦାସ ଙ୍କୁ ହତ୍ୟା କରିବା ପାଇଁ ପୂର୍ବରୁ ସେ ପ୍ରସ୍ତୁତ ହୋଇଥିଲା I ଏ ସମ୍ପର୍କରେ ସେ ଏକ ପଞ୍ଜିକା ବା ୧୫ ପୃଷ୍ଠାର ହାତ ଲେଖା ଚିଠି ଲେଖି ପକେଟ ରେ ରଖିଥିଲା I ଗୁଳିକାଣ୍ଡ ପରେ ତତ୍କାଳ ତାଙ୍କୁ କାବୁ କରାଯାଇଥିଲା ଏବଂ ପୁଲିସ ତାଙ୍କୁ ଆଣି ଝାରସୁଗୁଡ଼ା ବିମାନ ବନ୍ଦର ଥାନାରେ ଅଟକ ରଖିଥିଲା। କ୍ରାଇମବ୍ରାଞ୍ଚ ଆସି ପହଞ୍ଚିବା ଯାଏ ସେ ଦୀର୍ଘ ସମୟ ଧରି ସେଠାରେ ଥିଲେ । ଦୀର୍ଘ ସମୟ ସେ ସେଠାରେ ବସି ରହିବା ପରେ ପରିସ୍ରା ଯିବା ବାହାନାରେ ଲୁଚାଇ ରଖିଥିବା ସବୁ କାଗଜକୁ ପାଇଖାନାରେ ଫ୍ଲସ୍‌ କରିଦେଇଥିଲା । ପ୍ରଥମ ଦିନ ରିମାଣ୍ଡରେ ଗୋପାଳ ସୂଚନା ଦେବାପରେ ଗତକାଲି ରାତି ଅଧିଆ ଅପରେସନ୍‌ ପରେ ଲାଟ୍ରିନ୍‌ରେ ଫ୍ଲସ୍‌ କରିଦେଇଥିବା କାଗଜ ବାହାର କରିଛି ପୋଲିସ୍‌ । ନାଲି ରଙ୍ଗରେ ଇଂରାଜୀ ଓ ଓଡ଼ିଆରେ ଲେଖାଥିବା କାଗଜ ମିଳିଛି । ଏହାକୁ SFSLକୁ ପଠାଯିବ ।

ସେପଟେ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ହତ୍ୟାକୁ ନେଇ ଗୋପାଳ ଦାସ କ୍ରାଇମବ୍ରାଞ୍ଚ କୁ ଆଉ ଏକ ଚାଞ୍ଚଲ୍ୟକର ତଥ୍ୟ ଦେଇଛି I ସେ ନବଙ୍କ ଛାତିକୁ ନୁହେଁ ବରଂ ମୁଣ୍ଡକୁ ଗୁଳି କରିବାକୁ ଯୋଜନା କରିଥିଲା । ଆଉ ଏଥିପାଇଁ ସୁଯୋଗ ଅପେକ୍ଷାରେ ଗୋପାଳ ରହିଥିଲା । ନବଙ୍କୁ ଅତି ପାଖରୁ ପାଇବା କ୍ଷଣି ଗୋପାଳ ଗୁଳି କରି ହତ୍ୟା କରିଥିଲା । ଫାୟାରିଂ ଟ୍ରେନିଂରେ ଗୋପାଳ ବେଶ ଭଲ ଲକ୍ଷ୍ୟଭେଦ କରି ପାରୁଥିବା ନେଇ ସୂଚନା ମିଳିଛି ।

Tags: