ବରିଷ୍ଠ ପୋଲିସ ଅଧିକାରୀଙ୍କୁ ଚୂନ ଲଗାଇଲେ ଜମି ମାଲିକ
ଭୁବନେଶ୍ୱର :ଠକେଇରେ ଶିକାର ହେଲେ ପୋଲିସ ବାବୁ। ୨୦ ଲକ୍ଷ ଟଙ୍କାର ଜମି କିଣି ଠକେଇର ଶିକାର ହେଲେ ବରିଷ୍ଠ ପୋଲିସ ଅଧିକାରୀ । ପେପରରେ ଜମି ବିଜ୍ଞାପନ ଦେଖି ଜମି କିଣିବାକୁ ଟଙ୍କା ଦେଇଥିଲେ । ଅଭିଯୋଗକାରୀ ପୋଲିସ ହେଲେ ବିଭୂତି ଭୂଷଣ ରାଉତ । ସେ ଜଣେ ଅତିରିକ୍ତ ଆଇଜି । ସେ ଡ଼ିଜି କାର୍ଯ୍ୟାଳୟରେ ଚାକିରି କରନ୍ତି । ଅଭିଯୁକ୍ତ ଜମି ମାଲିକ ଦୁର୍ଗାଚରଣ ପ୍ରଧାନ ଗିରଫ ହୋଇଛି। ସୂଚନା ଅନୁଯାୟୀ ପେପରରେ […]
ଭୁବନେଶ୍ୱର :ଠକେଇରେ ଶିକାର ହେଲେ ପୋଲିସ ବାବୁ। ୨୦ ଲକ୍ଷ ଟଙ୍କାର ଜମି କିଣି ଠକେଇର ଶିକାର ହେଲେ ବରିଷ୍ଠ ପୋଲିସ ଅଧିକାରୀ । ପେପରରେ ଜମି ବିଜ୍ଞାପନ ଦେଖି ଜମି କିଣିବାକୁ ଟଙ୍କା ଦେଇଥିଲେ । ଅଭିଯୋଗକାରୀ ପୋଲିସ ହେଲେ ବିଭୂତି ଭୂଷଣ ରାଉତ । ସେ ଜଣେ ଅତିରିକ୍ତ ଆଇଜି । ସେ ଡ଼ିଜି କାର୍ଯ୍ୟାଳୟରେ ଚାକିରି କରନ୍ତି । ଅଭିଯୁକ୍ତ ଜମି ମାଲିକ ଦୁର୍ଗାଚରଣ ପ୍ରଧାନ ଗିରଫ ହୋଇଛି।
ସୂଚନା ଅନୁଯାୟୀ ପେପରରେ ଜମି ବିଜ୍ଞାପନ ଦେଖି ଗତ ସେପ୍ଟେମ୍ବର ମାସରେ ବିଭୂତି ଭୂଷଣ ରାଉତ ଜମି କିଣିବାକୁ,ଜମି ମାଲିକ ଦୁର୍ଗାଚରଣ ପ୍ରଧାନଙ୍କୁ ୨୦ ଲକ୍ଷ ଟଙ୍କା ଦେଇଥିଲେ । ଜଟଣୀ ନିକଟରେ ଜମି ଦେବାକୁ ଦୁର୍ଗାଚରଣ କହିଥିଲେ । ତେବେ ଟଙ୍କା ପାଇବା ପରେ ଆଉ ଧରାଛୁଆଁ ଦେଇନଥିଲେ ଦୁର୍ଗାଚରଣ I ଏହାପରେ ଆଇଜି ବିଭୁତିଭୂଷଣ ଜମି ଠକେଇରେ ଶିକାର ହୋଇଥିବା ନେଇ ଭରତପୁର ଥାନାରେ ଏତଲା ଦେଇଥିଲେ I କାଗଜପତ୍ର ଦେଖି ଜଟଣୀ ସବ୍ରେଜିଷ୍ଟ୍ରି ଅଫିସରେ ରେଜିଷ୍ଟ୍ରି କରିଥିଲେ । ଏ ନେଇ ଏସିପି ଜୋନ୍ ୩ ପ୍ରଦୀପ ରାଉତ ସୂଚନା ଦେଇଛନ୍ତି ।




