ପଞ୍ଚମୁଖୀ ହନୁମାନ ମନ୍ଦିରରୁ ସୁନା,ରୂପା ଅଳଙ୍କାର ସମେତ ଲକ୍ଷାଧିକ ଟଙ୍କା ଲୁଟ

କଟକ: ରାଜ୍ୟରେ ଅସୁରକ୍ଷିତ ହୋଇପଡ଼ିଛି ଦେବାଳୟ । ଚୋର ଡକାୟତଙ୍କ କବଳରୁ ରକ୍ଷା ପାଇ ପାରୁ ନାହାଁନ୍ତି ଦେବା ଦେବୀ । ଗତ ବିଳମ୍ବିତ ରାତିରେ କଟକ ଖାନନଗରରେ ଥିବା ପଞ୍ଚମୁଖୀ ମନ୍ଦିରରୁ ଲୁଟ୍ ହୋଇଛି I ଦୁର୍ବୃତ୍ତମାନେ ମନ୍ଦିର ପଛ ପଟ ଲୁହା କବାଟର ଶିକୁଳି ଭାଙ୍ଗି ମନ୍ଦିରରୁ ଲୁଟ୍ କରିଥିବା ଜଣାପଡିଛି । ଏହାସହ ପଞ୍ଚମୁଖୀଙ୍କ ଦେହରେ ଲାଗିଥିବା ସୁନା ଅଳଙ୍କାର, ଗଦା, କଳସ ଲୁଟିବା ସହିତ ପାର୍ଶ୍ଵରେ ଥିବା ରାମ ମନ୍ଦିରରେ ପୂଜା […]

Samaya Live Picture
Published On

କଟକ: ରାଜ୍ୟରେ ଅସୁରକ୍ଷିତ ହୋଇପଡ଼ିଛି ଦେବାଳୟ । ଚୋର ଡକାୟତଙ୍କ କବଳରୁ ରକ୍ଷା ପାଇ ପାରୁ ନାହାଁନ୍ତି ଦେବା ଦେବୀ । ଗତ ବିଳମ୍ବିତ ରାତିରେ କଟକ ଖାନନଗରରେ ଥିବା ପଞ୍ଚମୁଖୀ ମନ୍ଦିରରୁ ଲୁଟ୍ ହୋଇଛି I ଦୁର୍ବୃତ୍ତମାନେ ମନ୍ଦିର ପଛ ପଟ ଲୁହା କବାଟର ଶିକୁଳି ଭାଙ୍ଗି ମନ୍ଦିରରୁ ଲୁଟ୍ କରିଥିବା ଜଣାପଡିଛି । ଏହାସହ ପଞ୍ଚମୁଖୀଙ୍କ ଦେହରେ ଲାଗିଥିବା ସୁନା ଅଳଙ୍କାର, ଗଦା, କଳସ ଲୁଟିବା ସହିତ ପାର୍ଶ୍ଵରେ ଥିବା ରାମ ମନ୍ଦିରରେ ପୂଜା ପାଉଥିବା ସୀତା ମା’ଙ୍କ ରୁପା ମୁକୁଟ ଲୁଟି ନେଇଛନ୍ତି ଦୁର୍ବୃତ୍ତ। ଆଜି ସକାଳୁ ପୂଜକ ଆସି ମନ୍ଦିର ଖୋଲିବାରୁ ଲୁଟ ହୋଇଥିବା ଜାଣି ମଧୁପାଟଣା ଥାନାରେ ଅଭିଯୋଗ କରିଥିଲେ । ପୋଲିସ ମନ୍ଦିରରେ ପହଁଚି ତଦନ୍ତ ଆରମ୍ଭ କରିଛି ।

Tags: