ଅପହରଣ ଉଦ୍ୟମ ବିଫଳ,ପୋଲିସ କବଳରେ ୪ ଅପହର୍ତ୍ତା

ନୟାଗଡ଼ : ଅପହରଣ ଉଦ୍ୟମ ହେଲା ବିଫଳ I ପୋଲିସ ହାତରେ ଧାରା ପଡିଲେ ୪ ଅପହର୍ତ୍ତା I ଏହା ସହିତ ଅପହୃତ ହେଉଥିବା ଯୁବତୀଙ୍କୁ ଉଦ୍ଧାର କରିଛି ପୋଲିସ I ଘଟଣା ଘଟିଛି ନୟାଗଡ଼ ସଦର ଥାନା ଅଂଚଳରେ I ଯୁବତୀଙ୍କୁ ଉଦ୍ଧାର କରି ପରିବାରରକୁ ହସ୍ତାନ୍ତର କରିଛି ପୋଲିସ I ୪ ଅପହର୍ତ୍ତାଙ୍କ ନାଁରେ ପୋଲିସ ନିକଟରେ ମାମଲା ରୁଜୁ କରିଛନ୍ତି ପରିବାର ଲୋକେ I ଘଟନାନୁସାରେ,ନୟାଗଡ଼ ରାଜପାଟଣା ଅଂଚଳରେ ଥିବା ଏକ ଘରୋଇ […]

Samaya Live Picture
Published On

ନୟାଗଡ଼ : ଅପହରଣ ଉଦ୍ୟମ ହେଲା ବିଫଳ I ପୋଲିସ ହାତରେ ଧାରା ପଡିଲେ ୪ ଅପହର୍ତ୍ତା I ଏହା ସହିତ ଅପହୃତ ହେଉଥିବା ଯୁବତୀଙ୍କୁ ଉଦ୍ଧାର କରିଛି ପୋଲିସ I ଘଟଣା ଘଟିଛି ନୟାଗଡ଼ ସଦର ଥାନା ଅଂଚଳରେ I ଯୁବତୀଙ୍କୁ ଉଦ୍ଧାର କରି ପରିବାରରକୁ ହସ୍ତାନ୍ତର କରିଛି ପୋଲିସ I ୪ ଅପହର୍ତ୍ତାଙ୍କ ନାଁରେ ପୋଲିସ ନିକଟରେ ମାମଲା ରୁଜୁ କରିଛନ୍ତି ପରିବାର ଲୋକେ I
ଘଟନାନୁସାରେ,ନୟାଗଡ଼ ରାଜପାଟଣା ଅଂଚଳରେ ଥିବା ଏକ ଘରୋଇ ନର୍ସିଂ ହୋମରେ ଯୁବତୀ ଜଣକ ଚାକିରୀ କରିଥିଲେ I ତାଙ୍କୁ ସେହି ଅଞ୍ଚଳରେ ଜନୈକ ଯୁବକ ଏକ ତରଫା ପ୍ରେମ କରୁଥିଲେ I ତେବେ ଏଥିରେ ଯୁବତୀ ଜଣକ ରାଜି ନହେବାରୁ ତାଙ୍କୁ ପହରଣ କରି ନେବାକୁ ଚେଷ୍ଟା କରିଥିଲେ ଯୁବକ I ଘଟଣା ଦିନ ଯୁବତୀ ଜଣକ ସନ୍ଧ୍ୟାରେ ନର୍ସିଂ ହୋମରୁ କାମସାରି ନିଜ ସାଇକେଲ ରେ ଫେରୁଥିବାବେଳେ, ୪ ଯୁବକ ଏକ କାରରେ ଆସି ତାଙ୍କୁ ଅଟକାଇଥିଲେ । ପରେ ଯୁବତୀଙ୍କୁ ଅପହରଣ କରିନେଇଯାଉଥିବା ବେଳେ ସ୍ଥାନୀୟ ଲୋକେ ପୋଲିସକୁ ସୂଚନା ଦେଇଥିଲେ । ଖବର ପାଇ ନୟାଗଡ଼ ସଦର ପୋଲିସ କାରକୁ ପିଛା କରି ଚଣ୍ଡୀବସ୍ତ ନିକଟରେ କାରକୁ ଧରିବା ସହ ଜବତ କରି ଥାନାକୁ ଆଣିଛି । ଅପହରଣ ପଛରେ ଆଉ କ’ଣ କାରଣ ରହିଛି ସେନେଇ ପୁଲିସ ଅଧିକ ଖୋଳତାଡ କରୁଛି ।

Tags: