ରାଇସ ମିଲ୍ ମାଲିକଙ୍କୁ ଅପହରଣ

କୋରାପୁଟ : ରାଇସ ମିଲ ମାଲିକଙ୍କୁ ଅପହରଣ I ଗତକାଲି ବିଳମ୍ବିତ ରାତିରେ କୋରାପୁଟ ଜିଲ୍ଲା ବୋରିଗୁମ୍ମାରେ ଥିବା ରାଇସମିଲ ମାଲିକ ରମେଶ ପାତ୍ରଙ୍କୁ ଅପହରଣ କରାଯାଇଛି । ନିଖୋଜ ନେଇ ତାଙ୍କ ପରିବାର ଲୋକେ ବୋରିଗୁମ୍ମା ଥାନାରେ ଅଭିଯୋଗ କରିଛନ୍ତି । ଘଟନାନୁସାରେ,ଗତକାଲି ରାତି ୮.୩୦ ବେଳକୁ ରମେଶ ନିଜ କାରରେ ଘରକୁ ଫେରୁଥିବା ସମୟରେ ପେରହଣ୍ଡି ଗ୍ରାମ ନିକଟରେ କିଛି ଲୋକ ତାଙ୍କୁ ଅପହରଣ କରିନେଇଛନ୍ତି । ଅପହରଣ ପରେ ପରିବାର ଲୋକଙ୍କୁ ଫୋନ […]

Samaya Live Picture
Published On

କୋରାପୁଟ : ରାଇସ ମିଲ ମାଲିକଙ୍କୁ ଅପହରଣ I ଗତକାଲି ବିଳମ୍ବିତ ରାତିରେ କୋରାପୁଟ ଜିଲ୍ଲା ବୋରିଗୁମ୍ମାରେ ଥିବା ରାଇସମିଲ ମାଲିକ ରମେଶ ପାତ୍ରଙ୍କୁ ଅପହରଣ କରାଯାଇଛି । ନିଖୋଜ ନେଇ ତାଙ୍କ ପରିବାର ଲୋକେ ବୋରିଗୁମ୍ମା ଥାନାରେ ଅଭିଯୋଗ କରିଛନ୍ତି ।

ଘଟନାନୁସାରେ,ଗତକାଲି ରାତି ୮.୩୦ ବେଳକୁ ରମେଶ ନିଜ କାରରେ ଘରକୁ ଫେରୁଥିବା ସମୟରେ ପେରହଣ୍ଡି ଗ୍ରାମ ନିକଟରେ କିଛି ଲୋକ ତାଙ୍କୁ ଅପହରଣ କରିନେଇଛନ୍ତି । ଅପହରଣ ପରେ ପରିବାର ଲୋକଙ୍କୁ ଫୋନ କରି ୭୦ ଲକ୍ଷ ଟଙ୍କା ଦାବି କରୁଥିବା ଅଭିଯୋଗ ହୋଇଛି । ଅଭିଯୋଗ ପାଇବା ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ହେଲେ କେଉଁ କାରଣରୁ ରମେଶଙ୍କୁ ଅପହରଣ କରାଯାଇଛି ସେନେଇ ପରିବାର ଲୋକେ କିଛି ସ୍ପଷ୍ଟ କରିନାହାଁନ୍ତି ।

ସେପଟେ ଏହି ଘଟଣାରେ ପୋଲିସର ୪ଟି ଟିମ ତଦନ୍ତ କରୁଛନ୍ତି I ଘଟଣାକୁ ଗମ୍ଭୀରତା ସହ ନେଇ କୋରାପୁଟ ଏସପି ସ୍ୱତନ୍ତ୍ର ଟିମ ଗଠନ କରିଛନ୍ତି I ଜୟପୁର ଓ ବୋରିଗୁମ୍ମା ଏସ୍ଡ଼ିପିଓଙ୍କ ନେତୃତ୍ୱରେ ତଦନ୍ତ ଆରମ୍ଭ ହୋଇଥିବା ବେଳେ ପ୍ରାରମ୍ଭିକ ଅବସ୍ଥାରେ ତାଙ୍କ ପାଇଁ ଅପହରଣ କରାଯାଇଥିବା ସୂଚନା ମିଳିଛି ।

Tags: