ମନ୍ତ୍ରୀ କେ.ଏସ୍‌. ଇଶ୍ୱରପ୍ପାଙ୍କ ଇସ୍ତଫା

କର୍ଣ୍ଣାଟକ: ଅପ୍ରେଲ ୧୫: ବିବାଦ ପରେ ଇସ୍ତଫା ଦେବେ କର୍ଣ୍ଣାଟକ ମନ୍ତ୍ରୀ । କର୍ଣ୍ଣାଟକ ଗ୍ରାମ୍ୟ ଉନ୍ନୟନ ଏବଂ ପଞ୍ଚାୟତରାଜ ମନ୍ତ୍ରୀ କେ.ଏସ୍ ଇଶ୍ୱରପ୍ପା ଆଜି ଇସ୍ତଫା ଦେବା ନେଇ ଏକ ସାମ୍ୱାଦିକ ସମ୍ମିଳନୀରେ ଘୋଷଣା କରିଛନ୍ତି। କର୍ଣ୍ଣାଟକର ଉଡୁପିର ସନ୍ତୋଷ ପାରିଲ ନାମକ ଜଣେ ଠିକାଦାରଙ୍କ ମୃତ୍ୟୁ ଘଟଣାରେ କେ. ଏସ୍ ଇଶ୍ୱରପ୍ପାଙ୍କ ହାତ ଥିବା ମୃତକ ଜଣକ ନିଜ ସ୍ୱିସାଇଡ ନୋଟରେ ଲେଖିଥିବା ଜଣାପଡିଥିଲା । ମନ୍ତ୍ରୀ ଯୁବକଙ୍କୁ ଆତ୍ମହତ୍ୟା ପାଇଁ ଉସକାଇଥିବାର ଅଭିଯୋଗ […]

Samaya Live Picture
Published On

କର୍ଣ୍ଣାଟକ: ଅପ୍ରେଲ ୧୫: ବିବାଦ ପରେ ଇସ୍ତଫା ଦେବେ କର୍ଣ୍ଣାଟକ ମନ୍ତ୍ରୀ । କର୍ଣ୍ଣାଟକ ଗ୍ରାମ୍ୟ ଉନ୍ନୟନ ଏବଂ ପଞ୍ଚାୟତରାଜ ମନ୍ତ୍ରୀ କେ.ଏସ୍ ଇଶ୍ୱରପ୍ପା ଆଜି ଇସ୍ତଫା ଦେବା ନେଇ ଏକ ସାମ୍ୱାଦିକ ସମ୍ମିଳନୀରେ ଘୋଷଣା କରିଛନ୍ତି। କର୍ଣ୍ଣାଟକର ଉଡୁପିର ସନ୍ତୋଷ ପାରିଲ ନାମକ ଜଣେ ଠିକାଦାରଙ୍କ ମୃତ୍ୟୁ ଘଟଣାରେ କେ. ଏସ୍ ଇଶ୍ୱରପ୍ପାଙ୍କ ହାତ ଥିବା ମୃତକ ଜଣକ ନିଜ ସ୍ୱିସାଇଡ ନୋଟରେ ଲେଖିଥିବା ଜଣାପଡିଥିଲା । ମନ୍ତ୍ରୀ ଯୁବକଙ୍କୁ ଆତ୍ମହତ୍ୟା ପାଇଁ ଉସକାଇଥିବାର ଅଭିଯୋଗ ମଧ୍ୟ ହୋଇଥିଲା ।ରିପୋର୍ଟ ଅନୁସାରେ, ଗତ ସୋମବାର ଦିନ କର୍ଣ୍ଣାଟକ ଉଡୁପି ଜିଲ୍ଲାରୁ ସନ୍ତୋଷ ପାଟିଲ ମୃତ୍ୟୁର କିଛି ସମୟ ପୂର୍ବରୁ ସେ ତାଙ୍କର ଜଣେ ସାଙ୍ଗଙ୍କୁ ମେସେଜ କରିଥିଲେ । ଉକ୍ତ ମେସେଜରେ ସନ୍ତୋଷ ନିଜ ମୃତ୍ୟୁ ପାଇଁ ମନ୍ତ୍ରୀ କେ.ଏସ୍ ଇଶ୍ୱରପ୍ପାଙ୍କୁ ଦାୟୀ କରିଥିଲେ । ତେବେ ଏହା ପରେ ଇଶ୍ୱରପ୍ପାଙ୍କ ବଢିଥିଲା ଅଡୁଆ । ଏନେଇ କର୍ଣାଟକ ହାଇ କମାଣ୍ଡୋ ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଥିଲେ । ତେବେ ଏନେଇ ପଞ୍ଚାୟତରାଜ ମନ୍ତ୍ରୀ ନିଜେ ସାମ୍ବାଦିକ ସମ୍ମିଳନିରେ ଯୋଗଦେଇ ଏହା ଉପରେ ସୂଚନା ଦେଇଥିଲେ ।