ଗିରଫ ହେଲେ କୁବେର ACF
ସମ୍ବଲପୁର : ଗିରଫ ହେଲେ ହୀରାକୁଦ ବନ୍ୟପ୍ରାଣୀ ଡିଭିଜନର କୁବେର ACF ରେବତୀ ରମଣ ଯୋଶୀ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କୁ ବାନ୍ଧିଚି ସମ୍ବଲପୁର ଭିଜିଲାନ୍ସ । ଏନେଇ ସମ୍ବଲପୁର ଭିଜିଲାନ୍ସରେ ୨୮/୨୦୨୪ କେସ ନମ୍ବରରେ ମାମଲା ରୁଜୁ ପରେ ତଦନ୍ତ ଜାରି ରହିଛି। ଶୁକ୍ରବାର ACF ରେବତୀ ରମଣ ଯୋଶୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଥିଲା । ବନ ବିଭାଗ ବାବୁଙ୍କ ୯ଟି ଠିକଣାରେ ଚଢ଼ଉ କରାଯାଇ କୋଟି କୋଟି ଟଙ୍କାର […]
ସମ୍ବଲପୁର : ଗିରଫ ହେଲେ ହୀରାକୁଦ ବନ୍ୟପ୍ରାଣୀ ଡିଭିଜନର କୁବେର ACF ରେବତୀ ରମଣ ଯୋଶୀ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କୁ ବାନ୍ଧିଚି ସମ୍ବଲପୁର ଭିଜିଲାନ୍ସ । ଏନେଇ ସମ୍ବଲପୁର ଭିଜିଲାନ୍ସରେ ୨୮/୨୦୨୪ କେସ ନମ୍ବରରେ ମାମଲା ରୁଜୁ ପରେ ତଦନ୍ତ ଜାରି ରହିଛି।
ଶୁକ୍ରବାର ACF ରେବତୀ ରମଣ ଯୋଶୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଥିଲା । ବନ ବିଭାଗ ବାବୁଙ୍କ ୯ଟି ଠିକଣାରେ ଚଢ଼ଉ କରାଯାଇ କୋଟି କୋଟି ଟଙ୍କାର ଧନସମ୍ପତ୍ତି ଠାବ କରିଥିଲା । ଚଢ଼ାଉ ବେଳେ ରେବତୀ ରମଣଙ୍କ ସମ୍ବଲପୁର ଅଇଁଠାପାଲିରେ ୯୭୦୦ ବର୍ଗଫୁଟର ତିନି ମହଲା ଘର, ମାଳିପାଲ୍ଲୀରେ ବ୍ୟାବସାୟିକ ବିଲଡିଂ, ପଦମପୁରରେ ବିଲଡିଂ, ଭୁବନେଶ୍ବର ଘାଟିକିଆରେ ଫ୍ଲାଟ୍ ସମେତ ସମ୍ବଲପୁର ଓ ବରଗଡ ଜିଲ୍ଲାର ପ୍ରମୁଖ ସ୍ଥାନରେ ୭ଟି ପ୍ଲଟର ସନ୍ଧାନ ମିଳିଥିଲା । ଏହା ସହ ତାଙ୍କ ନିକଟରୁ ନଗଦ ୧୪ ଲକ୍ଷ ୭୧ ହଜାର ଟଙ୍କା ୩୦୦ ଗ୍ରାମ ରୁପା ଏବଂ ୧୫୦ ଗ୍ରାମର ସୁନା ଅଳଙ୍କାର ଜବତ ହୋଇଥିଲା । ୩ ଡିଏସ୍ପିଙ୍କ ନେତୃତ୍ୱରେ ୧୦ ଇନ୍ସପେକ୍ଟର ଓ କର୍ମଚାରୀମାନେ ଏହି ଚଢ଼ାଉରେ ସାମିଲ ଥିଲେ ।




