ରାଜସ୍ଥାନରୁ ଅପହରଣ କରି ହରିୟାଣାରେ ବୋଲେରୋ ସହ ଜାଳି ଦୁଇ ଜଣଙ୍କୁ ହତ୍ୟା
ନୂଆଦିଲ୍ଲୀ : ହରିୟାଣାର ଭିବାନୀରେ ଦେଖିବାକୁ ମିଳିଥିଲା ଏକ ଅଭାବନୀୟ ଦୃଶ୍ୟ I ପୋଡି ଯାଇଥିବା ଏକ ବୋଲେରୋ ମଧ୍ୟରୁ ମିଳିଥିଲା ଦୁଇଟି ମୃତ ଦେହ I ବୋଲେରୋ ସହ ୨ ଜଣଙ୍କୁ କେହି ଦୁର୍ବୃତ୍ତ ଜାଳିଦେଇଥିବା ଅନୁମାନ କରାଯାଉଛି I ଭରତପୁରଠାରୁ ପ୍ରାୟ ୨୦୦ କିଲୋମିଟର ଦୂରରେ ଥିବା ଭବାନୀରେ ଲୋହରୁ ଠାରେ ଉଭୟଙ୍କ ମୃତଦେହ ମିଳିଥିଲା। ପୋଲିସ ଅନୁସନ୍ଧାନ ପରେଜଣା ପଡିଥିଲା ଯେ ଜଳି ଯାଇଥିବା ଦୁଇ ଯୁବକ ହେଉଛନ୍ତି ଭରତପୁରର ଭୋପାଳଗଡର ଘାଟମି […]
ନୂଆଦିଲ୍ଲୀ : ହରିୟାଣାର ଭିବାନୀରେ ଦେଖିବାକୁ ମିଳିଥିଲା ଏକ ଅଭାବନୀୟ ଦୃଶ୍ୟ I ପୋଡି ଯାଇଥିବା ଏକ ବୋଲେରୋ ମଧ୍ୟରୁ ମିଳିଥିଲା ଦୁଇଟି ମୃତ ଦେହ I ବୋଲେରୋ ସହ ୨ ଜଣଙ୍କୁ କେହି ଦୁର୍ବୃତ୍ତ ଜାଳିଦେଇଥିବା ଅନୁମାନ କରାଯାଉଛି I ଭରତପୁରଠାରୁ ପ୍ରାୟ ୨୦୦ କିଲୋମିଟର ଦୂରରେ ଥିବା ଭବାନୀରେ ଲୋହରୁ ଠାରେ ଉଭୟଙ୍କ ମୃତଦେହ ମିଳିଥିଲା।
ପୋଲିସ ଅନୁସନ୍ଧାନ ପରେଜଣା ପଡିଥିଲା ଯେ ଜଳି ଯାଇଥିବା ଦୁଇ ଯୁବକ ହେଉଛନ୍ତି ଭରତପୁରର ଭୋପାଳଗଡର ଘାଟମି ଗାଁର ବାସିନ୍ଦା ନାସିର (୨୫) ଏବଂ ଜୁନୈଦ (୩୫) I ଉଭୟ ରାଜସ୍ଥାନର ଭରତପୁରର ବାସିନ୍ଦା। ଗୋ-ଚାଲାଣକୁ ନେଇ ଏପରି ଅଭାବନୀୟ ଘଟଣା ଘଟିଥିବା କୁହାଯାଉଥିବା ବେଳେ ବଜରଙ୍ଗ ଦଳର ବହୁ ସଦସ୍ୟଙ୍କର ଏଥିରେ ସମ୍ପୃକ୍ତି ଥିବା ଅନୁମାନ କରାଯାଉଛି।
ଯୁବକଦ୍ୱୟ ସମ୍ପୂର୍ଣ୍ଣ ରୂପେ ଜଳି ଯାଇଥିବା ବେଳେ କେବଳ ସେମାନଙ୍କ କଙ୍କାଳ ଗାଡ଼ି ସିଟ୍ରେ ପଡ଼ି ରହିଥିବା ଦେଖା ଯାଇଥିଲା । ପୁଲିସ୍ ଏହି ଘଟଣାର ଛାନଭିନ ଆରମ୍ଭ କରିଥିବା ବେଳେ ମୃତଦେହ ଗୁଡିକ ନାସିର ଏବଂ ଜୁନୈଦଙ୍କର କି ନାହିଁ ସେ ନେଇ ଅଧିକ ତଦନ୍ତ ଚଲାଇଛି I ପୋଷ୍ଟମର୍ଟମ ଏବଂ ଡିଏନଏ ଟେଷ୍ଟ ପରେ ସେମାନଙ୍କର ପରିଚୟ ମିଳି ପାରିବ ବୋଲି ଭରତପୁର ଇନ୍ସପେକ୍ଟର ଗୌରବ ଶ୍ରୀବାସ୍ତବ କହିଛନ୍ତି। ଏହା ସହିତ ସେ ସୂଚନା ଦେଇଚଛି ଘଟଣାର ତଦନ୍ତ ଚାଲିଛଇ ପ୍ରକୃତରେ ଏହି ଘଟଣାରେ ପ୍ରକୃତରେ ଏହି ଘଟଣାରେ ଅନ୍ୟ କାହାରି ସମ୍ପୃକ୍ତ ଅସିଛିକି ନାହିଁ ,ସେମାନଙ୍କୁ ଜିଅନ୍ତା ଜାଳି ଦିଆଯାଇଛି ନା କୌଣସି ଦୁର୍ଘଟଣାରୁ ଏପରି ଘଟିଛି ସେ ବିଷୟରେ ବର୍ତ୍ତମାନ ସ୍ପଷ୍ଟ କରି ହେବ ନାହିଁ I
ତେବେ ଅପହରଣ ହୋଇଥିବା ଯୁବକଙ୍କ ପରିବାର ବର୍ଗ ଗାଡିଟିକୁ ଚିହ୍ନଟ କରି କହିଛନ୍ତି ଯେ କାରର ମାଲିକ ନାସିର ଏବଂ ଜୁନୈଦ । ଦୁହେଁ କୌଣସି କାମରେ ହରିୟାଣାର ଫିରୋଜପୁର ଯାଇଥିଲେ। ସେମାନଙ୍କୁ ସେଠାରୁ ଅପହରଣ କରାଯାଇ ହତ୍ୟା କରାଯାଇଛି । ଏହାପରେ ବୋଲେରୋରେ ମୃତଦେହକୁ ରଖି ଭିବାନୀରେ କେହି ତାଙ୍କୁ ଜାଳି ଦେଇଛି I ପରିବାର ଲୋକଙ୍କ ସନ୍ଦେହ ଅନୁସାରେ କୌଣସି ଅଜଣା ବ୍ୟକ୍ତି ତାଙ୍କୁ ଫୋନ୍ କରି କହିଲେ କି ବୋଲରରେ କିଛି ଲୋକେ ମାରପିଟ୍ କରିବା ସହ ଦୁଇଜଣଙ୍କୁ ଜଙ୍ଗଲ ଆଡ଼କୁ ନେଇଇଯାଇଥିଲେ ।
ତେବେ ଉଭୟଙ୍କ ପରିବାର ବର୍ଗ ଗୁରଗ୍ରାମ ବଜରଙ୍ଗ ଦଳର ୫ କର୍ମୀଙ୍କ ଉପରେ ଏହି ଆରୋପ ଲଗାଇଛନ୍ତି । ସେମାନେ ହେଲେ ଅନିଲ, ଶ୍ରୀକାନ୍ତ, ରିଙ୍କୁ ସୋନୀ, ଲୋକେଶ ସିଙ୍ଗଲା ଏବଂ ମୋନୁ । ରାଜସ୍ଥାନ ପୁଲିସ୍ ୫ ଜଣଙ୍କ ବିରୋଧରେ ଅପହରଣ ଓ ହତ୍ୟା ମାମଲା ରୁଜୁ କରିଛି। କୁହାଯାଉଛି ଯେ, ସମସ୍ତେ ହରିୟାଣାର ବାସିନ୍ଦା ଏବଂ ବଜରଙ୍ଗ ଦଳ ସହିତ ଜଡ଼ିତ ।
ଅନ୍ୟପଟେ ଭରତପୁରର ବରିଷ୍ଠ ପୁଲିସ୍ ଅଧିକାରୀ କହିଛନ୍ତି, ଜଳିଯାଇଥିବା ଦୁଇ ଜଣ ଅଜ୍ଞାତ ବ୍ୟକ୍ତି ହିଁ ୨ ଦିନ ତଳେ ଅପହରଣର ଶିକାର ହୋଇଥିବା ଅଭିଯୋଗ ହୋଇଥିଲା। ମୃତକ ୨ ଜଣଙ୍କ ମଧ୍ୟରୁ ନାସିରଙ୍କର କୌଣସି ଅପରାଧିକ ରେକର୍ଡ ନ ଥିବା ବେଳେ ଜୁନାଦଙ୍କ ବିରୋଧରେ ପୂର୍ବରୁ ଗୋ-ଚାଲାଣର ୫ଟି ମାମଲାର ରୁଜୁ ହୋଇଛି।
ଏହି ଘଟଣା ଭୀବାନୀର ବରବାସ ଗାଁରେ ଘଟିଛି। ବୋଲେରୋଟି ରାଜସ୍ଥାନର ଭରତପୁରର ବୋଲି ଜଣାପଡ଼ିଛି। ସ୍ଥାନୀୟ ପୁଲିସ୍ ଓ ଭରତପୁର ପୁଲିସ୍ ସହ ଫରେନସିକ୍ ଟିମ୍ ବି ଏହି ମାମଲାର ଯାଞ୍ଚ କରୁଛନ୍ତି।




