ଭିଜିଲାନ୍ସ ଜାଲରେ ଖଣ୍ଡଗିରି ଥାନା ଏସ୍‌ଆଇ

ଭୁବନେଶ୍ୱର : ଲାଞ୍ଚ ନେବାବେଳେ ଭିଜିଲାନ୍ସ ଜାଲରେ ପଡିଲେ ଖଣ୍ଡଗିରି ଥାନା ଏସ୍‌ଆଇ ସୁଶାନ୍ତ ସ୍ୱାଇଁ I ଏକ ମାମଲାକୁ ଦଫାରଫା କରିବା ପାଇଁ ୫୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ I ଏହି ସମୟରେ ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ଗିରଫ କରିଛନ୍ତି। ସୂଚନା ଅନୁଯାୟୀ, ଏକ ମାମଲାର ଫାଇନାଲ ରିପୋର୍ଟ ପାଇଁ ଏସ୍‌ଆଇ ସୁଶାନ୍ତ ସ୍ୱାଇଁ ଲାଞ୍ଚ ମାଗିଥିଲେ। ଆଜି ନାକା ଗେଟ୍ ପାଖରେ ସେ ୫୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ […]

Samaya Live Picture
Published On

ଭୁବନେଶ୍ୱର : ଲାଞ୍ଚ ନେବାବେଳେ ଭିଜିଲାନ୍ସ ଜାଲରେ ପଡିଲେ ଖଣ୍ଡଗିରି ଥାନା ଏସ୍‌ଆଇ ସୁଶାନ୍ତ ସ୍ୱାଇଁ I ଏକ ମାମଲାକୁ ଦଫାରଫା କରିବା ପାଇଁ ୫୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ I ଏହି ସମୟରେ ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ଗିରଫ କରିଛନ୍ତି।

ସୂଚନା ଅନୁଯାୟୀ, ଏକ ମାମଲାର ଫାଇନାଲ ରିପୋର୍ଟ ପାଇଁ ଏସ୍‌ଆଇ ସୁଶାନ୍ତ ସ୍ୱାଇଁ ଲାଞ୍ଚ ମାଗିଥିଲେ। ଆଜି ନାକା ଗେଟ୍ ପାଖରେ ସେ ୫୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ଧରିଥିଲେ। ତାଙ୍କ ଠାରୁ ଲାଞ୍ଚ ଟଙ୍କା ଜବତ କରାଯାଇଛି।

ଭିଜିଲାନ୍ସ ପକ୍ଷରୁ ଏସ୍‌ଆଇ ସୁଶାନ୍ତ ସ୍ୱାଇଁଙ୍କୁ ପଚରାଉଚରା କରାଯାଉଛି। ପରବର୍ତ୍ତୀ ସମୟରେ ତାଙ୍କ ଘର ଓ ଅନ୍ୟାନ୍ୟ ଠିକଣାରେ ଚଢ଼ାଉ କରାଯାଇପାରେ ବୋଲି କୁହାଯାଉଛି। ଏହାବାଦ ସେ କେତେ ପରିମାଣରେ ଆୟ ବର୍ହିଭୂତ ସଂପତ୍ତି ଠୁଳ କରିଛନ୍ତି ସେ ବିଷୟରେ ମଧ୍ୟ ଖୋଳ ତାଡ଼ କରିପାରେ ଭିଜିଲାନ୍ସ I

Tags: