ଭିଜିଲାନ୍ସ ଜାଲରେ କାଶିପୁର ରେଞ୍ଜର
ରାୟଗଡ଼ା: ଭିଜିଲାନ୍ସ ଜାଲରେ ପୁଣି ଜଣେ ସରକାରୀ ବାବୁ । ରାୟଗଡ଼ା ଜିଲା କାଶୀପୁର ରେଞ୍ଜର ଅନ୍ତର୍ଯ୍ୟାମୀ ସାହୁଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରାଯାଇଛି । ଆୟ ବହିର୍ଭୁତ ସଂପତ୍ତି ଠୁଳ ଅଭିଯୋଗରେ ଜୟପୁର ଭିଜିଲାନ୍ସର ସ୍ବତନ୍ତ୍ର ଟିମ୍ ଆଜି ଭୋରରୁ ଚଢାଉ କରିଛି। କୋରାପୁଟ ଏସପିଙ୍କ ନିର୍ଦ୍ଦେଶରେ ଅନ୍ତର୍ଯ୍ୟାମୀ ସାହୁଙ୍କ ବାସ ଭବନ ସମେତ ଏକକାଳୀନ ୯ଟି ସ୍ଥାନରେ ଚାଲିଛି ଚଢ଼ାଉ । ଜୟପୁର ଭିଜିଲାନ୍ସ ସ୍ୱତନ୍ତ୍ର ବିଚାରପତିଙ୍କ ଦ୍ୱାରା ଜାରି କରାଯାଇଥିବା ସର୍ଚ୍ଚ ୱାରେଣ୍ଟ […]
ରାୟଗଡ଼ା: ଭିଜିଲାନ୍ସ ଜାଲରେ ପୁଣି ଜଣେ ସରକାରୀ ବାବୁ । ରାୟଗଡ଼ା ଜିଲା କାଶୀପୁର ରେଞ୍ଜର ଅନ୍ତର୍ଯ୍ୟାମୀ ସାହୁଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରାଯାଇଛି । ଆୟ ବହିର୍ଭୁତ ସଂପତ୍ତି ଠୁଳ ଅଭିଯୋଗରେ ଜୟପୁର ଭିଜିଲାନ୍ସର ସ୍ବତନ୍ତ୍ର ଟିମ୍ ଆଜି ଭୋରରୁ ଚଢାଉ କରିଛି। କୋରାପୁଟ ଏସପିଙ୍କ ନିର୍ଦ୍ଦେଶରେ ଅନ୍ତର୍ଯ୍ୟାମୀ ସାହୁଙ୍କ ବାସ ଭବନ ସମେତ ଏକକାଳୀନ ୯ଟି ସ୍ଥାନରେ ଚାଲିଛି ଚଢ଼ାଉ । ଜୟପୁର ଭିଜିଲାନ୍ସ ସ୍ୱତନ୍ତ୍ର ବିଚାରପତିଙ୍କ ଦ୍ୱାରା ଜାରି କରାଯାଇଥିବା ସର୍ଚ୍ଚ ୱାରେଣ୍ଟ ବଳରେ ଭିଜିଲାନ୍ସର ୭ ଜଣ ଡିଏସପି, ୭ ଜଣ ଇନ୍ସପେକ୍ଟର, ୯ ଜଣ ଏଏସ୍ଆଇ ଏବଂ ଅନ୍ୟାନ୍ୟ କର୍ମଚାରୀ ଚଢ଼ାଉରେ ସାମିଲ ଅଛନ୍ତି ।
ଅନ୍ତର୍ଯ୍ୟାମୀ ସାହୁଙ୍କ କନ୍ଧମାଳ ଜିଲା ବାଲିଗୁଡ଼ା ପୈତୃକ ଘର, ଦାରିଙ୍ଗବାଡି ଶ୍ରୀନାଇକେଟାରେ ନିର୍ମିତ ଶ୍ରୀ ନୂଆ ଘର, ନୟାଗଡ଼ ଜିଲା କରଡାପଡା ଶ୍ବଶୁର ଘରେ, ଗଞ୍ଜାମ ଜିଲା ଭଞ୍ଜନଗର ତାଙ୍କ ସମ୍ପର୍କୀୟଙ୍କ ଘର, କୁକୁଡାଖଣ୍ଡି, କାଶୀପୁର କାର୍ଯ୍ୟାଳୟ ଓ ସରକାରୀ ବାସଭବନରେ ସନ୍ଧାନ ଜାରି ରହିଛି। ଜୟପୁର ଭିଜିଲାନ୍ସର ସ୍ବତନ୍ତ୍ର ଟିମ୍ ସହ ରାୟଗଡ଼ା ଭିଜିଲାନ୍ସ ଟିମ୍ ସହାୟତାରେ ଏହି ଚଢାଉ ଜାରି ରହିଛି। ବର୍ତ୍ତମାନ ସୁଦ୍ଧା ଚଢ଼ାଉ ଜାରି ରହିଥିବାବେଳେ ସମ୍ପୂର୍ଣ୍ଣ ତଥ୍ୟ ମିଳିପାରି ନାହିଁ ।




