ଅପହରଣ ପରେ ହତ୍ୟା
ମାଲକାନଗିରି :କିଛି ଦିନର ବିରତି ପରେ ପୁଣି ଲବାହିନୀର ବର୍ବରକାଣ୍ଡ। I ମାଲକାନଗିରି ସୀମାନ୍ତ ଛତିଶଗଡ଼ର ସୁକମା ଜିଲ୍ଲାରେ ୨ ଜଣଙ୍କୁ ଅପହରଣ ପରେ ହତ୍ୟା କରିଛନ୍ତି ନକ୍ସଲ I ପ୍ରଜାକୋର୍ଟରେ ଏହି ୨ ଜଣଙ୍କୁ ମାଓବାଦୀ ମୃତ୍ୟୁଦଣ୍ଡ ଦେଇଛନ୍ତି ବୋଲି କୁହାଯାଉଛି । ଏହି ଦୁଇ ଜଣଙ୍କ ମଧ୍ୟରୁ ଜଣେ ହେଉଛନ୍ତି ବୁର୍ଖାପାଲ ଗାଁର ନାଏବ ସରପଞ୍ଚ ମାଡଭି ଗଙ୍ଗା ଏବଂ ଅନ୍ୟ ଜଣେ ଗ୍ରାମବାସୀ I ଉଭୟଙ୍କୁ କେଉଁ କାରଣରୁ ଅପହରଣ କରାଯାଇଥିଲା, ସେନେଇ […]
ମାଲକାନଗିରି :କିଛି ଦିନର ବିରତି ପରେ ପୁଣି ଲବାହିନୀର ବର୍ବରକାଣ୍ଡ। I ମାଲକାନଗିରି ସୀମାନ୍ତ ଛତିଶଗଡ଼ର ସୁକମା ଜିଲ୍ଲାରେ ୨ ଜଣଙ୍କୁ ଅପହରଣ ପରେ ହତ୍ୟା କରିଛନ୍ତି ନକ୍ସଲ I ପ୍ରଜାକୋର୍ଟରେ ଏହି ୨ ଜଣଙ୍କୁ ମାଓବାଦୀ ମୃତ୍ୟୁଦଣ୍ଡ ଦେଇଛନ୍ତି ବୋଲି କୁହାଯାଉଛି । ଏହି ଦୁଇ ଜଣଙ୍କ ମଧ୍ୟରୁ ଜଣେ ହେଉଛନ୍ତି ବୁର୍ଖାପାଲ ଗାଁର ନାଏବ ସରପଞ୍ଚ ମାଡଭି ଗଙ୍ଗା ଏବଂ ଅନ୍ୟ ଜଣେ ଗ୍ରାମବାସୀ I ଉଭୟଙ୍କୁ କେଉଁ କାରଣରୁ ଅପହରଣ କରାଯାଇଥିଲା, ସେନେଇ କିଛି ସ୍ପଷ୍ଟ ହୋଇନାହିଁ। ପୁଲିସ ଇନଫର୍ମର ସନ୍ଦେହରେ ମାଓବାଦୀ ମାନେ ଏପରି କାଣ୍ଡ ଭିଆଇଥିବା ଜଣାପଡ଼ିଛି।
ସୂଚନାନୁସାରେ, ମାଓବାଦୀମାନେ ବୁର୍ଖାପାଲ ଗାଁର ନାଏବ ସରପଞ୍ଚ ମାଡଭି ଗଙ୍ଗା ଓ ଅନ୍ୟଜଣଙ୍କୁ ଅପହରଣ କରିଥିଲେ। ମାଡଭି ଗଙ୍ଗା ତାଙ୍କ ତାଡମେଟଲା ଘରେ ଥିଲେ। ମଙ୍ଗଳବାର ବିଳମ୍ବିତ ରାତିରେ ବହୁ ସଂଖ୍ୟାରେ ମାଓବାଦୀ ତାଙ୍କ ଘରେ ପହଞ୍ଚି ତାଙ୍କୁ ଉଠାଇ ନେଇ ଯାଇଥିଲେ। ଅପହରଣ କରି ୧୦ ଦିନ ଜଙ୍ଗଲରେ ରଖିଥିଲେ ଇ ଉଭୟଙ୍କୁ ମୁକ୍ତ କରିବା ପାଇଁ ସେହି ଅଞ୍ଚଳର ଲୋକମାନେ ଗଣମାଧ୍ୟମ ମାଧ୍ୟମରେ ମାଓବାଦୀମାନଙ୍କୁ ନିବେଦନ କରିଥିଲେ। ତେବେ ଉପ ସରପଞ୍ଚ ମାଡଭି ଗଙ୍ଗା ନକ୍ସଲମାନଙ୍କ ବିରୁଦ୍ଧରେ ଲୋକମାନଙ୍କୁ ଉସକାଉଥିଲେ। ତେଣୁ ଉଭୟଙ୍କୁ ଅପହରଣ ପରେ ହତ୍ୟା କରିଥିଲେ ମାଓବାଦୀ Iମୃତଦେହ ନିକଟରେ ଦକ୍ଷିଣ ବସ୍ତର ନକ୍ସଲ ସଂଗଠନ ପୋଷ୍ଟର ପଡ଼ିଛି। ପୋଷ୍ଟରରେ ଦକ୍ଷିଣ ବସ୍ତର ନକ୍ସଲ ସଂଗଠନ ଏହି ହତ୍ୟାକାଣ୍ଡ ପାଇଁ ନିଜକୁ ଦାୟୀ କରିଛି।




