ତଣ୍ଟି କାଟି ଯୁବକଙ୍କୁ ହତ୍ୟା
ଅନୁଗୁଳ : ଯୁବକଙ୍କ ତଣ୍ଟି କାଟି ହତ୍ୟା । ଏପରି ଏକ ଘଟଣା ଘଟିଛି ଅନୁଗୁଳ ଜିଲ୍ଲା ପୁରୁଣାକୋଟ ଥାନା ଓଲାବିର ଅଞ୍ଚଳରେ i ସୂଚନାନୁସାରେ , ଯୁବକଙ୍କ ତଣ୍ଟି କାଟି ହତ୍ୟା ପରେ ଅଭିଯୁକ୍ତ ଫେରାର i ପୁରୁଣାକୋଟ ଥାନା ଓଲାବିର ଅଞ୍ଚଳର ବିଷ ପ୍ରଧାନ ନାମକ ଜଣେ ବ୍ୟକ୍ତି ଗତକାଲି କନ୍ଦମୂଳ ଫସଲ ଜଗିବାକୁ ବିଲକୁ ଯାଇଥିଲେ। ସେଠାରେ ସେ ମଞ୍ଚା ବାନ୍ଧି ରହିଥିଲେ। ତେବେ ବିଳମ୍ବିତ ରାତିରେ କେହି ତାଙ୍କର ତଣ୍ଟି କାଟି […]
ଅନୁଗୁଳ : ଯୁବକଙ୍କ ତଣ୍ଟି କାଟି ହତ୍ୟା । ଏପରି ଏକ ଘଟଣା ଘଟିଛି ଅନୁଗୁଳ ଜିଲ୍ଲା ପୁରୁଣାକୋଟ ଥାନା ଓଲାବିର ଅଞ୍ଚଳରେ i
ସୂଚନାନୁସାରେ , ଯୁବକଙ୍କ ତଣ୍ଟି କାଟି ହତ୍ୟା ପରେ ଅଭିଯୁକ୍ତ ଫେରାର i ପୁରୁଣାକୋଟ ଥାନା ଓଲାବିର ଅଞ୍ଚଳର ବିଷ ପ୍ରଧାନ ନାମକ ଜଣେ ବ୍ୟକ୍ତି ଗତକାଲି କନ୍ଦମୂଳ ଫସଲ ଜଗିବାକୁ ବିଲକୁ ଯାଇଥିଲେ। ସେଠାରେ ସେ ମଞ୍ଚା ବାନ୍ଧି ରହିଥିଲେ। ତେବେ ବିଳମ୍ବିତ ରାତିରେ କେହି ତାଙ୍କର ତଣ୍ଟି କାଟି ଦେଇଥିବା ଜଣାପଡ଼ିଛି । ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଘରକୁ ଫେରିବା ବାଟରେ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ତାଙ୍କ ଚିତ୍କାର ଶୁଣି ଘର ଲୋକ ଆସିବା ବେଳକୁ ହତ୍ୟାକାରୀ ଫେରାର ହୋଇ ଯାଇଥିଲା । ତେବେ କଣ ହୋଇଛି ବୁଝିବା ବେଳକୁ ପୀଡ଼ିତ ସେହିଠାରେ ଟଳି ପଡ଼ିଥିଲେ। ଖବର ପାଇ ପୁଲିସ ସକାଳେ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ହତ୍ୟାର କାରଣ ଏପରଜମତା ଜଣା ପଡ଼ିନାହି ବୋଲି ପୋଲିସ ତଦନ୍ତ କରିଛି i




