ବାଲେଶ୍ୱରରୁ ବିପୁଳ ପରିମାଣରେ ବ୍ରାଉନସୁଗର ଜବତ
ବାଲେଶ୍ଵର: ବାଲେଶ୍ବର ଜିଲ୍ଲା ଅରଡ ବଜାରରୁ ବିପୁଳ ପରିମାଣର ବ୍ରାଉନସୁଗର ଜବତ କରିଛି ଅବକାରୀ ବିଭାଗ। ଏହା ସହ କାରବାରରେ ସମ୍ପୃକ୍ତ ଜଣେ ଅଭିଯୁକ୍ତକୁ ଗରିଫ କରାଯାଇଥିବାବେଳେ ଅନ୍ୟଜଣେ ଘଟଣାସ୍ଥଳରୁ ଫେରାର ହୋଇଯାଇଛି । ଗିରଫ ଅଭିଯୁକ୍ତରା ନାଁ ଅମଜାଦ ଖାଁ ବୋଲି ଜଣାପଡ଼ିଛି। ପଶ୍ଚିମବଙ୍ଗରୁ ବ୍ରାଉନସୁଗର ଆଣି ଅରଡ ବଜାରରେ ଗଚ୍ଛିତ ରଖିଥିଲେ। ସେଠାରୁ ଓଡ଼ିଶାର ବିଭିନ୍ନ ଜିଲ୍ଲାକୁ ଚାଲାଣ କରାଯାଉଥିଲା । ଗୁଇନ୍ଦା ସୂଚନା ଆଧାରରେ ଅବକାରୀ ବିଭାଗ ରବିବାର ସକାଳ ସମୟରେ ବାଲେଶ୍ଵର […]
ବାଲେଶ୍ଵର: ବାଲେଶ୍ବର ଜିଲ୍ଲା ଅରଡ ବଜାରରୁ ବିପୁଳ ପରିମାଣର ବ୍ରାଉନସୁଗର ଜବତ କରିଛି ଅବକାରୀ ବିଭାଗ। ଏହା ସହ କାରବାରରେ ସମ୍ପୃକ୍ତ ଜଣେ ଅଭିଯୁକ୍ତକୁ ଗରିଫ କରାଯାଇଥିବାବେଳେ ଅନ୍ୟଜଣେ ଘଟଣାସ୍ଥଳରୁ ଫେରାର ହୋଇଯାଇଛି । ଗିରଫ ଅଭିଯୁକ୍ତରା ନାଁ ଅମଜାଦ ଖାଁ ବୋଲି ଜଣାପଡ଼ିଛି। ପଶ୍ଚିମବଙ୍ଗରୁ ବ୍ରାଉନସୁଗର ଆଣି ଅରଡ ବଜାରରେ ଗଚ୍ଛିତ ରଖିଥିଲେ। ସେଠାରୁ ଓଡ଼ିଶାର ବିଭିନ୍ନ ଜିଲ୍ଲାକୁ ଚାଲାଣ କରାଯାଉଥିଲା । ଗୁଇନ୍ଦା ସୂଚନା ଆଧାରରେ ଅବକାରୀ ବିଭାଗ ରବିବାର ସକାଳ ସମୟରେ ବାଲେଶ୍ଵର ଅରଡ ବଜାର ନିକଟରେ ଗୋଟିଏ ଘରୁ ୨ କେଜି ବ୍ରାଉନସୁଗାର ସହ ୫୫୭୦ ଟଙ୍କା, ଗୋଟିଏ ମୋବାଇଲ ଫୋନ ସହ ଜଣେ ଅଭିଯୁକ୍ତକୁ ଧରିଥିବାବେଳେ ଅନ୍ୟ ଜଣେ ଫେରାର ହୋଇଯାଇଛି । ଜବତ ବ୍ରାଉନସୁଗରର ଆନୁମାନିକ ମୁଖ୍ୟ ୨ କୋଟିରୁ ଉର୍ଧ୍ଵ ହେବ ବୋଲି ଜଣାପଡିଛି । ଏହି ଘଟଣାରେ ଅଭିଯୁକ୍ତଙ୍କୁ ଅଟକ ରଖି ଅଧିକ ଖୋଳତାଡ଼ କରୁଛି ବାଲେଶ୍ୱର ପୋଲିସ ।




