ସାମ୍ବାଦିକାଙ୍କ ଆତ୍ମହତ୍ୟା ଘଟଣା ,ସ୍ୱାମୀ ଗିରଫ ଦେଢଶୁର ଅଟକ

ଭୁବନେଶ୍ୱର : ରେଳଧାରଣାକୁ ଡେଇଁ ସାମ୍ବାଦିକାଙ୍କ ଆତ୍ମହତ୍ୟା ଘଟଣା । ପରିବାର ଲୋକଙ୍କ ଅଭିଯୋଗ କ୍ରମେ ସ୍ୱାମୀଙ୍କୁ ଗିରଫ କରିଛି ଖଣ୍ଡଗିରି ଥାନା ପୋଲିସ । ଏହା ସହିତ ସାମ୍ବାଦିକାଙ୍କ ଦେଦଶୂରଙ୍କୁ ଅଟକ ରଖାଯାଇଛି । ସ୍ୱାମୀ ଶ୍ରୀଧର ଜେନାଙ୍କ ବିରୋଧରେ ଲାଗିଛି ସଙ୍ଗୀନ ଦଫା । ଯୌତୁକ ପାଇଁ ଦଫା -୮୦,ଆତ୍ମହତ୍ୟା ପାଇଁ ମାନସିକ ଉତ୍ପୀଡ଼ନ ଦଫା – ୧୦୮, ହତ୍ୟାକାଣ୍ଡ ସହ ଏକାଧିକ ବ୍ୟକ୍ତିଙ୍କ ସମ୍ପୃକ୍ତି ନେଇ ଦଫା- ୧୦୩ ଲାଗିଛି । ସୂଚନାନୁସାରେ,ଗତକାଲି […]

Samaya Live Picture
Published On

ଭୁବନେଶ୍ୱର : ରେଳଧାରଣାକୁ ଡେଇଁ ସାମ୍ବାଦିକାଙ୍କ ଆତ୍ମହତ୍ୟା ଘଟଣା । ପରିବାର ଲୋକଙ୍କ ଅଭିଯୋଗ କ୍ରମେ ସ୍ୱାମୀଙ୍କୁ ଗିରଫ କରିଛି ଖଣ୍ଡଗିରି ଥାନା ପୋଲିସ । ଏହା ସହିତ ସାମ୍ବାଦିକାଙ୍କ ଦେଦଶୂରଙ୍କୁ ଅଟକ ରଖାଯାଇଛି । ସ୍ୱାମୀ ଶ୍ରୀଧର ଜେନାଙ୍କ ବିରୋଧରେ ଲାଗିଛି ସଙ୍ଗୀନ ଦଫା । ଯୌତୁକ ପାଇଁ ଦଫା -୮୦,ଆତ୍ମହତ୍ୟା ପାଇଁ ମାନସିକ ଉତ୍ପୀଡ଼ନ ଦଫା – ୧୦୮, ହତ୍ୟାକାଣ୍ଡ ସହ ଏକାଧିକ ବ୍ୟକ୍ତିଙ୍କ ସମ୍ପୃକ୍ତି ନେଇ ଦଫା- ୧୦୩ ଲାଗିଛି ।

ସୂଚନାନୁସାରେ,ଗତକାଲି ସାମ୍ବାଦିକା ମଧୂମିତା ପରିଡା ମାନସିକ ଭାରସାମ୍ୟ ହରାଇ ବାପୁଜୀ ନଗର ରେଳ ଧାରଣାକୁ ଡେଇଁ ଆତ୍ମହତ୍ୟା କରିଥିଲେ । ବାପୁଜୀନଗର ରେଳ ଧାରଣାରୁ ତାଙ୍କର ଖଣ୍ଡବିଖଣ୍ଡିତ ମୃତ ଦେହ ଉଦ୍ଧାର ଉଦ୍ଧାର ହୋଇଛି। ଘଟଣା ସ୍ଥଳରେ GRP ଓ କ୍ୟାପିଟାଲ ଥାନା ପୋଲିସ ପହଞ୍ଚି ତଦନ୍ତ କରୁଛନ୍ତି । ମଧୁମିତା ଅଳ୍ପ ଦିନ ହେବ ବିବାହ କରିଥିଲେ । ଆତ୍ମହତ୍ୟା ପୂର୍ବରୁ ମଧୂମିତା ଏକ ଭିଡିଓ କରି ନିଜ ମା’ଙ୍କୁ କ୍ଷମା ମାଗୁଥିବା ଦେଖାଯାଇଥିଲା । ଏମିତିକି ଆତ୍ମହତ୍ୟା ୨ ଦିନ ପୂର୍ବରୁ ସେ ଫିନାଇଲ ପି’ଦେଇଥିବା ନେଇ ପରିବାର ଲୋକେ ଖଣ୍ଡଗିରି ଥାନାରେ ଅଭିଯୋଗ କରିଥିଲେ । ଆଜି ତାଙ୍କ ସ୍ୱାମୀଙ୍କୁ ପୋଲିସ ପଚରାପଚରି ପରେ ଗିରଫ କରିଛି ।

ଭିଡିଓଟିରେ ସେ ସ୍ୱାମୀଙ୍କ ଠାରୁ ମାନସିକ ନିର୍ଯାତନା ପାଉଥିବା ନେଇ କାନ୍ଦି କାନ୍ଦି କହୁଥିବାର ଦେଖାଯାଇଥିଲା । ଏମିତିକି ସ୍ୱାମୀ ତାଙ୍କୁ ଧୋକା ଦେଇ ଅନ୍ୟ ଜଣଙ୍କ ସହ ସମ୍ପର୍କରରେ ଥିବା କଥା କହୁଛନ୍ତି ସାମ୍ବାଦିକା ମଧୁମିତା । ସ୍ୱାମୀ ମୋ ସହ ଆଉ ରହିବେନି ବୋଲି କହୁଛନ୍ତି । ତାଙ୍କୁ ସମସ୍ତେ ବୁଝାଇଲେ ହେଲେ ସେ ବୁଝିଲେନି । ଛୁଟିରେ ରହିଲେ ଆମର ଝଗଡା ହେଉଛି । ମା’କ୍ଷମା କରିଦେବ ମୋତେ, ମୁଁ ଆଉ ସହିପାରୁନି ବୋଲି ଭିଡିଓରେ ସାମ୍ବାଦିକା ଜଣକ କାନ୍ଦି କାନ୍ଦି କହୁଛନ୍ତି । ମଧୁମିତାଙ୍କ ବିବାହ ପୂର୍ବରୁ ସେ ୫ ବର୍ଷ ସ୍ୱାମୀଙ୍କ ସହ ପ୍ରେମ ସମ୍ପର୍କରେ ଥିଲେ I ତେବେ ତାଙ୍କ ସ୍ୱାମୀ ପୂର୍ବରୁ ବିବାହିତ ଥାଇ ଛାଡପତ୍ର ଦେଇଥିଲେ ।

Tags: