କନ୍ଧମାଳ,ଯୁବକଙ୍କ ଗଳା କାଟି ହତ୍ୟା କଲେ ଦୁର୍ବୁତ୍ତ
ଫୁଲବାଣୀ : ଗାଧୋଇବାକୁ ଯିବାବେଳେ ଯୁବକଙ୍କୁ ଗଲାକଟି ହତ୍ୟା କଲେ ଦୁର୍ବୁତ୍ତ I ଏଭଳି ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁରେ I ମୃତକ ହେଉଛନ୍ତି ୫୦ ବର୍ଷୀୟ ମହେଶ୍ୱର ମାଝୀ, ତାଙ୍କ ଘର ଝିଞ୍ଜିରିଗୁଡ଼ା ପଞ୍ଚାୟତ ଅନ୍ତର୍ଗତ ଗଡମା ଗ୍ରାମରେ। ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ଛାନଭିନ ଚାଲିଥିବାବେଳେ ,ହତ୍ୟାର କାରଣ ଅସ୍ପଷ୍ଟ ରହିଛି I ସୂଚନା ଅନୁସାରେ, ଗତକାଲି ସନ୍ଧ୍ୟା ୮ ଟା ବେଳେ ମହେଶ୍ୱର ନିଜ […]
ଫୁଲବାଣୀ : ଗାଧୋଇବାକୁ ଯିବାବେଳେ ଯୁବକଙ୍କୁ ଗଲାକଟି ହତ୍ୟା କଲେ ଦୁର୍ବୁତ୍ତ I ଏଭଳି ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁରେ I ମୃତକ ହେଉଛନ୍ତି ୫୦ ବର୍ଷୀୟ ମହେଶ୍ୱର ମାଝୀ, ତାଙ୍କ ଘର ଝିଞ୍ଜିରିଗୁଡ଼ା ପଞ୍ଚାୟତ ଅନ୍ତର୍ଗତ ଗଡମା ଗ୍ରାମରେ। ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ଛାନଭିନ ଚାଲିଥିବାବେଳେ ,ହତ୍ୟାର କାରଣ ଅସ୍ପଷ୍ଟ ରହିଛି I
ସୂଚନା ଅନୁସାରେ, ଗତକାଲି ସନ୍ଧ୍ୟା ୮ ଟା ବେଳେ ମହେଶ୍ୱର ନିଜ ଘରଠାରୁ ପ୍ରାୟ ୨୦୦ ମିଟର ଦୂରରେ ଥିବା ବୁଡ଼ାକୁଆ ଚୁଆକୁ ଗାଧୋଇବା ପାଇଁ ଯିବା ବାଟରେ ମୁଲୁପାଟା ଠାରେ କେହି ଜଣେ ଦୁର୍ବୃତ୍ତ ତାଙ୍କୁ ଆକ୍ରମଣ କରି, ଗଳା କାଟି ହତ୍ୟା କରି ସେଠାରେ ହିଁ ତାଙ୍କର ମୃତ ଦେହ ପକାଇଦେଇଥିଲେ।
ଏହି ଖବର ବ୍ରାହ୍ମଣୀଗାଁ ଥାନା ପୁଲିସ ପାଇବା ପରେ ଥାନାଧିକାରୀ ଚାପଧାରୀ ପ୍ରଧାନ ସାଇଣ୍ଟିଫିକ ଟିମ ଏବଂ ଅନୁସନ୍ଧାନୀ କୁକୁର ସହିତ ଘଟଣା ସ୍ଥଳରେ ପହଞ୍ଚି ମୃତ ଦେହ ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। କିନ୍ତୁ ବର୍ତମାନ ସୁଦ୍ଧା ଏହି ଘଟଣାର ପ୍ରକୃତ କାରଣ ଜଣା ପଡି ନାହିଁ I




