ବ୍ରହ୍ମପୁରରେ ଆଇନଜୀବୀଙ୍କୁ ଗୁଳିକରି ହତ୍ୟା,ରାଜ୍ୟ ବାର୍‌ କାଉନ୍‌ସିଲର ଉଦ୍‌ବେଗ

ବ୍ରହ୍ମପୁର : ବ୍ରହ୍ମାନଗରରେ ବରିଷ୍ଠ ଆଇନ୍‌ଜୀବୀ ତଥା ବିଜେପି ନେତା ପୀତବାସ ପଣ୍ଡାଙ୍କୁ ଗୁଳିକରି ହତ୍ୟା । ରାତି ପ୍ରାୟ ୧୦ଟା ବେଳେ ୨ ଜଣ ଦୁର୍ବୃତ୍ତ ଏକ ବାଇକ୍‌ରେ ଆସି ତାଙ୍କ ଉପରକୁ ୨ ରାଉଣ୍ଡ ଗୁଳି ଚଳାଇଥିଲେ। ଗୁଳି ପୀତବାସଙ୍କ ଛାତିରେ ବାଜିଥିଲା। ଘଟଣା ଘଟାଇବା ପରେ ୨ ଦୁର୍ବୃତ୍ତ ଫେରାର ହୋଇଯାଉଥିବା ସ୍ଥାନୀୟ ଲୋକେ ଦେଖିଥିବା ସୂଚନା ଦେଇଛନ୍ତି। ଗୁରୁତର ଅବସ୍ଥାରେ ଏକ ସ୍କୁଟି ଯୋଗେ ତୁରନ୍ତ ପୀତବାସ ପଣ୍ଡାଙ୍କୁ ଏମକେସିଜି ସ୍ଥାନାନ୍ତର […]

ବ୍ରହ୍ମପୁରରେ ଆଇନଜୀବୀଙ୍କୁ ଗୁଳିକରି ହତ୍ୟା,ରାଜ୍ୟ ବାର୍‌ କାଉନ୍‌ସିଲର ଉଦ୍‌ବେଗ
Samaya Live Picture
Published On

ବ୍ରହ୍ମପୁର : ବ୍ରହ୍ମାନଗରରେ ବରିଷ୍ଠ ଆଇନ୍‌ଜୀବୀ ତଥା ବିଜେପି ନେତା ପୀତବାସ ପଣ୍ଡାଙ୍କୁ ଗୁଳିକରି ହତ୍ୟା । ରାତି ପ୍ରାୟ ୧୦ଟା ବେଳେ ୨ ଜଣ ଦୁର୍ବୃତ୍ତ ଏକ ବାଇକ୍‌ରେ ଆସି ତାଙ୍କ ଉପରକୁ ୨ ରାଉଣ୍ଡ ଗୁଳି ଚଳାଇଥିଲେ। ଗୁଳି ପୀତବାସଙ୍କ ଛାତିରେ ବାଜିଥିଲା। ଘଟଣା ଘଟାଇବା ପରେ ୨ ଦୁର୍ବୃତ୍ତ ଫେରାର ହୋଇଯାଉଥିବା ସ୍ଥାନୀୟ ଲୋକେ ଦେଖିଥିବା ସୂଚନା ଦେଇଛନ୍ତି। ଗୁରୁତର ଅବସ୍ଥାରେ ଏକ ସ୍କୁଟି ଯୋଗେ ତୁରନ୍ତ ପୀତବାସ ପଣ୍ଡାଙ୍କୁ ଏମକେସିଜି ସ୍ଥାନାନ୍ତର କରାଯାଇଥିଲା । ସେଠାରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

ଏହାପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି । ଘଟଣା ପରେ ପରେ ପୁଲିସ ଆଇଜି ନିତିଶେଖର, ବ୍ରହ୍ମପୁର ଏସପି ଦାୟିତ୍ଵରେ ଥିବା ଗଞ୍ଜାମ ଏସପି ଶୁଭେନ୍ଦୁ ପାତ୍ର ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଫରେନ୍ସିକ୍ ଟିମ୍ ସହ ବୈକୁଣ୍ଠନଗରରେ ତନାଘନା କରିଛନ୍ତି। ସିସିଟିଭି ଫୁଟେଜ୍ ସହ ଅନ୍ୟାନ୍ୟ ସୂତ୍ରରୁ କିଛି ସୁରାକ୍ ପୁଲିସକୁ ମିଳିଥିବା କୁହାଯାଉଛି।

ପୀତବାସ ପଣ୍ଡା ବିଜେପିର ଜଣେ ସକ୍ରିୟ ସଦସ୍ୟ ଥିଲେ। ପୂର୍ବ ସରକାରର ବିଭିନ୍ନ ଦୁର୍ନୀତି ସଂପର୍କରେ ସେ ଖୁଲାସା କରୁଥିଲେ। ପୂର୍ବରୁ ସେ କଂଗ୍ରେସର ପ୍ରବକ୍ତା ଭାବେ ରହିଥିବା ବେଳେ ପରବର୍ତ୍ତୀ ସମୟରେ କଂଗ୍ରେସ ଛାଡ଼ି ବିଜେପିରେ ଯୋଗ ଦେଇଥିଲେ। ତେବେ କିଏ ଓ କାହିଁକି ତାଙ୍କୁ ଗୁଳି କରିଛନ୍ତି ତାହା ସ୍ପଷ୍ଟ ଜଣାପଡ଼ିନାହିଁ।

ଏହି ଘଟଣାକୁ ନେଇ ଓଡ଼ିଶା ରାଜ୍ୟ ବାର୍‌ କାଉନ୍‌ସିଲ ଉଦ୍‌ବେଗ ପ୍ରକାଶ କରିଛି । ସାରା ରାଜ୍ୟରେ ଆଇନଜୀବୀମାନେ ଆସନ୍ତା ୮ ତାରିଖକୁ ପ୍ରତିବାଦ ଦିବସ ଭାବେ ପାଳିବେ । ସେହିଦିନ ସାରା ରାଜ୍ୟରେ ଆଇନ୍‌ଜୀବୀମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବେ । ପରିଷଦର ଅଧ୍ୟକ୍ଷ ଜ୍ଞାନ ରଞ୍ଜନ ମହାନ୍ତି କହିଛନ୍ତି, ଏହା କେବଳ ବ୍ୟକ୍ତିଗତ ସୁରକ୍ଷାର ବିଷୟ ନୁହେଁ । ଏହା ନ୍ୟାୟ, ଗଣତନ୍ତ୍ର ଏବଂ ରାଜ୍ୟର ପ୍ରତ୍ୟେକ ଆଇନଗତ ବୃତ୍ତିଗତଙ୍କ ସୁରକ୍ଷାର ପ୍ରଶ୍ନ । ଏହି ଘୃଣ୍ୟ କାର୍ଯ୍ୟ କେବଳ ଜଣେ ବ୍ୟକ୍ତିଙ୍କ ହତ୍ୟା ନୁହେଁ । ବରଂ ନ୍ୟାୟ ବ୍ୟବସ୍ଥା ଏବଂ ଆଇନର ଶାସନ ଉପରେ ସିଧାସଳଖ ଆକ୍ରମଣ । ଏପରି ବର୍ବର ହିଂସା ଏହି ଅଞ୍ଚଳର ଆଇନ ଶୃଙ୍ଖଳା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ହତ୍ୟାକାଣ୍ଡରେ ସମ୍ପୃକ୍ତ ସମସ୍ତ ଦୋଷୀଙ୍କୁ ତୁରନ୍ତ ଗିରଫ କରାଯାଉ । ଆଇନଜୀବୀଙ୍କ ପାଇଁ ତୁରନ୍ତ ନ୍ୟାୟ ଏବଂ ସୁରକ୍ଷା ଦିଅ । ମୁଖ୍ୟମନ୍ତ୍ରୀ,ଗୃହ ସଚିବ,ଡିଜିପି ଓଡ଼ିଶା, ଡିଆଇଜି ଦକ୍ଷିଣ ରେଞ୍ଜ ଏବଂ ଏସପି ଗଞ୍ଜାମଙ୍କୁ ଶ୍ରୀ ମହାନ୍ତି ଅନୁରୋଧ କରିଛନ୍ତି ।

Tags: