ଶିମିଳିପାଳରେ ବଡ଼ ଧରଣର ଅଫିମ ଚାଷ ନଷ୍ଟ

ମୟୁରଭଞ୍ଜ : ଅଫିମ ଚାଷର ହବ ପାଲଟିଛି ଶିମିଳିପାଳ ଅଭୟାରଣ୍ୟ I ବନବିଭାଗ ପକ୍ଷରୁ ଶିମିଳିପାଳରେ ଲଗାତାର ୪ର୍ଥ ଥର ପାଇଁ ରେଡ କରାଯାଇଛି I ଅବକାରୀ ବିଭାଗ କର୍ମଚାରୀ ଏବଂ କରଞ୍ଜିଆ ଅତିରିକ୍ତ ତହସିଲଦାରଙ୍କ ଉପସ୍ଥିତିରେ ରେଡ଼ କରାଯାଇ କୋଟି କୋଟି ଟଙ୍କାର ଅଫିମ ଚାଷ ନଷ୍ଟ କରିଛି ପୋଲିସ I ସୂଚନା ଅନୁଯାୟୀ,ଶିମିଳିପାଳ ଅଭୟାରଣ୍ୟର କୋର ଅଞ୍ଚଳରେ ଥିବା ସାରଦା ଗାଁରେ ୧୫ ଏକର ଜମିରେ କୋଟି କୋଟି ଟଙ୍କାର ଅଫିମ ଗଛ ଲଗାଯାଇଥିଲା […]

Samaya Live Picture
Published On

ମୟୁରଭଞ୍ଜ : ଅଫିମ ଚାଷର ହବ ପାଲଟିଛି ଶିମିଳିପାଳ ଅଭୟାରଣ୍ୟ I ବନବିଭାଗ ପକ୍ଷରୁ ଶିମିଳିପାଳରେ ଲଗାତାର ୪ର୍ଥ ଥର ପାଇଁ ରେଡ କରାଯାଇଛି I ଅବକାରୀ ବିଭାଗ କର୍ମଚାରୀ ଏବଂ କରଞ୍ଜିଆ ଅତିରିକ୍ତ ତହସିଲଦାରଙ୍କ ଉପସ୍ଥିତିରେ ରେଡ଼ କରାଯାଇ କୋଟି କୋଟି ଟଙ୍କାର ଅଫିମ ଚାଷ ନଷ୍ଟ କରିଛି ପୋଲିସ I

ସୂଚନା ଅନୁଯାୟୀ,ଶିମିଳିପାଳ ଅଭୟାରଣ୍ୟର କୋର ଅଞ୍ଚଳରେ ଥିବା ସାରଦା ଗାଁରେ ୧୫ ଏକର ଜମିରେ କୋଟି କୋଟି ଟଙ୍କାର ଅଫିମ ଗଛ ଲଗାଯାଇଥିଲା । ସୂଚନାପାଇ ଅବକାରୀ ବିଭାଗ ଏବଂ କରଞ୍ଜିଆ ଅତିରିକ୍ତ ତହସିଲଦାରଙ୍କ ନେତୃତ୍ୱରେ ୮୫ ଜଣ ଅବକାରୀ କର୍ମଚାରୀଙ୍କୁ ନେଇ ବଡ଼ ଧରଣର ଚଢ଼ାଉ କରାଯାଇ ବ୍ୟାପକ ଅଫିମ ଚାଷ ପୋଡି ନଷ୍ଟ କରାଯାଇଛି I ଅଫିମ ଫସଲ ଗୁଡିକ ପ୍ରାୟ ଫଳି ଆସିଥିବାବେଳେ ଏହାକୁ ନଷ୍ଟ କରାଯାଇଛି I ନଷ୍ଟ କରାଯାଇଥିବା ଅଫିମ ଚାଷର ମୂଲ୍ୟ ପାଖାପାଖି ୧୦ କୋଟି ୫୦ ଲକ୍ଷ ଟଙ୍କା ହେବ ବୋଲି ଅବକାରୀ ଇନ୍ସପେକ୍ଟର ଶ୍ରୀଧର ମହାନ୍ତି ସୂଚନା ଦେଇଛନ୍ତି। ପୂର୍ବରୁ ମଧ୍ୟ ଶିମିଳିପାଳ ଜଙ୍ଗଲରୁ ଲକ୍ଷ ଲକ୍ଷ ଟଙ୍କାର ଅଫିମ ଗଛ ନଷ୍ଟ କରିଥିଲେ ଅବକାରୀ ବିଭାଗ । ଏତେ ସଂଖ୍ୟକ ଅଫିମ ଗଛ ନଷ୍ଟ କରିବାରେ ଏହା ଓଡ଼ିଶାରେ ପ୍ରଥମ ଘଟଣା ବୋଲି କୁହାଯାଉଛି।

ପ୍ରଥମଥର ପାଇଁ ମାର୍ଚ୍ଚ ୧୦ ତାରିଖରେ ଅବକାରୀ ବିଭାଗ ୧୧ ଏକର ଜମିରେ ୭ କୋଟି ୭୦ ଲକ୍ଷ ଟଙ୍କାର ଅଫିମ ଗଛ ନଷ୍ଟ କରାଯାଇଥିଲା I ସେହିପରି ୨ୟ ଥର ପାଇଁ ଶିମିଳିପାଳ ଅଭୟାରଣ୍ୟରେ ଚଢ଼ଉ କରାଯାଇ ୧୮ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ଅଫିମ ଗଛ ନଷ୍ଟ କରାଯାଇଥିଲା। ତୃତୀୟ ଥର ପାଇଁ ଚଳିତ ମାସ ୧୬ ତାରିଖରେ ବଡ଼ ଧରଣର ଚଢଉ ହୋଇସାରିଥିଲା। ଶିମିଳିପାଳ ଅଭୟାରଣ୍ୟ ମଧ୍ୟରେ ଥିବା ଯୋଜଗଡା ଏବଂ ଫୁଲବାଡିରେ ଦେଢ଼ ଲକ୍ଷରୁ ଅଧିକ ଅଫିମ ଗଛ ନଷ୍ଟ କରାଯାଇଥିଲା I ଆକଳନ ଅନୁସାରେ,ଗୋଟିଏ ଅଫିମ ଗଛର ମୁଲ୍ୟ ୨୦୦ ଟଙ୍କା ହିସାବରେ ଧାର୍ଯ୍ୟ କରାଯାଇଛି । ସାରଦା ଗାଁରେ ଅବକାରୀ ବିଭାଗ ଚଢଉ କରିବାବେଳେ ଏହି ଗାଁଟି ଜନଶୂନ୍ୟ ହୋଇଯାଇଥିବା ଦେଖାଯାଇଥିଲା। ବର୍ଷ ବର୍ଷ ଧରି ଶିମିଳିପାଳ ଅଭୟାରଣ୍ୟ ଅଫିମ ଚାଷର ଏକ ପେଣ୍ଠସ୍ଥଳ ପାଲଟିଛି। ତେବେ ୪ ଥର ଚଢ଼ାଉ ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ପୋଲିସ କିମ୍ବା ଅବକାରୀ ବିଭାଗ ହାତରେ କେହି ଧରାପଡ଼ି ନାହାନ୍ତି I

Tags: