କେଜ୍ରିୱାଲ ଗିରଫ

ନୂଆଦିଲ୍ଲୀ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିୱାଲଙ୍କୁ ଗିରଫ କଲା ସିବିଆଇ I ମଦ ଦୁର୍ନୀତି ମାମଲାରେ ସିବିଆଇ ବୁଧବାର ତାଙ୍କୁ ବିଧିବଦ୍ଧ ଭାବେ ଗିରଫ କରିଛି। ସୁପ୍ରିମ କୋର୍ଟରେ ଜାମିନ ଆବେଦନ ଶୁଣାଣି ପୂର୍ବରୁ ଗିରଫ ହୋଇଛନ୍ତି କେଜ୍ରିୱାଲ I କେଜ୍ରିୱାଲଙ୍କୁ ଗୁରୁବାର ଦିଲ୍ଲୀର ଗୋଟିଏ ଟ୍ରାଏଲ କୋର୍ଟ ଜାମିନ ଦେଇଥିଲେ। ହେଲେ ଜାମିନ ଉପରେ ରୋକ ଲଗାଇ ଦେଇଛନ୍ତି ଦିଲ୍ଲୀ ହାଇକୋର୍ଟ। ଅବକାରୀ ନୀତି ଦୁର୍ନୀତିରେ ଅର୍ଥ ହେରଫେର୍‌ ଅଭିଯୋଗରେ ପୂର୍ବରୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) […]

Samaya Live Picture
Published On

ନୂଆଦିଲ୍ଲୀ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିୱାଲଙ୍କୁ ଗିରଫ କଲା ସିବିଆଇ I ମଦ ଦୁର୍ନୀତି ମାମଲାରେ ସିବିଆଇ ବୁଧବାର ତାଙ୍କୁ ବିଧିବଦ୍ଧ ଭାବେ ଗିରଫ କରିଛି। ସୁପ୍ରିମ କୋର୍ଟରେ ଜାମିନ ଆବେଦନ ଶୁଣାଣି ପୂର୍ବରୁ ଗିରଫ ହୋଇଛନ୍ତି କେଜ୍ରିୱାଲ I କେଜ୍ରିୱାଲଙ୍କୁ ଗୁରୁବାର ଦିଲ୍ଲୀର ଗୋଟିଏ ଟ୍ରାଏଲ କୋର୍ଟ ଜାମିନ ଦେଇଥିଲେ। ହେଲେ ଜାମିନ ଉପରେ ରୋକ ଲଗାଇ ଦେଇଛନ୍ତି ଦିଲ୍ଲୀ ହାଇକୋର୍ଟ।

ଅବକାରୀ ନୀତି ଦୁର୍ନୀତିରେ ଅର୍ଥ ହେରଫେର୍‌ ଅଭିଯୋଗରେ ପୂର୍ବରୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଗିରଫ କରିଥିଲା । ଏହି ମାମଲାରେ ନିକଟରେ ରୌଜ୍‌ ଏଭିନ୍ୟୁ କୋର୍ଟ କେଜ୍‌ରିଓ୍ବାଙ୍କୁ ଜାମିନ ଦେଇଥିଲେ। କିନ୍ତୁ ହାଇକୋର୍ଟରେ ଜାମିନ ଆବେଦନ ସ୍ଥଗିତ ରହିଥିବା ବେଳେ କେଜ୍‌ରିଓ୍ବାଲ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ତେବେ ସୁପ୍ରିମକୋର୍ଟଙ୍କ ଶୁଣାଣି ପୂର୍ବରୁ ସିବିଆଇ ତାଙ୍କୁ ଗିରଫ କରିଛି। ଏନେଇ ଜାତୀୟ ଗଣମାଧ୍ୟମରୁ ସୂଚନା ମିଳିଛି I

Tags: