କେନ୍ଦୁଝର ପୋଲିସ ହାତରେ ଡକାୟତ ସର୍ଦାର
କେନ୍ଦୁଝର : କେନ୍ଦୁଝର ପୋଲିସକୁ ବଡ଼ ସଫଳତା I ଡକାୟତ ଗ୍ୟାଙ୍ଗର ମାଷ୍ଟର ମାଇଣ୍ଡକୁ ଧରିଛି ପୋଲିସ I ଆନ୍ତଃରାଜ୍ୟ ଡକାୟତ ଗ୍ୟାଙ୍ଗର ମାଷ୍ଟର ମାଇଣ୍ଡ ଦାଶରଥି ଧୀବର ଗିରଫ ହୋଇଛି I ତା’ନିକଟରୁ ଏକ ବୋଲେରୋ,ମୋଟର ସାଇକେଲ ପିସ୍ତଲ,ଗୁଳି,ସହ ୧୪ ଟି ସୁନା ଲକେଟ ୧ କିଲୋ ରୁପା ଜବତ ହୋଇଛି I ଦାଶରଥି ନାଁରେ ୪ ଟି ଜିଲ୍ଲାରେ ୨୮ ଟି କେଶ ରହିଛି I ସୂଚନାନୁସାରେ,ଗତବର୍ଷ ୨୦୨୩ ଅକ୍ଟୋବରରେ ଦାଶରଥୀ ଧୀବରଙ୍କ ସହ […]
କେନ୍ଦୁଝର : କେନ୍ଦୁଝର ପୋଲିସକୁ ବଡ଼ ସଫଳତା I ଡକାୟତ ଗ୍ୟାଙ୍ଗର ମାଷ୍ଟର ମାଇଣ୍ଡକୁ ଧରିଛି ପୋଲିସ I ଆନ୍ତଃରାଜ୍ୟ ଡକାୟତ ଗ୍ୟାଙ୍ଗର ମାଷ୍ଟର ମାଇଣ୍ଡ ଦାଶରଥି ଧୀବର ଗିରଫ ହୋଇଛି I ତା’ନିକଟରୁ ଏକ ବୋଲେରୋ,ମୋଟର ସାଇକେଲ ପିସ୍ତଲ,ଗୁଳି,ସହ ୧୪ ଟି ସୁନା ଲକେଟ ୧ କିଲୋ ରୁପା ଜବତ ହୋଇଛି I ଦାଶରଥି ନାଁରେ ୪ ଟି ଜିଲ୍ଲାରେ ୨୮ ଟି କେଶ ରହିଛି I
ସୂଚନାନୁସାରେ,ଗତବର୍ଷ ୨୦୨୩ ଅକ୍ଟୋବରରେ ଦାଶରଥୀ ଧୀବରଙ୍କ ସହ ୬ ଜଣ ଡକାୟତ ନୟାକୋଟ ଥାନା ଅଞ୍ଚଳ ଫୁଲଝର ସ୍ଥିତ ସ୍ଵପ୍ନେଶ୍ଵର ଫିଲିଙ୍ଗ ଷ୍ଟେସନରେ ବନ୍ଧୁକ ଦେଖାଇ ମଧ୍ୟ ରାତ୍ରିରେ ପ୍ରାୟ ୪ଲକ୍ଷ ଟଙ୍କା ଏବଂ ଲାପଟପ ସମେତ ଅନ୍ୟାନ୍ୟ ସାମଗ୍ରୀ ଲୁଟ କରିଥିଲେ । ଏଥିସହ ଅନେକ ସ୍ଥାନରେ ବଡ ବଡ ଡ଼କାୟତିରେ ଦାଶରଥୀ ଧୀବରଙ୍କ ହାତ ରହିଥିଲା । ତାଙ୍କୁ ଧରିବା ପାଇଁ ପୋଲିସ ଏକ ଟିମ ଗଠନ କରି ତଦନ୍ତ ଚଳାଇଥିଲେ । ପୂର୍ବରୁ ୧୬।୧୧।୨୦୨୪ରେ ୫ଜଣ ଡକାୟତଙ୍କୁ ଗିରଫ କରି ଅଦାଲତ ଚାଲାଣ କରିଥିଲେ । କିନ୍ତୁ ମାଷ୍ଟର ମାଇଣ୍ଡ ଦାଶରଥୀ ଧୀବର ଫେରାର ଥିଲା। କେନ୍ଦୁଝର ଆରକ୍ଷୀ ଅଧିକ୍ଷକଙ୍କ ନିର୍ଦେଶରେ ଗଠିତ ଏକ ଟିମ ଶେଷରେ ଶନିବାର ଡ଼କାୟତ ସର୍ଦ୍ଦାରକୁ ଗିରଫ କରିବାରେ ସଫଳ ହୋଇଛି।




