ଜମ୍ମୁ-କଶ୍ମୀରରେ ଆତଙ୍କୀ ହମଲା ଘଟଣାରେ ଲସ୍କର-ଏ-ତୋଏବାର ହାତ
ଶ୍ରୀନଗର : ଜମ୍ମୁ-କଶ୍ମୀରରେ ଆତଙ୍କବାଦୀ ଆକ୍ରମଣରେ ସାତ ନାଗରିକ ମୃତ, ୫ ଗୁରୁତର । ରବିବାର ବିଳମ୍ବିତ ରାତିରେ ଗାନ୍ଦରୱାଲ ଜିଲ୍ଲା ଗଗନଗିରିର ସୋନମର୍ଗ ଅଞ୍ଚଳରେ ଜେଡ୍-ମୋଡ୍ ଟନେଲ କାମ ଚାଲୁଥିବା ସମୟରେ ଗୁଳିମାଡ଼ କରିଥିଲେ ଆତଙ୍କବାଦୀ । ମୃତକଙ୍କ ମଧ୍ୟରେ ଜଣେ ସ୍ଥାନୀୟ ଡାକ୍ତର ଓ ଛଅ ଜଣ ପ୍ରବାସୀ ଶ୍ରମିକ ଅଛନ୍ତି । ଏହି ଆତଙ୍କୀ ହମଲା ପାଇଁ ଲସ୍କର-ଏ-ତୋଏବା ଅଫସେଟ ରେଜିଷ୍ଟନ୍ସ ଫ୍ରଣ୍ଟ ନିଜକୁ ଦାୟୀ କରିଛି । ଟିଆରଏଫ୍ ମୁଖ୍ୟ ଶେଖ୍ […]
ଶ୍ରୀନଗର : ଜମ୍ମୁ-କଶ୍ମୀରରେ ଆତଙ୍କବାଦୀ ଆକ୍ରମଣରେ ସାତ ନାଗରିକ ମୃତ, ୫ ଗୁରୁତର । ରବିବାର ବିଳମ୍ବିତ ରାତିରେ ଗାନ୍ଦରୱାଲ ଜିଲ୍ଲା ଗଗନଗିରିର ସୋନମର୍ଗ ଅଞ୍ଚଳରେ ଜେଡ୍-ମୋଡ୍ ଟନେଲ କାମ ଚାଲୁଥିବା ସମୟରେ ଗୁଳିମାଡ଼ କରିଥିଲେ ଆତଙ୍କବାଦୀ । ମୃତକଙ୍କ ମଧ୍ୟରେ ଜଣେ ସ୍ଥାନୀୟ ଡାକ୍ତର ଓ ଛଅ ଜଣ ପ୍ରବାସୀ ଶ୍ରମିକ ଅଛନ୍ତି । ଏହି ଆତଙ୍କୀ ହମଲା ପାଇଁ ଲସ୍କର-ଏ-ତୋଏବା ଅଫସେଟ ରେଜିଷ୍ଟନ୍ସ ଫ୍ରଣ୍ଟ ନିଜକୁ ଦାୟୀ କରିଛି ।
ଟିଆରଏଫ୍ ମୁଖ୍ୟ ଶେଖ୍ ସାଜଜାଦ ଗୁଲ ଏହି ଆକ୍ରମଣର ମାଷ୍ଟରମାଇଣ୍ଡ ଏବଂ ଦଳର ସ୍ଥାନୀୟ ମଡ୍ୟୁଲ୍ ତାଙ୍କ ନିର୍ଦ୍ଦେଶରେ ପ୍ରଥମ ଥର ପାଇଁ କାଶ୍ମୀର ଏବଂ ଅଣ କାଶ୍ମୀରବାସୀଙ୍କୁ ଟାର୍ଗେଟ କରି ଏହି ଆକ୍ରମଣ କରିଥିବା ଜଣାପଡିଛି। ଏହି ଆତଙ୍କବାଦୀ ଗୋଷ୍ଠୀ ଗତ ଏକ ମାସ ଧରି ଆତଙ୍କୀ ହମଲା ପାଇଁ ନିଜକୁ ପ୍ରସ୍ତୁତ କରୁଥିବା ସୂଚନା ରହିଛି । ଟିଆରଏଫ ପୂର୍ବରୁ କଶ୍ମୀର ପଣ୍ଡିତଙ୍କୁ ଟାର୍ଗେଟ କରି ଆସିଛି। ଏଥିରେ ଅନେକ କଶ୍ମୀର ପଣ୍ଡିତଙ୍କର ମଧ୍ୟ ମୃତ୍ୟୁ ହୋଇଛି। କିନ୍ତୁ ଏହି ଆତଙ୍କୀ ସଂଗଠନ ପ୍ରଥମ କରି କଶ୍ମୀର ଏବଂ ଅଣକଶ୍ମୀର ବାସିନ୍ଦାଙ୍କୁ ଟାର୍ଗେଟ କରିଛି।
ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ସମ୍ପୃକ୍ତ ଅଞ୍ଚଳକୁ ଘେରାବନ୍ଦୀ କରିଛି । ଘଟଣା ନେଇ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ଗାନ୍ଦରୱାଲ ଜିଲ୍ଲା ଓମାର ଅବଦୁଲ୍ଲାଙ୍କ ବିଧାନସଭା ନିର୍ବାଚନ ମଣ୍ଡଳୀ ଅଧିନରେ ଆସୁଛି । ଧାରା ୩୭୦ ଉଚ୍ଛେଦ ପରେ କାଶ୍ମୀର ଉପତ୍ୟକାରେ ଆତଙ୍କୀ କାର୍ଯକଳାପ ବଢିବାରେ ଲାଗିଛି ।




