କିଟ୍ ଛତ୍ର ମୃତ୍ୟୁ ଘଟଣା,କର୍ତ୍ତୃପକ୍ଷଙ୍କୁ ଦାୟୀ କଲେ ବାପା
ଭୁବନେଶ୍ୱର : କିଟ୍ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ବିରୋଧରେ ପୁଣି ଏକ ସଂଗୀନ ଅଭିଯୋଗ । ବି.ଟେକ ଛାତ୍ର ଅର୍ଣ୍ଣବ ମୁଖାର୍ଜୀଙ୍କ ମୃତ୍ୟୁ ଘଟଣାରେ କିଟ୍ କର୍ତ୍ତୃପକ୍ଷଙ୍କୁ ଦାୟୀ କରିଛନ୍ତି ମୃତକଙ୍କ ବାପା । ଏଥିସହ କିଟ୍ ବିରୋଧରେ ସେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି । କିଟ୍ କର୍ତ୍ତୃପକ୍ଷଙ୍କ ଅବହେଳାରୁ ପୁଅର ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି। ସେ କର୍ତ୍ତୃପକ୍ଷଙ୍କ ଉପରେ କ୍ଷୋଭ ସହ ମ୍ୟାନେଜମେଣ୍ଟ ଅବହେଳାକୁ ଦାୟୀ କରିଛନ୍ତି। ମୃତ ଛତ୍ରାଙ୍କ ବାପା ଜଗଦୀଶ ମୁଖାର୍ଜୀ କହିଛନ୍ତି, […]
ଭୁବନେଶ୍ୱର : କିଟ୍ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ବିରୋଧରେ ପୁଣି ଏକ ସଂଗୀନ ଅଭିଯୋଗ । ବି.ଟେକ ଛାତ୍ର ଅର୍ଣ୍ଣବ ମୁଖାର୍ଜୀଙ୍କ ମୃତ୍ୟୁ ଘଟଣାରେ କିଟ୍ କର୍ତ୍ତୃପକ୍ଷଙ୍କୁ ଦାୟୀ କରିଛନ୍ତି ମୃତକଙ୍କ ବାପା । ଏଥିସହ କିଟ୍ ବିରୋଧରେ ସେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି । କିଟ୍ କର୍ତ୍ତୃପକ୍ଷଙ୍କ ଅବହେଳାରୁ ପୁଅର ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି। ସେ କର୍ତ୍ତୃପକ୍ଷଙ୍କ ଉପରେ କ୍ଷୋଭ ସହ ମ୍ୟାନେଜମେଣ୍ଟ ଅବହେଳାକୁ ଦାୟୀ କରିଛନ୍ତି।
ମୃତ ଛତ୍ରାଙ୍କ ବାପା ଜଗଦୀଶ ମୁଖାର୍ଜୀ କହିଛନ୍ତି, ମୋ ପିଲାକୁ ତାଙ୍କ ଦାୟିତ୍ୱରେ ଛଡ଼ା ଯାଇଥିଲା, ସେମାନଙ୍କ ଅବହେଳାରୁ ମୋ ପୁଅର ମୃତ୍ୟୁ ହୋଇଛି। କୌଣସି ଅଘଟଣ ଘଟିଛି, ହେଲେ ପୁଅ ଆତ୍ମହତ୍ୟା କରିନି ବୋଲି ସେ କହିଛନ୍ତି । ଏମିତିକି ହଷ୍ଟେଲ ୱାଡେନଙ୍କ କଥା ଓ ଘଟଣାବଳୀ ମଧ୍ୟରେ ତାଳମେଳ ରହୁନି ବୋଲି ସେ କହିଛନ୍ତି । ଏଭଳି ଅବହେଳା କଲେ ପଶ୍ଚିମବଙ୍ଗରୁ ଆଉ କେହି କିଟ୍ ଆସିବେ ନାହିଁ’ ।
ସୋମବାର ଦିନ ରାତିରେ ଅର୍ଣ୍ଣବ ଟଙ୍କା ମା’ଙ୍କ ଠାରୁ ୨୦୦ ଟଙ୍କା ମାଗିଥିଲେ,ତାଙ୍କ ମା’ ଫୋନ ପେ ମାଧ୍ୟମରେ ଟଙ୍କା ପଠାଇଥିଲେ । ମାତ୍ର ତା’ପର ଠାରୁ ତାଙ୍କର ଆଉ ଫୋନ ଲାଗି ନଥିଲା । ଏହାପରେ ମଙ୍ଗବାର ଦିନ ପୂର୍ବାହ୍ନରେ ଅର୍ଣ୍ଣବଙ୍କ ମୃତ ଦେହ ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ଏକ ନିର୍ମାଣାଧୀନ କୋଠାଘର ତଳୁ ଉଦ୍ଧାର ହୋଇଥିଲା । ଏହି ଘଟଣାରେ ମଞ୍ଚେଶ୍ୱର ଥାନା ପୋଲିସ ମୃତଦେହ ଚିହ୍ନଟ କରି ତାଙ୍କ ବାପା ମା’ଙ୍କୁ ଅବଗତ କରାଇଥିଲେ । ଗତକାଲି ରାତିରେ ଭୁବନେଶ୍ବରରେ ଆସି ମଞ୍ଚେଶ୍ୱର ଥାନା ଆଇଆଇସି ସେମାନଙ୍କୁ ନେଇ କ୍ୟାପିଟାଲ ହସ୍ପିଟାଲରେ ମୃତଦେହ ଚିହ୍ନଟ କରାଇଥିଲେ। ଏହାପରେ ଅର୍ଣ୍ଣବଙ୍କ ବାପା ଏହି ଅଭିଯୋଗ କରିଛନ୍ତି ।




