ଭିଜିଲାନ୍ସ ହାତରେ ବନ୍ଧାହେଲେ ଜୁନିଅର ରେଭିନ୍ୟୁ ଆସିଷ୍ଟାଣ୍ଟ
ଘଟଗାଁ : ଭିଜିଲାନ୍ସ ହାତରେ ଧରା ପଡିଲେ ଜୁନିଅର ରେଭିନ୍ୟୁ ଆସିଷ୍ଟାଣ୍ଟ I ୧୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଘଟଗାଁ ତହସିଲ୍ ଅଫିସର କନିଷ୍ଠ ରାଜସ୍ବ ସହାୟକ(ଜେଆରଏ) ଦେବାଶିଷ ପଣ୍ଡା। ସେ ବନମାଳୀ ପଲେଇ ନାମକ ଜଣେ ବ୍ୟକ୍ତିଙ୍କ ଏହି ଟଙ୍କା ଲାଞ୍ଚ ନେଉଥିଲେ I ସୂଚନା ଅନୁଯାୟୀ, ଟାଙ୍ଗରତଳି ଗାଁର ବନମାଳି ପଲେଇଙ୍କ ଠାରୁ ଜମି ଭାଗବଣ୍ଟା କେସର ବିଭାଜନ ପଟ୍ଟା (ଆରଓଆର) ପ୍ରଦାନ ପାଇଁ ଘଟଗାଁ ତହସିଲ୍ […]
ଘଟଗାଁ : ଭିଜିଲାନ୍ସ ହାତରେ ଧରା ପଡିଲେ ଜୁନିଅର ରେଭିନ୍ୟୁ ଆସିଷ୍ଟାଣ୍ଟ I ୧୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଘଟଗାଁ ତହସିଲ୍ ଅଫିସର କନିଷ୍ଠ ରାଜସ୍ବ ସହାୟକ(ଜେଆରଏ) ଦେବାଶିଷ ପଣ୍ଡା। ସେ ବନମାଳୀ ପଲେଇ ନାମକ ଜଣେ ବ୍ୟକ୍ତିଙ୍କ ଏହି ଟଙ୍କା ଲାଞ୍ଚ ନେଉଥିଲେ I
ସୂଚନା ଅନୁଯାୟୀ, ଟାଙ୍ଗରତଳି ଗାଁର ବନମାଳି ପଲେଇଙ୍କ ଠାରୁ ଜମି ଭାଗବଣ୍ଟା କେସର ବିଭାଜନ ପଟ୍ଟା (ଆରଓଆର) ପ୍ରଦାନ ପାଇଁ ଘଟଗାଁ ତହସିଲ୍ କନିଷ୍ଠ ରାଜସ୍ବ ସହାୟକ ଦେବାଶିଷ ପଣ୍ଡା ଦଶ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଏନେଇ ଅଭିଯୋଗକାରୀ କେନ୍ଦୁଝର ଭିଜିଲାନ୍ସ ଅଫିସର ଦ୍ବାରସ୍ଥ ହୋଇଥିଲେ। ତାପରେ ଯୋଜନା ମୁତାବକ ଆଜି ସକାଳ ପ୍ରାୟ ୧୦ଟା ବେଳେ ଘଟଗାଁ ତହସିଲ୍ ଅଫିସ ସମ୍ମୁଖରେ ଶ୍ରୀ ପଣ୍ଡା ଅଭିଯୋଗକାରୀଙ୍କ ଠାରୁ ଦଶ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଟିମ୍ ତାଙ୍କୁ ମାଡ଼ିବସିଥିଲା। ଅଭିଯୁକ୍ତ ଶ୍ରୀ ପଣ୍ଡାଙ୍କ ନିକଟରୁ ଲାଞ୍ଚ ଟଙ୍କା ଜବତ କରାଯିବା ସହ ତାଙ୍କର ଏକକାଳୀନ ୩ ସ୍ଥାନରେ ଭିଜିଲାନ୍ସ ଚଢଉ ଚାଲିଛି। ଏନେଇ ବାଲେଶ୍ବର ଭିଜିଲାନ୍ସରେ ଏକ ମାମଲା ରୁଜୁ ହୋଇଛି।




