ଲଖିମ୍‌ପୁର ଖେରି ହିଂସା: ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କୁ ଅନ୍ତରୀଣ ଜାମିନ

ନୂଆଦିଲ୍ଲୀ : ୟୁପିର ଲକ୍ଷ୍ମୀପୁର ଖେରୀରେ କୃଷକଙ୍କ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କୁ ମିଳିଛି ଅନ୍ତରୀଣ ଜାମିନ I ସୁପ୍ରିମକୋର୍ଟ କେନ୍ଦ୍ର ମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅ ଆଶିଷ ମିଶ୍ରାଙ୍କୁ ଆଠ ସପ୍ତାହ ପାଇଁ ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ କରିଛନ୍ତି। ମାର୍ଚ୍ଚ ୧୪ ତାରିଖ ଦିନ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ। ଆଶିଷ ମିଶ୍ରାଙ୍କ ସମେତ ଏହି ମାମଲାର ଅନ୍ୟ ସମସ୍ତ ଅଭିଯୁକ୍ତମାନଙ୍କୁ ମଧ୍ୟ ଜାମିନ ମିଳିଛି। ୨୦୨୧ ରେ ଉତ୍ତରପ୍ରଦେଶର ଲଖିମପୁର […]

Samaya Live Picture
Published On

ନୂଆଦିଲ୍ଲୀ : ୟୁପିର ଲକ୍ଷ୍ମୀପୁର ଖେରୀରେ କୃଷକଙ୍କ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କୁ ମିଳିଛି ଅନ୍ତରୀଣ ଜାମିନ I ସୁପ୍ରିମକୋର୍ଟ କେନ୍ଦ୍ର ମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅ ଆଶିଷ ମିଶ୍ରାଙ୍କୁ ଆଠ ସପ୍ତାହ ପାଇଁ ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ କରିଛନ୍ତି। ମାର୍ଚ୍ଚ ୧୪ ତାରିଖ ଦିନ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ। ଆଶିଷ ମିଶ୍ରାଙ୍କ ସମେତ ଏହି ମାମଲାର ଅନ୍ୟ ସମସ୍ତ ଅଭିଯୁକ୍ତମାନଙ୍କୁ ମଧ୍ୟ ଜାମିନ ମିଳିଛି।

୨୦୨୧ ରେ ଉତ୍ତରପ୍ରଦେଶର ଲଖିମପୁର ଖେରିରେ ଆନ୍ଦୋଳନ ରତ କୃଷକଙ୍କ ଉପରେ ଗାଡି ଚଢାଇ ହତ୍ୟା କରିଥିଲେ ଆଶିଷ I ଏହି ମାମଲାରେ ଆଶିଷ ୧ ବର୍ଷ ହେବ ଜେଲରେ ଥିବା ବେଳେ ଜାମିନ ପାଇଁ ଆବେଦନ କରିଥିଲେ। ପୂର୍ବ ଶୁଣାଣି ସମୟରେ ସର୍ବୋଚ୍ଚ ଅଦାଲତ ଆଶୀଷଙ୍କ ଜାମିନ ନିଷ୍ପତ୍ତିକୁ ସଂରକ୍ଷିତ ରଖିଥିଲେ । ମକଦ୍ଦମା ସମାପ୍ତ ହେବା ପର୍ଯ୍ୟନ୍ତ କାହାକୁ ଜେଲରେ ରଖିବା ଠିକ୍ ହେବ ନାହିଁ ବୋଲି କୋର୍ଟ କହିଥିଲେ । ତେବେ ଜେଲରୁ ବାହରକୁ ଆସିବା ପରେ ତାଙ୍କୁ ଗୋଟିଏ ସପ୍ତାହ ମଧ୍ୟରେ ୟୁପି ଛାଡିବାକୁ ପଡିବ । ଯଦି ପୁଣି ଜାଣିବାକୁ ମିଳେ ଯେ ମକଦ୍ଦମାରେ ଡେରି କିମ୍ବା ସାକ୍ଷୀ ମାନଙ୍କୁ ପ୍ରଭାବିତ କରିବାକୁ ଚେଷ୍ଟା କଲେ ତାଙ୍କ ଜାମିନକୁ ପୁଣି ବାତିଲ କରିଦିଆଯିବ । ଏହାଛଡ଼ା, ସେ ଜାମିନରେ ଥିବା ସମୟ ପର୍ଯ୍ୟନ୍ତ ଅଦାଲତଙ୍କୁ ତାଙ୍କର ଠିକଣା ଜଣାଇବା ସହିତ ପାସ୍‌ପୋର୍ଟ ମଧ୍ୟ ଦାଖଲ କରିବେ।

ସୂଚନାନୁସାରେ , ୨୦୨୧ ଅକ୍ଟୋବର ୩ ତାରିଖ ଦିନ ଲଖିମ୍‌ପୁର ଖେରିର ତିକୁନିଆ ଜିଲ୍ଲାକୁ କେନ୍ଦ୍ର ମନ୍ତ୍ରୀ ଅଜୟ ମିଶ୍ରାଙ୍କ ସହ ତତ୍କାଳୀନ ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟଙ୍କ ଗସ୍ତ କାର୍ଯ୍ୟକ୍ରମ ରହିଥିଲା I ଏହାକୁ ବିରୋଧ କରି କୃଷକମାନେ କଲା ପତାକା ଦେଖାଇବା ସହ ଏକାଠି ହୋଇ ବିକ୍ଷୋଭ ପ୍ରଦର୍ଶନ କରୁଥିଲେ। ଏତିକି ବେଳେ ଆଶିଷ ମିଶ୍ରା ଗୁଳି ଚଳାଇବା ସହ ନିଜ ‘ଏସ୍‌ୟୁଭି’ଗାଡି ବିକ୍ଷୋଭ କରୁଥିବା କୃଷକଙ୍କ ଉପରେ ଚଢ଼ାଇ ଦେଇଥିଲେ। ପରେ ଏହାକୁ ନେଇ ପ୍ରବଳ ହିଂସାକାଣ୍ଡ ଘଟିଥିଲା। ଏଥିରେ ୮ ଜଣଙ୍କ ମୃତ୍ୟୁ ଘଟିଥିଲା। ଏହାପରେ ଉତ୍‌କ୍ଷିପ୍ତ ହୋଇ କୃଷକମାନେ ଆଶିଷ ମିଶ୍ରାଙ୍କ ଡ୍ରାଇଭର୍‌ ଓ ଦୁଇଜଣ ବିଜେପି କର୍ମୀଙ୍କୁ ପିଟି ପିଟି ହତ୍ୟା କରିଥିଲେ। ଏହି ହିଂସାକାଣ୍ଡରେ ଜଣେ ସାମ୍ବାଦିକଙ୍କର ବି ମୃତ୍ୟୁ ଘଟିଥିଲା।

ଉତ୍ତରପ୍ରଦେଶ ପୋଲିସ୍ ଏଫ୍ଆଇଆର୍ ଅନୁଯାୟୀ, ଆଶିଷ ବସିଥିବା ଏକ ଏସୟୁଭି ଗାଡ଼ିରେ ଚାରିଜଣ କୃଷକଙ୍କ ଉପରେ ମଡ଼ାଇ ହତ୍ୟା କରା ଯାଇଥିଲା। ଏହି ଘଟଣାରେ ଆଶିଷ ମିଶ୍ରା କିଛି ଦିନ ଧରି ଫେରାର ରହିବା ପରେ ତାଙ୍କୁ ଗିରଫ କରାଯାଇଥିଲା I

Tags: