ବଳି ପାଇଁ ନାବାଳକୁ ହତ୍ୟା,୪ ଗିରଫ

ଅନୁଗୋଳ : ଗୁପ୍ତଧନ ପାଇଁ ନରବଳୀ ! ନାବାଳକକୁ ହତ୍ୟା ହତ୍ୟା ଅଭିଯୋଗରେ ମହିଳା ସାଧିକାଙ୍କ ସମେତ ତାଙ୍କର ୩ ପୁଅ ଗିରଫ I ଏହାସହିତ ପୂଜା ପାଇଁ ଉଦ୍ଦିଷ୍ଟ ମଙ୍ଗଳା କୋଠିକୁ ସିଲ କରିଛି ଜିଲ୍ଲା ପ୍ରଶାସନ I ହତ୍ୟା କେରିଙ୍କ ମଧ୍ୟରେ ଅଛନ୍ତି ମଙ୍ଗଳା କୋଠିର ପୂଜାରିଣୀ ରୀତାଞ୍ଜଳି ବାଘ ଓ ତାଙ୍କ ତିନି ପୁଅ ଦିବ୍ୟରଂଜନ, ଜ୍ୟୋତିରଂଜନ ଓ ସୌମ୍ୟରଂଜନ । ଗିରଫ ଅଭିଯୁକ୍ତଙ୍କ ବିରୋଧରେ ଦଫା ୩୦୨, ୩୬୩, ୧୨୦, ୨୦୧ […]

Samaya Live Picture
Published On

ଅନୁଗୋଳ : ଗୁପ୍ତଧନ ପାଇଁ ନରବଳୀ ! ନାବାଳକକୁ ହତ୍ୟା ହତ୍ୟା ଅଭିଯୋଗରେ ମହିଳା ସାଧିକାଙ୍କ ସମେତ ତାଙ୍କର ୩ ପୁଅ ଗିରଫ I ଏହାସହିତ ପୂଜା ପାଇଁ ଉଦ୍ଦିଷ୍ଟ ମଙ୍ଗଳା କୋଠିକୁ ସିଲ କରିଛି ଜିଲ୍ଲା ପ୍ରଶାସନ I ହତ୍ୟା କେରିଙ୍କ ମଧ୍ୟରେ ଅଛନ୍ତି ମଙ୍ଗଳା କୋଠିର ପୂଜାରିଣୀ ରୀତାଞ୍ଜଳି ବାଘ ଓ ତାଙ୍କ ତିନି ପୁଅ ଦିବ୍ୟରଂଜନ, ଜ୍ୟୋତିରଂଜନ ଓ ସୌମ୍ୟରଂଜନ । ଗିରଫ ଅଭିଯୁକ୍ତଙ୍କ ବିରୋଧରେ ଦଫା ୩୦୨, ୩୬୩, ୧୨୦, ୨୦୧ ଆଇପିସି ଧାରାରେ ମାମଲା ରୁଜ ହୋଇଛି ।ତେବେ ହତ୍ୟା ର ପ୍ରକୃତ କାରଣ ଏପର୍ଯ୍ୟନ୍ତ ଜଣ ପଡ଼ିନାହିଁ I

ସୂଚନାନୁସାରେ,କିଆ କଟା ଥାନା ଅନ୍ତର୍ଗତ ସୁବର୍ଣ୍ଣପୁର ଗ୍ରାମର ବାସନ୍ତୀ ବିଶ୍ୱାଳ ନିଜ ପୁଅ ସଂଜିତର ଦେହ ଭଲ ରହୁ ନଥିବାରୁ ତାଙ୍କୁ ଗତ ଜୁଲାଇ ୨୨ ତାରିଖରେ ନେଇ ଟୁସର ଗ୍ରାମରେ ଥିବା ମଙ୍ଗଳା କୋଠିରେ ଅଧିଆ ପଡ଼ିଥିଲେ I ମା’ ବାସନ୍ତୀ ଙ୍କୁ ବାରଣ୍ଡାରେ ଶୋଇବାକୁ କହି ରାତିରେ କୋଠି ଭିତରକୁ ନେଇ ଯାଇଥିଲେ ସାଧିକା ରିତାଞ୍ଜଳୀ I ତେବେ ସେହିଁ ରାତିରୁ ସଂଜୀବ ନିଖୋଜ ହୋଇ ଯାଇଥିଲେ I ଏହାପରେ ବାସନ୍ତୀ ବିଶ୍ୱାଳ ପୁଅ ନିଖୋଜ ଥିବା ନେଇ ଥାନାରେ ଏତଲା ଦେଇଥିଲେ I ପୋଲିସ ତଦନ୍ତ ସମୟରେ ସଂଜୀବର ମୃତ ଦେହ ୨୮ ତାରିଖ ଦିନ ଅତି ବିଭତ୍ସ ଭାବରେ ହାତ ଗୋଡ଼ କଟା ଅବସ୍ଥାରେ ମିକଟସ୍ଥ ବାରେଣୀ ଜଙ୍ଗଲରୁ ଠାବ ହୋଇଥିଲେ I ପୋଲିସ ମୃତଦେହଁ ବ୍ୟବଚ୍ଛେଦ ସମୟରେ ଶରୀରର ବିଭିନ୍ନ ଅଙ୍ଗ,ପ୍ରତ୍ୟଙ୍ଗ ନଥିବା ଜଣା ପଡିଥିଲା I ଏହାକୁ ନେଇ ପରିବାର ଲୋକେ ପୁଅକୁ ବଳି ଦେଇଥିବା ସନ୍ଦେହରେ ଥାନାରେ ଅଭିଯୋଗ କରିଥିଲେ I

ଏହି ଘଟଣାପରେ ଟୁସର ଗାଁ ରେ ଉତ୍ତେଜନା ବଢ଼ିବାରେ ଲାଗିଛି I ଫଳରେ ପ୍ରଶାସନ ବିବାଦୀୟ ମଙ୍ଗଳା କୋଠିକୁ ବନ୍ଦ କରିବା ସହିତ ଘଟଣାସ୍ଥଳରେ ୩ ପ୍ଲାଟୁନ୍‌ ପୁଲିସ ଫୋର୍ସ ମୁତୟନ କରାଯାଇଛି । ତେବେ ହତ୍ୟା କାଣ୍ଡର ପ୍ରକୃତ ରହସ୍ୟ ନରବଳୀ ନା ଅନ୍ୟକିଛି,ସାଇଣ୍ଟିଫିକ୍‌ ତଥ୍ୟ ପ୍ରମାଣକୁ ଏକାଠି କରୁଛି ପୋଲିସ । ଏନେଇ ପୋଷ୍ଟମର୍ଟମ ରିପୋର୍ଟକୁ ଅପେକ୍ଷା ରହିଛି ।

Tags: