ବିଳମ୍ବିତ ରାତିରେ ଘରେ ପଶି ମହିଳାଙ୍କୁ ଗୁଳିମାଡ଼,ଅବସ୍ଥା ଗୁରୁତର
ନୀଳଗିରି : ବିଳମ୍ବିତ ରାତିରେ ଘରେ ପଶି ମହିଳାଙ୍କୁ ଗୁଳିମାଡ଼। ଘରେ ଶୋଇଥିବା ବେଳେ ଗୁଳିମାଡ଼ କରି ଫେରାର ହୋଇଯାଇଛି ଦୁର୍ବୃତ୍ତ। ଗୁରୁତର ଅବସ୍ଥାରେ ମହିଳାଙ୍କୁ ପ୍ରଥମେ ବାଲେଶ୍ୱର ଏବଂ ପରେ କଟକ SCB ମେଡିକାଲକୁ ସ୍ଥାନାନ୍ତର କରାଯାଇଛି I ମହିଳା ଜଣଙ୍କ ହେଉଛନ୍ତି ରସିକ ମୁର୍ମୁଙ୍କ ସ୍ତ୍ରୀ ଲକ୍ଷ୍ମୀ ମୁର୍ମୁ I ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ନୀଳଗିରି ବରହମପୁର ଥାନା ଅନ୍ତର୍ଗତ ରାଇପାଳ ଗାଁରେ । ମହିଳାଙ୍କ ହାତ ଓ ଅଣ୍ଟାରେ ଗୁଳି ବାଜିଛି। […]
ନୀଳଗିରି : ବିଳମ୍ବିତ ରାତିରେ ଘରେ ପଶି ମହିଳାଙ୍କୁ ଗୁଳିମାଡ଼। ଘରେ ଶୋଇଥିବା ବେଳେ ଗୁଳିମାଡ଼ କରି ଫେରାର ହୋଇଯାଇଛି ଦୁର୍ବୃତ୍ତ। ଗୁରୁତର ଅବସ୍ଥାରେ ମହିଳାଙ୍କୁ ପ୍ରଥମେ ବାଲେଶ୍ୱର ଏବଂ ପରେ କଟକ SCB ମେଡିକାଲକୁ ସ୍ଥାନାନ୍ତର କରାଯାଇଛି I ମହିଳା ଜଣଙ୍କ ହେଉଛନ୍ତି ରସିକ ମୁର୍ମୁଙ୍କ ସ୍ତ୍ରୀ ଲକ୍ଷ୍ମୀ ମୁର୍ମୁ I ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ନୀଳଗିରି ବରହମପୁର ଥାନା ଅନ୍ତର୍ଗତ ରାଇପାଳ ଗାଁରେ । ମହିଳାଙ୍କ ହାତ ଓ ଅଣ୍ଟାରେ ଗୁଳି ବାଜିଛି। ୨ ଜଣ ଦୁର୍ବୃତ୍ତ ଗୁଳିମାଡ଼ କରିଥିବା ସୂଚନା ମିଳିଛି। ତେବେ ଗୁଳିମାଡ଼ର ଘଟଣାଟଣା ସ୍ପଷ୍ଟ ହୋଇନଥିବାବେଳେ ନୀଳଗିରି ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି।




