କଡା ସୁରକ୍ଷା ଜେଲକୁ ଗଲେ କହ୍ନେୟାଙ୍କ ହତ୍ୟାକାରୀ
ଆଜମେର: ଜୁଲାଇ ୦୨: ଉଦୟପୁରରେ କହ୍ନେୟାଲାଲ ହତ୍ୟାର ଦୁଇ ମୁଖ୍ୟ ଅଭିଯୁକ୍ତ ରିୟାଜ ଅଟାରୀ ଓ ଗୌସ ମହମ୍ମଦକୁ ଗୁରୁବାର ବିଳମ୍ବିତ ରାତ୍ରିରେ ଆଜମେର ଉଚ୍ଚ ସୁରକ୍ଷିତ ଜେଲକୁ ସ୍ଥାନାନ୍ତରଣ କରାଯାଇଛି । କଡା ସୁରକ୍ଷା ମଧ୍ୟରେ ଉଦୟପୁରରୁ ଦୁଇ ଅଭିଯୁକ୍ତଙ୍କୁ ରାତି ପ୍ରାୟ ସାଢ଼େ ୨ଟା ବେଳେ ଆଜମେର ଜେଲକୁ ଅଣାଯାଇଥିଲା । ସେମାନଙ୍କ ଆଜମେର କନେକ୍ସନ ଜଣାପଡିବା ପରେ ପୋଲିସ ଏବେ ଆଲର୍ଟ ହୋଇଯାଇଛି । ଇତିମଧ୍ୟରେ ସ୍ଥାନୀୟ ମୁସଲିମ ସମୁଦାୟର କିଛି ଲୋକେ […]
ଆଜମେର: ଜୁଲାଇ ୦୨: ଉଦୟପୁରରେ କହ୍ନେୟାଲାଲ ହତ୍ୟାର ଦୁଇ ମୁଖ୍ୟ ଅଭିଯୁକ୍ତ ରିୟାଜ ଅଟାରୀ ଓ ଗୌସ ମହମ୍ମଦକୁ ଗୁରୁବାର ବିଳମ୍ବିତ ରାତ୍ରିରେ ଆଜମେର ଉଚ୍ଚ ସୁରକ୍ଷିତ ଜେଲକୁ ସ୍ଥାନାନ୍ତରଣ କରାଯାଇଛି । କଡା ସୁରକ୍ଷା ମଧ୍ୟରେ ଉଦୟପୁରରୁ ଦୁଇ ଅଭିଯୁକ୍ତଙ୍କୁ ରାତି ପ୍ରାୟ ସାଢ଼େ ୨ଟା ବେଳେ ଆଜମେର ଜେଲକୁ ଅଣାଯାଇଥିଲା । ସେମାନଙ୍କ ଆଜମେର କନେକ୍ସନ ଜଣାପଡିବା ପରେ ପୋଲିସ ଏବେ ଆଲର୍ଟ ହୋଇଯାଇଛି । ଇତିମଧ୍ୟରେ ସ୍ଥାନୀୟ ମୁସଲିମ ସମୁଦାୟର କିଛି ଲୋକେ ଉସକାଇବା ଭଳି ବୟାନ ଓ ଭିଡିଓ ଜାରି କରିଥିବାର ଜଣାପଡିଛି । ମାମଲାରେ ପୋଲିସ କିଛି ଲୋକଙ୍କୁ ଗିରଫ ମଧ୍ୟ କରିଛି । ଏଥିରେ ଆଜମେରରେ ଆତଙ୍କବାଦ ସହ ସମ୍ପୃକ୍ତ ଲୋକଙ୍କ ସମ୍ପର୍କ ସାମ୍ନାକୁ ଆସିବା ପରେ ଆଜମେର ପୋଲିସ ଓ ଇଣ୍ଟେଲିଜେନ୍ସୀ ଏବେ ଉଚ୍ଚ ସତର୍କତା ଅବଲମ୍ବନ କରୁଛନ୍ତି । ଗତ ଦୁଇ ତିନଦିନରେ ପୋଲିସ କେତେକ ସ୍ଥାନରେ ଚଢଉ କରିଥିବାର ମଧ୍ୟ ଜଣାପଡିଛି ।




